Grandmother killed: ସମ୍ପତ୍ତି ବିବାଦର କରୁଣ ପରିଣତି: ଗାଡ଼ି ଚଢ଼ାଇ ଜେଜେମା’ଙ୍କୁ ହତ୍ୟା

Advertisment

ସମ୍ପତ୍ତି ପାଇଁ ପିକ୍‌ଅପ୍‌ ଚଢ଼ାଇ ଜେଜେମାଆଙ୍କୁ ହତ୍ୟା କରିଛି ନାତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପିଉସୀ। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର (ସିଙ୍ଗଡ଼ା) ଗାଁରେ।

ସମ୍ପତ୍ତି ପାଇଁ ପିକ୍‌ଅପ୍‌ ଚଢ଼ାଇ ଜେଜେମାଆଙ୍କୁ ହତ୍ୟା କରିଛି ନାତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପିଉସୀ। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର (ସିଙ୍ଗଡ଼ା) ଗାଁରେ।

Dead

Young man dead in stone attack in Dhenkanal. Photograph: (sambad)

ପାଣିକୋଇଲି: ସମ୍ପତ୍ତି ପାଇଁ ପିକ୍‌ଅପ୍‌ ଚଢ଼ାଇ ଜେଜେମାଆଙ୍କୁ ହତ୍ୟା କରିଛି ନାତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପିଉସୀ। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର (ସିଙ୍ଗଡ଼ା) ଗାଁରେ। ବିବ୍ରତ କଲା ଭଳି କଥା ହେଉଛି, ହତ୍ୟା ପାଇଁ ସହଯୋଗ କରିଥିଲା ବୃଦ୍ଧାଙ୍କ ନିଜ ପୁଅ। ମୃତ ବୃଦ୍ଧା ଜଣକ ହେଲେ ସିଙ୍ଗଡ଼ା ଗାଁର ସ୍ବର୍ଗତ ଫୋଇନ ସାହୁଙ୍କ ସ୍ତ୍ରୀ ଜୁଳି ସାହୁ (୭୩)। 

Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ଜୁଳି ଓ ତାଙ୍କର ଏକମାତ୍ର ପୁଅ ନାରାୟଣଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ପୂର୍ବରୁ ପୁଅ ନାରାୟଣ ନିଜ ବାପା, ମା’ଙ୍କୁ ଖାଇବା ପିଇବାକୁ ନ ଦେଇ ଅତ୍ୟାଚାର କରୁଥିଲା। ଯାହାକୁ ନେଇ ଫୋଇନ ଓ ଜୁଳି ନିଜର କିଛି ଜମିକୁ ତାଙ୍କ ବିବାହିତା ଝିଅ ଅନିତାଙ୍କ ନାମରେ କରି ଦେଇଥିଲେ। ଫୋଇନଙ୍କ ମୃତ୍ୟୁ ପରେ ଜୁଳି ଅଧିକ ନିର୍ଯାତନାର ଶିକାର ହେବାରୁ ଜାରକା ନାକପୋଲ ଅଞ୍ଚଳରେ ଥିବା ଝିଅ ଘରେ ରହୁଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଗୁରୁବାର ମା’ ଜୁଳି ଓ ଝିଅ ଅନିତା ଗାଁକୁ ଆସିଥିବା ବେଳେ ଦୁହିଁଙ୍କୁ ରାସ୍ତାରୁ ହଟାଇବାକୁ ନାରାୟଣଙ୍କ ପରିବାର ପ୍ରସ୍ତୁତ ହୋଇ ରହିଥିଲେ।

Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ

ଅପରାହ୍‌ଣ ପ୍ରାୟ ୪ଟା ୨୦ରେ ୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ା ଗଳିପୋଲ ତଳ ସଂଯୋଗୀକରଣ ରାସ୍ତାରେ ମା’ ଝିଅ ଯାଉଥିବାବେଳେ ନାରାୟଣଙ୍କ ବଡ଼ପୁଅ କାର୍ତ୍ତିକ ଏକ ପିକ୍‌ଅପ୍‌ ଗାଡ଼ି (ଓଡି୦୪ଇ-୮୫୪୭) ଦ୍ରୁତ ଗତିରେ ଆଣି ପଛପଟୁ ଧକ୍କା ଦେଇଥିଲା। ଅନିତା ରାସ୍ତାକଡ଼କୁ ଡେଇଁପଡ଼ି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳରେ ମା’ ଜୁଳିଙ୍କର ମୃତ୍ୟୁ ହୋଇଥିଲା। ଏହି କାଣ୍ଡ ଘଟାଇ କାର୍ତ୍ତିକ ଗାଡ଼ି ଧରି ଫେରାର ହୋଇ ଯାଇଥିଲା। ରାଜପଥ ପାଟ୍ରୋଲିଂ ଅଧିକାରୀ ଅଶୋକ ବଳ ଜୁଳିଙ୍କ ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କାର୍ତ୍ତିକ ଫେରାର ହୋଇ ଯାଇଥିବା ବେଳେ ପୁଲିସ ନାରାୟଣ ଓ ତାର ସାନପୁଅ ଗଣେଶକୁ ଥାନାକୁ ଆଣି ଜେରା କରୁଥିବା ଆଇଆଇସି ରଞ୍ଜିତ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe