Advertisment

ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଦାବିରେ ତେଜିଲା ଆନ୍ଦୋଳନ: ରାତିସାରା ବାହାରେ ବସିଲେ ଛାତ୍ରୀ, ଧାରଣାରୁ ଉଠିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଚାପ

Advertisment

ଶୈଳବାଳା ସ୍ବୟଂଶାସିତ ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା ଦାବିରେ ଗତକାଲି ରାତି ତମାମ କାକର ଓ ବର୍ଷାରେ ଛାତ୍ରୀମାନେ ଧାରଣା ଦେଇଥିଲେ। ଏମିତିକି ଆଜି ସକାଳେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀମାନେ ଧାରଣାସ୍ଥଳରେ ପ୍ରସ୍ତୁତି କରିଥିଲେ।

ଶୈଳବାଳା ସ୍ବୟଂଶାସିତ ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା ଦାବିରେ ଗତକାଲି ରାତି ତମାମ କାକର ଓ ବର୍ଷାରେ ଛାତ୍ରୀମାନେ ଧାରଣା ଦେଇଥିଲେ। ଏମିତିକି ଆଜି ସକାଳେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀମାନେ ଧାରଣାସ୍ଥଳରେ ପ୍ରସ୍ତୁତି କରିଥିଲେ।

university

କଟକ: ଶୈଳବାଳା ସ୍ବୟଂଶାସିତ ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା ଦାବିରେ ଗତକାଲି ରାତି ତମାମ କାକର ଓ ବର୍ଷାରେ ଛାତ୍ରୀମାନେ ଧାରଣା ଦେଇଥିଲେ। ଏମିତିକି ଆଜି ସକାଳେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀମାନେ ଧାରଣାସ୍ଥଳରେ ପ୍ରସ୍ତୁତି କରିଥିଲେ। ପରୀକ୍ଷା ଦେବାକୁ ଛାତ୍ରୀମାନେ ଯାଇଥିବା ବେଳେ ପରୀକ୍ଷା ନ ଥିବା ଛାତ୍ରୀ ଧାରଣାରେ ବସି ରହିଥିଲେ। କିନ୍ତୁ ଧାରଣାସ୍ଥଳକୁ କୌଣସି ପ୍ରାଶାସନିକ ଅଧିକାରୀ ଆସି ନଥିଲେ। ଅନ୍ୟପଟେ ଧାରଣାରୁ ଉଠିବା ପାଇଁ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ଉପାୟରେ ଚାପ ପକାଉଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଆଜି ସହରର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀମାନେ ଛାତ୍ରୀମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସରକାର ଶୈଳବାଳା କଲେଜକୁ ତା’ର ନ୍ୟାଯ୍ୟ ଅଧିକାର ପ୍ରଦାନ ନ କଲେ ଧାରଣା ଓ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ରୀଙ୍କ ତରଫରୁ ଘୋଷଣା କରାଯାଇଛି। 

ବୁଦ୍ଧିଜୀବୀ, ବିଭିନ୍ନ ସଙ୍ଗଠନ ଜଣାଇଲେ ସମର୍ଥନ
ଧାରଣାରୁ ଉଠିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଚାପ

ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଗତକାଲି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କ ପକ୍ଷରୁ ରାଜ୍ୟ ସରାକରଙ୍କ ଉଦ୍ଦେଶ୍ୟର ୨ଟି ପୃଥକ୍‌ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି ଦାବିକୁ ନେଇ ଜିଲ୍ଲାପାଳଙ୍କ ସହ କଲେଜ କର୍ତ୍ତୃପକ୍ଷ, ଛାତ୍ରୀ ଓ ପୁରାତନ ଛାତ୍ରୀ ସଂଘର ସଦସ୍ୟ ଆଲୋଚନା କରିଥିଲେ। ଶୈଳବାଳା କଲେଜ ନାଁରେ ଜମି ନାହିଁ। କଲେଜ ନାମରେ ଜମି କରାଯାଇ କ୍ୟାମ୍ପସ୍‌ ଓ ବିଭିନ୍ନ ଭିତ୍ତିଭୂମିର ବିକାଶ  ପରେ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବାରେ ସମସ୍ୟା ହେବନି ବୋଲି ଜିଲ୍ଲାପାଳ କହିଥିଲେ। ହେଲେ ଛାତ୍ରୀ ଓ ପୁରାତନ ଛାତ୍ରୀ ସଂଘ ଏହି ପ୍ରସ୍ତାବ ଗ୍ରହଣ କରି ନ ଥିଲେ। ରାଜ୍ୟର ବହୁ ବିଶ୍ବବିଦ୍ୟାଳୟର ନିଜ ନାମରେ ଜମି ନ ଥିବା ବେଳେ ଶୈଳବାଳା କଲେଜ ପାଇଁ ଏହା କାହିଁକି ବାଧକ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଦାବି ପୂରଣ ନ ହେବା ଯାଏଁ ଛାତ୍ରୀମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

PMGSY: ଯାତାୟାତ ଯନ୍ତ୍ରଣା ଅସହ୍ୟ, ନୂତନ ରାସ୍ତା ନିର୍ମାଣ ପାଇଁ ଦାବି

ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଦାବି ନେଇ ଛାତ୍ରୀମାନେ ଚଳାଇଥିବା ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇ ଆଜି ମଧୁସୂଦନ ସଂଗ୍ରହାଳୟ ସମ୍ମୁଖରେ କଟକ ବରିଷ୍ଠ ନାଗରିକ ମହାସଭା, ଶୈଳବାଳା ପୁରାତନ ଛାତ୍ରୀ ସଂଘ, ମଧୁସ୍ମୃତି ସୁରକ୍ଷା ମଞ୍ଚ, ଗ୍ରେଟର୍‌ କଟକ ମୁଭମେଣ୍ଟ୍‌, ନୀଳଚକ୍ର ଅନୁଷ୍ଠାନର ବହୁ ସଦସ୍ୟ ଏକାଠି ହୋଇଥିଲେ। ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ସହରର ବିଭିନ୍ନ ସାହି, ପୂଜା କମିଟି, କ୍ଲବ୍‌ମାନଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe