ରତନ ପଟ୍ଟନାୟକ
ସୋନପୁର: ମହାନଦୀର ତଳମୁଣ୍ଡରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ର ଗୋଧନେଶ୍ୱର ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ର ଖଇରମାଳଠାରେ ଦୁଇଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୨୩ ଜାନୁଆରି ୨୦ ତାରିଖ ଦିନ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ଶିଳାନ୍ୟାସକୁ ୩ ବର୍ଷ ବିତିଛି। ହେଲେ ପ୍ରକଳ୍ପ କାମର ଅଗ୍ରଗତି ହୋଇ ପାରିନାହିଁ। ମହାନଦୀରେ ଜଳ ଉପଯୋଗ ନେଇ ପୂର୍ବରୁ ମାଷ୍ଟର୍ପ୍ଲାନ୍ ହୋଇଥିଲା। ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱରଠାରୁ ସାଢ଼େ ୩ କିଲୋମିଟର ଦୂର ଖଇରମାଳଠାରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ ୯୨୫ କୋଟି ୫୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ସେହିପରି ଗୋଧନେଶ୍ୱରଠାରେ ଅନ୍ୟ ଏକ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ସୁବର୍ଣ୍ଣପୁର ଜଳସେଚନ ବିଭାଗ ପକ୍ଷରୁ ୧୦୨୪ କୋଟି ୮୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା।
GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ
ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୮ ବର୍ଷ ପୂର୍ବରୁ ଉଭୟ ପ୍ରକଳ୍ପ ନିର୍ମାଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ସ୍ତରରେ ସର୍ଭେ ପରେ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ମଧ୍ୟ ମିଳିଥିଲା। ତେବେ କୌଣସି କାରଣରୁ ଉଭୟ ପ୍ରକଳ୍ପର ଅଗ୍ରଗତିରେ ବିଳମ୍ବ ହୋଇଥିଲା। ୨୦୨୩-୨୪ ଆର୍ଥିକ ବଜେଟ୍ରେ ଏହି ଦୁଇ ପ୍ରକଳ୍ପ ପାଇଁ ତତ୍କାଳୀନ ରାଜ୍ୟ ସରକାର ବ୍ୟୟବରାଦ କଲା ପରେ ବାସ୍ତବ ରୂପ ନେବ ବୋଲି ଉଭୟ ଜିଲ୍ଲାବାସୀ ଆଶା କରିଥିଲେ। ଖଇରମାଳ ପ୍ରକଳ୍ପରେ ୧୦୨ଟି ଫାଟକ ଏବଂ ଗୋଧନେଶ୍ୱର ପ୍ରକଳ୍ପରେ ୭୬ଟି ଫାଟକ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା।
ତିନିବର୍ଷ ମଧ୍ୟରେ ଉଭୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ରହିଥିଲା। ତେବେ ଡିଜାଇନ୍ ପରିବର୍ତ୍ତନ କାରଣ ଦର୍ଶାଇ ଉଭୟ ଟେଣ୍ଡରକୁ ବାତିଲ କରାଯାଇଥିଲା। ଏହାପରେ ଦୁଇଟିଯାକ ପ୍ରକଳ୍ପ କାର୍ଯ୍ୟ ଯେତିକି ଆଗକୁ ବଢ଼ିବା କଥା ବଢ଼ିପାରି ନାହିଁ। ଏବେ ପୁଣିଥରେ ଡିପିଆର୍ ଓ ଡିଜାଇନ୍ ପ୍ରସ୍ତୁତି ଚାଲିଛି। ବିନା ବିସ୍ଥାପନରେ ହେବାକୁ ଥିବା ଏହି ଦୁଇ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଉଭୟ ଜିଲ୍ଲାବାସୀ ଦାବି କରିଛନ୍ତି।
Follow Us