Advertisment

Indravati Reservoir: କେନ୍ଦୁଗୁଡା ପୋଲ ପାଇଁ ୨୦୦କୋଟିର ଡିପିଆର

Advertisment

ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡା ଘାଟରେ ପୋଲ ନିର୍ମାଣ ହେଲେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଚାରି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଦୁରେଇ ରହିଥିବା ପାରିବାରିକ ସମ୍ପର୍କ ପାଖେଇ ଆସିବ।

ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡା ଘାଟରେ ପୋଲ ନିର୍ମାଣ ହେଲେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଚାରି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଦୁରେଇ ରହିଥିବା ପାରିବାରିକ ସମ୍ପର୍କ ପାଖେଇ ଆସିବ।

ngp-ghat-1 (2)

ନବରଙ୍ଗପୁର (ସୁରେଶ ନାଇଡୁ): ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡା ଘାଟରେ ପୋଲ ନିର୍ମାଣ ହେଲେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଚାରି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଦୁରେଇ ରହିଥିବା ପାରିବାରିକ ସମ୍ପର୍କ ପାଖେଇ ଆସିବ।  ଅପରପକ୍ଷରେ ଏହି ପୋଲ ନିର୍ମାଣ ହୋଇପାରୁନଥିବାରୁ ଏବେ ବି ବିଚ୍ଛିନ୍ନାଞ୍ଚଳବାସୀ ଡଙ୍ଗାରେ ବିପଦସଂକୁଳ ଅବସ୍ଥାରେ ନିଜ ଜୀବନକୁ ବାଜିରେ ଲଗାଇ  ଜଳଯାତ୍ରା କରୁଛନ୍ତି। ୨୦୨୧ମସିହାରେ ଏହାକୁ ଦୃଷ୍ଟିରେ ରଖି କେନ୍ଦୁଗୁଡା ପୋଲ ନିର୍ମାଣ ପାଇଁ ୧୫୦କୋଟିର ଡିପିଆର ପ୍ରସ୍ତୁତ କରି ଦାଖଲ କରାଯାଇଥିଲା। ଅନୁମୋଦନ ହୋଇ ପାରିନଥିଲା। ନିର୍ବାଚନ ବେଳେ ଏହି ପୋଲ ଘୋଷଣାପତ୍ରରେ ପ୍ରମୁଖତା ରହିଥିଲା। ନୂଆ ସରକାର ଆସିବା ପରେ ଏବେ ପୁଣି ୨୦୦କୋଟିର ନୂଆ ଡିପିଆର ଦାଖଲ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।  

ଇନ୍ଦ୍ରାବତୀ ଜଳଭଣ୍ଡାର ଓ ପ୍ରକଳ୍ପ ଯୋଗୁଁ ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୬ହଜାର ପରିବାର ବିସ୍ଥାପିତ ହୋଇଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିନିପୁଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ଖଣ୍ଡ ଗାଁ ଜଳଭଣ୍ଡାର ଅପରପାର୍ଶ୍ଵରେ ରହିଯାଇଥିଲା। ଇନ୍ଦ୍ରାବତୀ ପାଣି ଯେଉଁ ନୂଆ ସୀମାରେଖା ଟାଣିଲା ତାହା ଲୋକଙ୍କୁ ବିକାଶ ସହ ସାମ୍ବିଧାନିକ ମୌଳିକ ଅଧିକାର ଠାରୁ ବଂଚିତ କରିଛି। ଜୀବନ ଜୀବିକା ପାଇଁ ପ୍ରତିଦିନ ଜଳଭଣ୍ଡାରର ପାଣିରେ ବିପଦ ସଂକୁଳସ୍ଥିତିରେ ଖାତିଗୁଡ଼ା ଓ ତେନ୍ତୁଳିଖୁଣ୍ଟିକୁ ଦେଶୀ(ପେରୀ) ଡଙ୍ଗାରେ ଯିବା ଆସିବା କରୁଛନ୍ତି। ନବରଙ୍ଗପୁର ଠାରୁ ରାୟଗଡ଼ା ଜିଲ୍ଲାସଦରମହକୁମାକୁ ଯିବାକୁ ହେଲେ ବର୍ତ୍ତମାନ ଦୂରତା ପାଖାପାଖି ୨୦୦ କିଲୋମିଟର। ଭୁବନେଶ୍ବରକୁ ୬୦୦କିଲୋମିଟର। କେନ୍ଦୁଗୁଡାର ଏହି ପୋଲ ନିର୍ମାଣ ହୋଇପାରିଲେ ଦୂରତା କମିଯିବ। ନବରଙ୍ଗପୁରରୁ ରାୟଗଡ଼ା ପ୍ରାୟ ୭୦କିମି କମିଯିବ। ନବରଙ୍ଗପୁର-ରାୟଗଡ଼ା ମଧ୍ୟରେ ଦୂରତା ମାତ୍ର ୧୩୦କିଲୋମିଟର ହେବା ସହ ତିନି ଜିଲ୍ଲା ମଧ୍ୟରେ ଦୂରତା କମିବ। ପୂର୍ତ୍ତ ବିଭାଗ ପୋଲ ନିମନ୍ତେ ସର୍ଭେ କରି  ଚିହ୍ନଟ ସ୍ଥାନରେ ଜଳଭଣ୍ଡାର ଗଭୀରତା ୪୦ ମିଟରରୁ ଊର୍ଦ୍ଧ୍ଵ ରହିଛି। ପୋଲର ଦୁଇଟି ସଂଯୋଗସ୍ଥଳ ମଧ୍ୟରେ ଦୂରତା ୫୦୦ମିଟର ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: IED: ପଞ୍ଚାବ, କାଶ୍ମୀରରୁ ଶକ୍ତିଶାଳୀ ବିସ୍ଫୋରକ ଜବତ

ପୋଲ ସହ ଉଭୟପାର୍ଶ୍ବ ଆପ୍ରୋଚ୍ ରୋଡ୍ ବାବଦରେ ପ୍ରାୟ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟବରାଦ କରି ପୁଣି ପୂର୍ତ୍ତ ବିଭାଗ ନୂଆ ଡିପିଆର୍ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କ ନିକଟକୁ ପଠାଇଛନ୍ତି। ଏବେ ଇନ୍ଦ୍ରାବତୀକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ଜଳସେଚନ ବିଭାଗର ସଚିବ ଓ  ମୁଖ୍ୟଯନ୍ତ୍ରୀ ଇଂ.ସାଗର ମହାନ୍ତି, ଇନ୍ଦ୍ରାବତୀ କୋଲାବ ବେସିନର ମୁଖ୍ୟଯନ୍ତ୍ରୀ ଏବଂ ବେସିନ୍ ପ୍ରବନ୍ଧକଙ୍କୁ ଚିଠି କରି  ପ୍ରସ୍ତାବିତ ‌କେନ୍ଦୁଗୁଡା ଘାଟ ପୋଲର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। ଏହି ଚିଠି ପରେ ଜିଲ୍ଲାବାସୀ ଓ ବିସ୍ଥାପିତଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଡିପିଆର ଅନୁମୋଦନ ହୋଇ କେନ୍ଦୁଗୁଡା ପୋଲର ନିର୍ମାଣ  ହେଲେ ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଆର୍ଥନୈତିକ ବୃଦ୍ଧି ପାଇବ। ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ ଦୂର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe