Pradeep Majhi banned from caste for 12 years: A harsh decision by tribal society Photograph: (sambad.in)
ନବରଙ୍ଗପୁର: ନିଜ ଜାତି ଛାଡି ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ୧୨ ବର୍ଷ ପାଇଁ ସମାଜିକ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା ।
ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପଙ୍କ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ଆଦିବାସୀ ସମାଜର କେହି ଯୋଗ ଦେବେ ନାହିଁ ବୋଲି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା।
ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କ ସହିତ ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଜଡିତ, କାହାକୁ ଛଡାଯିବ ନାହିଁ: ଆଇନ ମନ୍ତ୍ରୀ
ମାର୍ଚ୍ଚ ୧୨ ତାରିଖ ଗୋଆରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଆଦିବାସୀ ଭତରା କେନ୍ଦ୍ରୀୟ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଥିଲା ।
ଏହି ବିବାହ କରି ପ୍ରଦୀବ ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ନେଇ ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କର ବିବାହ ଏକ ବ୍ରାହ୍ମଣ ପରିବାରରେ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ କରାଇଥିଲେ। ଏହାକୁ ଆଦିବାସୀ ସମାଜ ପକ୍ଷରୁ ନାପସନ୍ଦ କରାଯାଇଥିଲା। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ଅଧିକ ପଢ଼ନ୍ତୁ: ୬ ବର୍ଷ ପରେ ଧରା ପଡ଼ିଲା ଦିଲ୍ଲୀ ହିଂସା ଅଭିଯୁକ୍ତ
Follow Us