Elephant Herd Disaster:ଜନବସତି ମୁହାଁ ହାତୀପଲ: କ୍ଷତିଗ୍ରସ୍ତ ୧୦୫୩ ଗାଁ, ଉଜୁଡିଛି ୧୧୩୨ ଏକର ଫସଲ

Advertisment

ବଣଜଙ୍ଗଲ ଘେରା ସୁନ୍ଦରଗଡ଼ରେ ବର୍ଷତମାମ ଜାରିରହିଛି ହାତୀ-ମଣିଷ ଲଢ଼େଇ। ଗାଁମୁହାଁ ହାତୀପଲ ଘଉଡ଼ାବାକୁ ବନବିଭାଗ ଓ ଗ୍ରାମବାସୀ ନାକେଦମ୍ ଦେଉଛନ୍ତି। ଯେତେ ପନ୍ଥା ଅବଲମ୍ବନ କଲେ ହେଁ, ସବୁକିଛି ଫେଲ୍‌ ମାରୁଛି....

ବଣଜଙ୍ଗଲ ଘେରା ସୁନ୍ଦରଗଡ଼ରେ ବର୍ଷତମାମ ଜାରିରହିଛି ହାତୀ-ମଣିଷ ଲଢ଼େଇ। ଗାଁମୁହାଁ ହାତୀପଲ ଘଉଡ଼ାବାକୁ ବନବିଭାଗ ଓ ଗ୍ରାମବାସୀ ନାକେଦମ୍ ଦେଉଛନ୍ତି। ଯେତେ ପନ୍ଥା ଅବଲମ୍ବନ କଲେ ହେଁ, ସବୁକିଛି ଫେଲ୍‌ ମାରୁଛି....

Elephant herds attack human settlements: 1053 villages affected, 1132 acres of crops destroyed

Elephant herds attack human settlements: 1053 villages affected, 1132 acres of crops destroyed Photograph: (sambad.in)

ରାଉରକେଲା: ବଣଜଙ୍ଗଲ ଘେରା ସୁନ୍ଦରଗଡ଼ରେ ବର୍ଷତମାମ ଜାରିରହିଛି ହାତୀ-ମଣିଷ ଲଢ଼େଇ। ଗାଁମୁହାଁ ହାତୀପଲ ଘଉଡ଼ାବାକୁ ବନବିଭାଗ ଓ ଗ୍ରାମବାସୀ ନାକେଦମ୍ ଦେଉଛନ୍ତି। ଯେତେ ପନ୍ଥା ଅବଲମ୍ବନ କଲେ ହେଁ, ସବୁକିଛି ଫେଲ୍‌ ମାରୁଛି।

ରାତିଅଧରେ ହାତୀପଲ ଗାଁରେ ପଶି ଘର ଭାଙ୍ଗୁଛନ୍ତି। ଏକରଏକର ଧାନ ଓ ପରିବା ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ବନବିଭାଗ କ୍ଷତିଗ୍ରସ୍ତ ପରିବାରକୁ କିଛିଟା ସହୟତା ଦେଇ କାମ ସାରିଦେଉଛି। କେମିତି ହାତୀପଲ ଗାଁ ଓ ଜନବସତିମୁହାଁ ନ ହେବେ, ତା’ର କୌଣସି ଠୋସ୍‌ ପଦକ୍ଷେପ ନିଆଯାପାରୁନି।

ଆହୁରି ପଢ଼ନ୍ତୁ:Answer Sheet Viral: ସାର୍ ମୁଁ ପାସ୍ ନକଲେ, ମୋ ବିବାହ ଭାଙ୍ଗିଯିବ: ଛାତ୍ର ଉତ୍ତର ଖାତାରେ କଲେ ହୃଦୟସ୍ପର୍ଶୀ ନିବେଦନ

ରାତି ଅନିଦ୍ରାରେ ବିତୁଛି

ହାତୀପଲଙ୍କ ଭୟରେ ଜଙ୍ଗଲପାଖ ଗ୍ରାମବାସୀଙ୍କ ବର୍ଷର ଅଧିକାଂଶ ରାତି ଅନିଦ୍ରାରେ ବିତୁଛି। କିଛି ଗ୍ରାମବାସୀ ପାଳିକରି ରାତିରେ ଜଗୁଛନ୍ତି। ଅନେକ ପରିବାର ହାତୀଭୟରେ ଘରଛାଡ଼ି ଅନ୍ୟଗାଁରେ ଆଶ୍ରୟନେବାକୁ ବାଧ୍ୟ ‌ହେଉଛନ୍ତି। 

ଝାଳବୁହା ପରିଶ୍ରମ କରି ଧାନ ଓ ପନିପରିବାରୁ ଭଲ ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ଅମଳବେଳକୁ ମୁଣ୍ଡରେ ହାତଦେଉଛି। ହାତୀ ଭୟରେ ଲାଠିକଟା ବ୍ଲକ୍‌ର ରୁଟୁକୁପେଡ଼ି, ଫିକଡ଼ଚୁନ୍ଦି, ବଡ଼ଦଲକି, ଡୋଲାକୁଦର, ପଟବେଡ଼ା, ବୁଢ଼ୀକୁଦର, ମୁଣ୍ଡାଯୋର, ନୂଆଗାଁ ଆଦିରେ ଚାଷୀ ବିଲ ପଡ଼ିଆ ପକାଇ ଦେଉଛନ୍ତି। 

ଗତ ତିନିବର୍ଷ ମଧ୍ୟରେ ହାତୀପଲ ଯୋଗୁ ରାଉରକେଲା ବନଖଣ୍ଡର ୧୦୫୩ ଗ୍ରାମ ଓ ବସ୍ତିବାସିନ୍ଦାଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡିଛି। ହାତୀପଲ ଭାଙ୍ଗିଛନ୍ତି ୫୦୯ ଘର। ୧୧୩୨.୪୧ ଏକର ଜମିର ଧାନ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି। ୯୧୬.୭୧୯ ଏକର ଧାନକ୍ଷେତ ହାତୀପଲ ଉଜାଡିଥିବାବେଳେ ୨୧୨.୬୮୧ ଏକର ପନିପରିବା ଫସଲ ଖାଇବା ସହ ନଷ୍ଟ କରିଛନ୍ତି।

ବନବିଭାଗ ତଥ୍ୟ ଅନୁଯାୟୀ, ହାତୀପଲ ୨୦୨୩ରେ ୧୭୭, ୨୦୨୪ରେ ୨୩୫ ଓ ୨୦୨୫ରେ ୯୭ ଘର ଭାଙ୍ଗିଛନ୍ତି। ଏଥିରେ ୨୮ରୁ ଅଧିକ ପରିବାର ଗୃହଶୂନ୍ୟ ହୋଇଛନ୍ତି। ସେମିତି ତିନିବର୍ଷରେ ୬୭୨ ଗାଁର ୨୧୨. ୬୮୧ ଏକର ପନିପରିବା ଫସଲ ଉଜୁଡିଯାଇଛି। ୩୮୧ ଗାଁର ଚାଷୀଙ୍କ ୯୧୬.୭୧୯ ଏକର ଧାନବିଲକୁ ହାତୀପଲ ନଷ୍ଟ କରିଛନ୍ତି। ସେମିତି ୨୦୨୩ରେ ୪୦୧.୦୫୭ ଏକର ଫସଲ ନଷ୍ଟହୋଇଛି।

ଆହୁରି ପଢ଼ନ୍ତୁ:New Law Will Be Enacted: ଧର୍ମକୁ ଅପମାନ କଲେ ମିଳିବ ଦଣ୍ଡ: ରେବନ୍ତ ରେଡ୍ଡୀ

ସେଥିରେ ରହିଛି  ୩୨୧.୯୪୭ ଏକର ଧାନ ଓ  ୭୯.୧୧ ଏକର ପନିପରିବା। ୨୦୨୪ରେ ୬୧୪.୧୧୧ ଏକର ଧାନ ଓ ପନିପରିବା ଫସଲକୁ ହାତୀପଲ ଉଜାଡ଼ିଛନ୍ତି। ଏଥିରେ ରହିଛି ୫୦୬.୮୨୧ ଏକର ଧାନ ଓ ୧୦୭.୨୯ ଏକର ପନିପରିବା। ୨୦୨୫ ନଭେମ୍ବର ଶେଷସୁଦ୍ଧା ୯୦.୯୫୧ ଏକର ଧାନ ଓ ୨୬.୨୮୧ଏକର ପନିପରିବା ଏମିତି ମୋଟ ୧୧୭.୨୩୨ ଏକର ଫସଲ ନଷ୍ଟହୋଇଛି।

ରିପୋର୍ଟ: ମଳୟ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe