Radio Chocolate: ରେଡିଓ ଚକଲେଟ୍‌ର ‘ମିଠା ମିଠା ଖ୍ରୀଷ୍ଟମାସ୍‌’

Advertisment

‘ସ୍ଲମ୍‌ଡଗ୍‌ ମିଲେନିୟର୍‌’ର ଲୋକପ୍ରିୟ ସଙ୍ଗୀତ ‘ଜୟ ହୋ’ ଶୀତୁଆ ସନ୍ଧ୍ୟାରେ ଦେଶପ୍ରେମର ଭାବନାରେ ଶିହରିତ କରିଥିଲା। ଏହା ପଛକୁ ଓଲିଉଡ୍‌ ସଙ୍ଗୀତ ‘ତୁ ସମ୍ମୋହିନୀ’ ପ୍ରେମର ବାସ୍ନା ବିତରଣ କରିଥିଲା। ଗୀତର ତାଳେ ତାଳେ ଲୋକଙ୍କ ପାଦ ବି ଅଥୟ ହୋଇ ଉଠୁଥିଲା।

‘ସ୍ଲମ୍‌ଡଗ୍‌ ମିଲେନିୟର୍‌’ର ଲୋକପ୍ରିୟ ସଙ୍ଗୀତ ‘ଜୟ ହୋ’ ଶୀତୁଆ ସନ୍ଧ୍ୟାରେ ଦେଶପ୍ରେମର ଭାବନାରେ ଶିହରିତ କରିଥିଲା। ଏହା ପଛକୁ ଓଲିଉଡ୍‌ ସଙ୍ଗୀତ ‘ତୁ ସମ୍ମୋହିନୀ’ ପ୍ରେମର ବାସ୍ନା ବିତରଣ କରିଥିଲା। ଗୀତର ତାଳେ ତାଳେ ଲୋକଙ୍କ ପାଦ ବି ଅଥୟ ହୋଇ ଉଠୁଥିଲା।

adgdagadgzvc

ଭୁବନେଶ୍ୱର: ‘ସ୍ଲମ୍‌ଡଗ୍‌ ମିଲେନିୟର୍‌’ର ଲୋକପ୍ରିୟ ସଙ୍ଗୀତ ‘ଜୟ ହୋ’ ଶୀତୁଆ ସନ୍ଧ୍ୟାରେ ଦେଶପ୍ରେମର ଭାବନାରେ ଶିହରିତ କରିଥିଲା। ଏହା ପଛକୁ ଓଲିଉଡ୍‌ ସଙ୍ଗୀତ ‘ତୁ ସମ୍ମୋହିନୀ’ ପ୍ରେମର ବାସ୍ନା ବିତରଣ କରିଥିଲା। ଗୀତର ତାଳେ ତାଳେ ଲୋକଙ୍କ ପାଦ ବି ଅଥୟ ହୋଇ ଉଠୁଥିଲା। କଣ୍ଠଶିଳ୍ପୀ ଶର୍ମିଷ୍ଠା ସରକାରଙ୍କ କଣ୍ଠରେ ଏହି ଦୁଇ ସଙ୍ଗୀତ ସମେତ ‘ଗୁଲାବି ଆଖେ’,  ପୁଷ୍ପା ଚଳଚ୍ଚିତ୍ର ‘ଓ ଅଣ୍ଟା ଵା ମାମା’ ପରି ବହୁ ଲୋକପ୍ରିୟ ସଙ୍ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଅବସର ଥିଲା, ପବିତ୍ର ଖ୍ରୀଷ୍ଟମାସ ଉପଲକ୍ଷେ ‘ରେଡିଓ ଚକଲେଟ୍‌’ ପକ୍ଷରୁ ଆୟୋଜିତ ‘ମିଠା ମିଠା ଖ୍ରୀଷ୍ଟମାସ୍‌’ର ନବମ ସଂସ୍କରଣ। କଳ୍ପନାସ୍ଥିତ ‘ଉତ୍କଳ କନିକା ଗ୍ୟାଲେରିଆ’ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଲ୍‌କୁ ଆସିଥିବା ଗ୍ରାହକଙ୍କ ସମେତ ରାସ୍ତାକଡ଼ର ଲୋକମାନେ ଭରପୂର ମନୋରଂଜନର ସୁଯୋଗ ପାଇଥିଲେ। 
କେବଳ ସେତିକି ନୁହେଁ, ନୃତ୍ୟଶିଳ୍ପୀ ସୁଶ୍ରୀ, ଆୟାନା, ମୃଗାକ୍ଷୀ, ଅଲିସାଙ୍କ ବଲିଉଡ୍‌ର ବହୁ ଲୋକପ୍ରିୟ ନୃତ୍ୟ ଦର୍ଶକମାନଙ୍କୁ ମଧ୍ୟ ମଞ୍ଚକୁ ଟାଣି ଆଣିଥିଲା।

Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ

ସେହିପରି ରେଡିଓ ଚ‌କଲେଟ୍‌ର ଲୋକପ୍ରିୟ ରେଡିଓ ସିରିଜ୍‌ ‘ଆରେ ପାପା’ର କଳାକାର ମାଷ୍ଟର୍‌ ସମ୍ପର୍କ ଓ ଆର୍‌ଜେ ସଂଗ୍ରାମଙ୍କ ପରିବେଷଣ ପରିବାର ସଂସ୍କାର ଓ ବାପାପୁଅ ସମ୍ପର୍କର ଅନନ୍ୟ ନିଦର୍ଶନ ଦେଇଥିଲା। ସାଧାରଣଜ୍ଞାନ, ଖ୍ରୀଷ୍ଟମାସ, ଚଳଚ୍ଚିତ୍ର ସମ୍ୱନ୍ଧୀୟ କୁଇଜ୍‌ ଓ ଭଲ ନୃତ୍ୟ ପରିବେଷଣ କରି ଦର୍ଶକମାନେ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ। ଏହି ଅବସରରେ ହସ୍ତତନ୍ତକୁ ଘରେ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ବ୍ରାଣ୍ଡ୍‌ ‘ଶିରୁଳିକା’ର ଲୋଗୋ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଲିପିକା ମହାପାତ୍ର, ମାନସ ମହାନ୍ତି ଓ ସୁଜିତ ପ୍ରଧାନ ଯୋଗଦେଇ ଅନୁଷ୍ଠାନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଚ‌କଲେଟ୍‌ର ପ୍ରୋଗ୍ରାମିଂ ମୁଖ୍ୟ ସଂଗ୍ରାମ ମିଶ୍ର, ‘କନକ ନ୍ୟୁଜ୍‌’ ଓ ‘ରେଡିଓ ଚ‌କଲେଟ୍‌’ର ଜିଏମ କଲ୍ୟାଣେନ୍ଦୁ ନାୟକ, ଆଞ୍ଚଳିକ ମାର୍କେଟିଂ ମୁଖ୍ୟ ପ୍ରଶାନ୍ତ ମାଲ୍ଲୁଙ୍କ ସମେତ ସମସ୍ତ ଟିମ୍‌ ଉପସ୍ଥିତ ଥିଲେ। ଆର୍‌ଜେ ଅନିଲ ସାନ୍ତା ବେଶ ଧାରଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଆର୍‌ଜେ ସୋନାଲି ମଞ୍ଚ ପରିଚାଳନା କରିଥିଲେ। ଏଥିରେ ‘ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର’, ‘ଶିରୁଳିକା’, ‘ଟ୍ରିନିଟି ସ୍କୋଡା’, ‘ଛପନ ଭୋଗ’, ‘ଉତ୍କଳ ହସ୍ପିଟାଲ’, ‘ଫିଲଟ୍ରୋନିକ ଲାଇଫଷ୍ଟାଇଲ୍‌’, କିସ୍ନା ହାଉସ୍‌ ଅଫ୍‌ ଏଚ୍‌ କେ ପ୍ରମୁଖ ସହାୟତା କରିଥିଲେ।

Shivraj Singh: ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ବଢ଼ାଇବା ପାଇଁ ବଡ଼ ଲକ୍ଷ୍ୟ ରଖିଛି: କେନ୍ଦ୍ରମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe