୨୫ ନୂଆ ଗାଁ ପାଇଁ ଜନଶୁଣାଣି

ମୁଖ୍ୟ ରାଜସ୍ବ ଗ୍ରାମ ଅଧିନରେ ଥିବା ଯେଉଁ ପଡ଼ାଗ୍ରାମର ଜନସଂଖ୍ୟା ୩ ଶହରୁ ଅଧିକ ଓ ରାଜସ୍ଵ ଗ୍ରାମ ଠାରୁ ୫ ଶହ ମିଟରରୁ ଅଧିକ ଦୂରତା ହୋଇଥିବା ସହିତ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ହୋଇଥିବା ଅନ୍ୟାନ୍ୟ ମାନଦଣ୍ଡ ପରିସରଭୁକ୍ତ ହୋଇଥିବ ସେହି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ...

public hearing for 25 new villages

public hearing for 25 new villages Photograph: (sambad.in )

ବାମନାଳ: ମୁଖ୍ୟ ରାଜସ୍ବ ଗ୍ରାମ ଅଧିନରେ ଥିବା ଯେଉଁ ସବୁ ପଡ଼ାଗ୍ରାମର ଜନସଂଖ୍ୟା ୩ ଶହରୁ ଅଧିକ ଓ ରାଜସ୍ଵ ଗ୍ରାମ ଠାରୁ ୫ ଶହ ମିଟରରୁ ଅଧିକ ଦୂରତା ହୋଇଥିବା ସହିତ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ହୋଇଥିବା ଅନ୍ୟାନ୍ୟ ମାନଦଣ୍ଡ ପରିସରଭୁକ୍ତ ହୋଇଥିବ ତେବେ ସେହି ଗ୍ରାମକୁ ରାଜସ୍ଵ ବିଭାଗ ପକ୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ବୋଲି ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରୁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାରଙ୍କ ନିକଟରେ ଅନେକ ପଡ଼ାଗ୍ରାମ ପକ୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ଲିଖିତ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି।

ଅଧିକ ପଢ଼ନ୍ତୁ: ନକ୍ସଲ-ସରକାର ଶାନ୍ତିବାର୍ତ୍ତା: ଇନ୍ଦ୍ରାବତୀ ନଦୀ ତଟରେ ଏକତ୍ରିତ ହେଲେ ୧୦ ପଞ୍ଚାୟତବାସୀ

ତଦନୁଯାୟୀ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନହନ୍ତରା,ଉଛୁପୁରୁ, ବଳଙ୍ଗା,ଖେଲାର,ମଣିଜଙ୍ଗ ଓ ଭିଲିଦେଉଳି ଆଦି ରାଜସ୍ଵ ସର୍କଲ ଅଧିନରେ ଥିବା ୨୫ ଟି ନୂଆ ରାଜସ୍ଵ ଗ୍ରାମ ଘୋଷଣା ପାଇଁ  ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ତହସିଲଦାର ମନୋଜ ପ୍ରଧାନ, ଅତିରିକ୍ତ ତହସିଲଦାର,ରାଜସ୍ବ ନୀରିକ୍ଷକ ସୁରେଶ ସାହୁ ସୁପରଭାଇଜରଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ଭିନ୍ନ ଭିନ୍ନ ସ୍ଥାନରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ସ୍ରାଏଲ ଆକ୍ରମଣରେ ହମାସର ଗାଜା ମୁଖ୍ୟ ସିନଓ୍ବାର ମୃତ

puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe