Advertisment

Cancer: ଜରାୟୁ କର୍କଟ ପାଇଁ କବଚ: ଟିକାକରଣ ଆରମ୍ଭ, ଉପକୃତ ହେବେ ରାଜ୍ୟର ୩.୩୬ ଲକ୍ଷ ବାଳିକା

Advertisment

ରାଜସ୍ଥାନର ଆଜମେରରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମାଭାଇରସ୍ (ଏଚ୍‌ପିଭି) ସଂକ୍ରମଣର ନିରାକରଣ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି।

ରାଜସ୍ଥାନର ଆଜମେରରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମାଭାଇରସ୍ (ଏଚ୍‌ପିଭି) ସଂକ୍ରମଣର ନିରାକରଣ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି।

dgjgdjcncbncbn
ଭୁବନେଶ୍ବର: ରାଜସ୍ଥାନର ଆଜମେରରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମାଭାଇରସ୍ (ଏଚ୍‌ପିଭି) ସଂକ୍ରମଣର ନିରାକରଣ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ। ମହିଳାଙ୍କୁ ସୁସ୍ଥ ଓ ସଶକ୍ତ କରିବା ଏହାର ଲକ୍ଷ୍ୟ। ଏହି ଟିକାକରଣ ବାଳିକାଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ପ୍ରଧାନମନ୍ତ୍ରୀ ଦେଶର ୧୪୦ କୋଟି ଲୋକଙ୍କ ପାଇଁ ଏକ ସୁରକ୍ଷିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ କରୁଛନ୍ତି। 
କର୍କଟ ଭଳି ଅନେକ ଜଟିଳ ରୋଗର ଔଷଧକୁ ଶସ୍ତା କରାଯାଇଛି। ରାଜ୍ୟରେ କର୍କଟ ରୋଗର ମୁକାବିଲା ନିମନ୍ତେ ୨୦୨୬-୨୭ ବଜେଟ୍‌ରେ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା କାର୍ଯ୍ୟକ୍ରମ’ ଘୋଷଣା କରାଯାଇଛି। ଏଥିରେ ବ୍ୟାପକ ଗୋଷ୍ଠୀସ୍ତରୀୟ ସଚେତନତା ସହିତ ଗାଁ ଗହଳିରେ ସ୍କ୍ରିନିଂ, ମୋବାଇଲ୍ କ୍ୟାମ୍ପ ଜରିଆରେ ଆଗୁଆ ଚିକିତ୍ସା ବ୍ୟବସ୍ଥା କରାଯିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ)ରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ ୧୨୧ଟି କର୍କଟ ଚିକିତ୍ସା ପ୍ୟାକେଜ୍ ମଧ୍ୟ କରାଯାଉଛି।
ଉପକୃତ ହେବେ ରାଜ୍ୟର ୩.୩୬ ଲକ୍ଷ ବାଳିକା
ଏକ ଯୁଗାନ୍ତକାରୀ ପଦକ୍ଷେପ: ମୁଖ୍ୟମନ୍ତ୍ରୀ
ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ୨୮ଟି ନୂଆ ୧୦୮ ଆମ୍ବୁଲାନ୍‌ସ ମଧ୍ୟ ଲୋକାର୍ପଣ କରିଥିଲେ। ନୂଆ ଆମ୍ବୁଲାନ୍‌ସ ଜରୁରୀକାଳୀନ ସେବା ଯୋଗାଇବା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଏହି ଟିକାକରଣ ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ‘ସୁସ୍ଥ ନାରୀ, ସଶକ୍ତ ଭାରତ’ ଲକ୍ଷ୍ୟ ହାସଲକୁ ଆହୁରି ଗତିଶୀଳ କରିବ। ଏହି ଟିକାର ବଜାର ମୂଲ୍ୟ ୪ ହଜାର ଟଙ୍କା ହୋଇଥିବା ବେଳେ ଝିଅମାନଙ୍କୁ ମାଗଣାରେ ପ୍ରଦାନ କରାଯିବ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ସଚିବ ଅଶ୍ବଥି.ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂହ ଓ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ବୃନ୍ଦା ଡି. ଉପସ୍ଥିତ ଥିଲେ। 
ଉଲ୍ଲେଖଯୋଗ୍ୟ, ଏହି ଅଭିଯାନରେ ରାଜ୍ୟର ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୩.୩୬ ଲକ୍ଷ ବାଳିକାଙ୍କୁ ଟିକା ଦିଆଯିବ। ଏଥିପାଇଁ ୩ ମାସ ସମୟ ଧାର୍ଯ୍ୟ ହୋଇଛି। ଏହି ଟିକା ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ମାସରେ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଟିକା ସମ୍ପୂର୍ଣ୍ଣ ଦେୟମୁକ୍ତ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe