Pregnant woman writhes in labor pains on hospital verandah: Ambulance arrives after two and a half hours Photograph: (sambad.in)
ମାଲକାନଗିରି: ରାଜ୍ୟର ଆମ୍ବୁଲାନ୍ସ ସେବା ଭୁଶୁଡ଼ି ପଡ଼ିଛି। ଅଢେଇ ଘଣ୍ଟା ଧରି ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ ବେଦନାରେ ପ୍ରସୂତୀଙ୍କୁ ଛଟପଟ ହେବାକୁ ପଡ଼ିଛି।
୧୦୮ ଆମ୍ବୁଲାନ୍ସକୁ ଆଶାକର୍ମୀ ଓ ସମ୍ପର୍କୀୟମାନେ ବାରମ୍ବାର ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସି ନ ଥିଲା। ଏମଭି ୮୯ ଗାଁର ଜଣେ ଗର୍ଭବତୀ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ କୋରାପୁଟ ମେଡିକାଲ କଲେଜକୁ ରେଫର କରା ଯାଇଥିଲା।
ଅଧିକ ପଢ଼ନ୍ତୁ: ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ଗଳାକାଟି ହତ୍ୟା ଉଦ୍ୟମ କଲେ ସ୍ବାମୀ, ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ
ତେବେ ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସ ଛିଡା ହୋଇ ଥିଲେ ହେଁ ଆମ୍ବୁଲାନ୍ସ କିନ୍ତୁ ଆଲଟ୍ ହୋଇ ପାରି ନଥିଲା। ବାରମ୍ବାର ଫୋନ୍ କରିବାରୁ ଗାଡ଼ି ଭଡ଼ା କରି ଯିବାକୁ କହିଥିଲା ୧୦୮ କଲ ସେଣ୍ଟର। ତେବେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ପ୍ରାୟ ଆଢେଇ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା ବୋଲି ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ:୬ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ: ୧୧୦ଟି ସ୍ଥାନରେ ଲାଗିଛି ୫୭୫ କ୍ୟାମେରା
Malkangiri
Follow Us