ରାଉରକେଲା/ସାରନଗରୀ: ରାଉରକେଲା ବିମାନ ଦୁର୍ଘଟଣାକୁ ନେଇ ରାଜ୍ୟ ତଥା ଜାତୀୟସ୍ତରର ତଦନ୍ତକାରୀ ଟିମ୍ ତନାଘନା ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତ ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି। ରବିବାର ଦିଲ୍ଲୀ, କୋଲକାତା ଓ ଭୁବନେଶ୍ବରରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଟିମ୍ ସହ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଘଟଣାସ୍ଥଳ ପରିଦର୍ଶନ କରି ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିଥିଲେ। ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ମଧ୍ୟ ରାଉରକେଲାରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ଜେପି ହସ୍ପିଟାଲରେ ଗୁରୁତର ପାଇଲଟ୍ ଓ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରବିବାର ରାତି ପ୍ରାୟ ସାଢ଼େ ୧୧ଟାବେଳେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାଉରକେଲାରେ ପହଞ୍ଚି ଆଜି ସକାଳ ୭ଟାରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ସହ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବୀରମିତ୍ରପୁରର ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିବା ପରେ ଜେପି ହସ୍ପିଟାଲରେ ଆହତ ଯାତ୍ରୀ ଓ ପାଇଲଟ୍ଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେ କହିଲେ, ସମସ୍ତ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଆଯିବ। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।
AAP MP Raghav Chadha: ଡେଲିଭରି ବଏ ଭୂମିକାରେ ସାଂସଦ ରାଘବ ଚଢ଼ା...
ଭଗବାନ ଆମକୁ ରକ୍ଷା କରିଦେଲେ: ମନ୍ତ୍ରୀ
ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ। ଭଗବାନଙ୍କୁ ଧନ୍ୟବାଦ ଦେବି, ସେ ଆମକୁ ରକ୍ଷା କରିଦେଲେ। ଯାତ୍ରୀଙ୍କ ଜୀବନ ରକ୍ଷା କରିିଥିବାରୁ ଉଭୟ ପାଇଲଟ୍ଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ରାଉରକେଲାରେ ଦୀର୍ଘଦିନ ପରେ ବିମାନସେବା ପୁନଃ ଆରମ୍ଭ ହୋଇଥିଲା। ପୂର୍ବରୁ ୭୨ ସିଟ୍ ବିଶିଷ୍ଟ ବିମାନ ଚାଲୁଥିଲା। ବିମାନ ଚଳାଚଳ ଦାୟିତ୍ବରେ ଥିବା ଏଜେନ୍ସିର କିଛି ସମସ୍ୟା ରହିଛି। ତେଣୁ ୯ ସିଟ୍ ବିଶିଷ୍ଟ ବିମାନ ଚାଲିଛି। ଖୁବ୍ଶୀଘ୍ର ପୂର୍ବଭଳି ୭୨ ସିଟ୍ର ବିମାନ ଚଳାଚଳ ପାଇଁ ଯୋଜନା ଚାଲିଛି। ବର୍ତ୍ତମାନ ବିମାନବନ୍ଦରକୁ ଆର୍ଏସ୍ପି ଓ ଏଏଆଇ ଚଳାଉଛନ୍ତି। ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ଶୀଘ୍ର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ
ସେପଟେ ଇଣ୍ଡିଆୱାନ ଏୟାରର ନିର୍ଦ୍ଦେଶକ ତଥା ପ୍ରମୋଟର ଶୈଶବ ଶାହା ମଧ୍ୟ ପାଇଲଟ୍ଙ୍କୁ ଭେଟିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ପାଇଁ ଯାତ୍ରୀମାନଙ୍କ ଜୀବନ ରକ୍ଷା କରାଯାଇପାରିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଛି। ଭଗବାନଙ୍କ ଆଶୀର୍ବାଦ ଓ ଗ୍ରାମବାସୀଙ୍କ ତତ୍ପରତା ପାଇଁ ସମସ୍ତେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇପାରିଲେ। ସମସ୍ତ ଜରୁରୀକାଳୀନ ସେବା ଯଥା ପରବର୍ତ୍ତୀ ଚିକିତ୍ସା ସେବା, ବିଶେଷଜ୍ଞ ଡାକ୍ତରୀ ଦଳ ଓ ତଦନ୍ତ ପାଇଁ ହେଲିକପ୍ଟର ଯୋଗାଇଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ। ଯାନ୍ତ୍ରିକ ତ୍ରୁଟିରୁ ଏହିଭଳି ଅଘଟଣ ଘଟିିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ଡିଜିସିଏ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରିଛି। ରିପୋର୍ଟ ଆସିଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ। ଏହା ଏକ ସୁରକ୍ଷିତ ବିମାନ। ତେଣୁ ନିରାପଦରେ ଲୋକେ ଯାତ୍ରା କରନ୍ତୁ। ଏହାସହ ବିମାନସେବା ସ୍ବାଭାବିକ ହୋଇଛି ବୋଲି ସେ ସୂଚନା ଦେଇଥିଲେ।
Follow Us