ବାରିପଦା/ରାଇରଙ୍ଗପୁର: ‘ପୂର୍ବ ଭାରତର ଉଦୟରେ ମୋ ମୟୂରଭଞ୍ଜ ଉଦୟ ହେଉଛି। ଜିଲ୍ଲାରେ ରେଳ, ଶିକ୍ଷା, ଜାତୀୟ ରାଜପଥ, ସ୍ୱାସ୍ଥ୍ୟ, ଏକାଧିକ ଟ୍ରେନ୍ ଚଳାଚଳ ସହ ବିମାନ ଯୋଗାଯୋଗ, ପର୍ଯ୍ୟଟନ ଓ ଆୟୁର୍ବେଦିକ ଶିକ୍ଷା ପାଇଁ କେନ୍ଦ୍ର ସରକାର ନିଜର ପ୍ରଚେଷ୍ଟା ଅବ୍ୟାହତ ରଖିଛନ୍ତି। ଏହିଭଳି ଉଦ୍ୟମ ପାଇଁ ମୁଁ ନିଶ୍ଚିତଭାବେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିବି।’ ବୁଧବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ହଲିଡେ’ ହୋମ୍ ଉଦ୍ଘାଟନ କରିବା ସହିତ ୨୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି।
ନବିକରଣୀୟ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷମତା ବୃଦ୍ଧିକାରୀ କର୍ମଶାଳା
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଥିଲେ। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହାପରେ ରାଷ୍ଟ୍ରପତି ସ୍ଥାନୀୟ ମହୁଲଡିହାସ୍ଥିତ କେନ୍ଦ୍ର ସରକାରଙ୍କ ଅବକାଶ ଗୃହ ଉଦ୍ଘାଟନ କରିଥିଲେ। ଏଥିସହିତ, ସରକାରୀ ଏସ୍ଏସ୍ଡି ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ନୂଆ ଯୋଜନା ଚାଲିଛି। ଏହି ଯୋଜନା ଯୋଗୁ ଜିଲ୍ଲାର ଆର୍ଥିକ, ସାମାଜିକ, ଗମନାଗମନ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ବିକାଶ ପରିଲକ୍ଷିତ ହେବ। ହସ୍ପିଟାଲ୍ ଓ ଆୟୁର୍ବେଦିକ କଲେଜ, ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍, ଏମ୍ଏସ୍ୟୁବି ବିଶ୍ବବିଦ୍ୟାଳୟରେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ୍, ଧନୁର୍ବିଦ୍ୟା ଏକାଡେମୀ ପ୍ରତିଷ୍ଠା ହେଲେ ଅଧିବାସୀଙ୍କର ଉତ୍ତରୋତ୍ତର ଉନ୍ନତି ହେବ। ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ତାଙ୍କର ପ୍ରାଥମିକତା। ସିକିଲସେଲ୍ ଆନିମିଆମୁକ୍ତ ପାଇଁ ମୟୂରଭଞ୍ଜ ଉଦାହରଣ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉକ୍ତିକୁ ଉଦ୍ଧୃତ କରି ରାଷ୍ଟ୍ରପତି କହିଥିଲେ ଯେ ରାଷ୍ଟ୍ରର ପ୍ରତିଟି ଅଙ୍ଗ ବିକାଶ ହେଲେ ଯାଇ ଦେଶର ବିକାଶ ହେବ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଆଗେଇ ଆସିବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଥିଲେ।
୨୮୪ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ
ବିକାଶକୁ ନୂଆଦିଗ ଦେବ: ରାଜ୍ୟପାଳ
ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛୁ: ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି କହିଥିଲେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି ଏହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ଓ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ଯୁବଶକ୍ତିର ବିକାଶକୁ ନୂଆ ଦିଗ ଦେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ମୟୂରଭଞ୍ଜ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ଜଙ୍ଗଲ, ପାହାଡ଼, ନଦୀ, ସମୃଦ୍ଧ ଜୈବ ବିବିଧତା ଏବଂ ସ୍ପନ୍ଦନଶୀଳ ଆଦିବାସୀ ପରମ୍ପରାର ଭୂମି। ଏହା ଦେଶକୁ ମହାନ୍ ନେତା, ସ୍ୱାଧୀନତା ସଂଗ୍ରାମୀ, କଳାକାର, କ୍ରୀଡ଼ାବିତ୍, ପ୍ରଶାସକ ଏବଂ ବିଶେଷକରି ଭାରତକୁ ପ୍ରଥମ ନାଗରିକ ଉପହାର ଦେଇଛି। ବହୁଦିନ ଧରି ଏହି ଅଞ୍ଚଳର ଆକାଂକ୍ଷା ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଆଧୁନିକ ସୁବିଧା ପାଇଁ ପ୍ରବେଶ ଦ୍ୱାର ସୀମିତ ଥିଲା। ଆଜି ଆମେ ସେହି ସ୍ବପ୍ନକୁ ବାସ୍ତବତାରେ ପରିବର୍ତ୍ତନ କରିବା ପାଇଁ ସାମୂହିକ ଭାବରେ କାର୍ଯ୍ୟ କରୁଛୁ।
Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା
ଅନ୍ୟମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
Follow Us