ଘୁ.ଉଦୟଗିରି: ବାଂଲାଦେଶର ଢାକା ଠାରେ  ୧୮ ଡିସେମ୍ବରରେ  ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ଘଟଣା ସହ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଶନିବାର ଘୁ.ଉଦୟଗିରି ସହରରେ ମଧ୍ୟ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି।

Advertisment

କନ୍ଧମାଳଜିଲ୍ଲା ବଜରଙ୍ଗ ଦଳ ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ଵରେ ସ୍ଥାନୀୟ ବଜରଙ୍ଗ ଦଳ ସଂଯୋଜକ ଆଶିଷ କାଣ୍ଡି,ସହ ସଂଯୋଜକ ଜିତେନ୍ଦ୍ର ନାୟକ, ସାପ୍ତାହିକ ମିଳନ ପ୍ରମୁଖ ରବିନ୍ଦ୍ର ଦାସଙ୍କ ସମେତ ଦଳର କର୍ମକର୍ତ୍ତାମାନେ ବାଂଲାଦେଶରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗ୍ୟାମାନଙ୍କୁ ଦେଶ ତଥା ଆମ ଅଞ୍ଚଳରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।

ବାଂଲାଦେଶୀ ବାହାର

ଆହୁରି ପଢ଼ନ୍ତୁ:Power Of Organization: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆରଏସଏସକୁ ପ୍ରଶଂସା କଲେ ଦିଗବିଜୟ ସିଂ

ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ମୈମନସିଂ ଜିଲ୍ଲାରେ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।  ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ। ସେ ଭାଲୁକା ଉପକଣ୍ଠ ଦୁବାଲିଆ ପାରା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଘର ଚଳାଇବା ପାଇଁ ସେ କପଡ଼ା କାରଖାନାରେ କାମ କରୁଥିଲେ। ଉତ୍ତ୍ୟକ୍ତ ଜନତା ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ।

ପିଟିପିଟି ହତ୍ୟା 

ଅଭିଯୋଗ ହୋଇଛି ଯେ, ଦଙ୍ଗାକାରୀମାନେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ। ତା’ପରେ ତାଙ୍କ ମୃତଦେହକୁ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ​​ଏବଂ ମୃତଦେହକୁ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ମୈମନସିଂହ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା। 

ଆହୁରି ପଢ଼ନ୍ତୁ:Raghav Chaddha Met Blinkit Viral Boy: ଭାଇରାଲ ଡେଲିଭରି ବୟଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଡାକିଥିଲେ ରାଘବ ଚଢା, ‘X’ ଆକାଉଣ୍ଟ୍‌ରେ କଲେ ପୋଷ୍ଟ...

ରିପୋର୍ଟ: ସମୀର ପାଢ଼ୀ