କେନ୍ଦୁଝର: ଅଲ୍ଚିକି ଲିିପିର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁ ଥିଲେ ଏକ ଆନ୍ଦୋଳନ। ସେ ଅନ୍ଧାର ଭିତରେ ଆଲୋକର ଜାଗରଣ କରି ସମାଜକୁ ଶିକ୍ଷା, ଅସ୍ମିତା ଓ ଗର୍ବର ଅନୁଭୂତି ଦେଇଥିଲେ। ସ୍ଥାନୀୟ ସିଲିସୁଆଁଠାରେ ସାନ୍ତାଳୀ ଭାଷା ସାହିତ୍ୟର ଅଲ୍ଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମତ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଲ୍ଚିକି ଲିପି ଏବଂ ଗୁରୁ ଗୋମକେ ହେଉଛନ୍ତି ପରସ୍ପର ପରିପୂରକ। ପଣ୍ଡିତ ମୁର୍ମୁ ସ୍ରଷ୍ଟା ହେଲେ ଅଲ୍ଚିକି ଲିପି ହେଉଛି ସୃଷ୍ଟି। ତାଙ୍କ ଲିପି ଉଦ୍ଭାବନ କେବଳ ଶବ୍ଦଗତ ପରିବର୍ତ୍ତନ ନୁହେଁ, ଥିଲା ଏକ ସଂସ୍କୃତି ବିକାଶ ପାଇଁ ନୂତନ ଅଧ୍ୟାୟ। ପଣ୍ଡିତ ମୁର୍ମୁଙ୍କ ରଚିତ ଗଦ୍ୟ ଓ ପଦ୍ୟ ସାହିତ୍ୟ, ନାଟକ, ପାଠ୍ୟପୁସ୍ତକ ଓ ଲୋକସାହିତ୍ୟ ଆଜି ବି ଆମକୁ ସଂସ୍କୃତିର ମୂଳସୂତ୍ର ସହିତ ବାନ୍ଧି ରଖିଛି। ସାନ୍ତାଳୀ ଭାଷାକୁ ସମୃଦ୍ଧ କରିବା ପାଇଁ ପଣ୍ଡିତ ମୁର୍ମୁ ଅଲ୍ଚିକି ଲିପିରେ ଅନେକ ଗୀତ, ନାଟକ ଆଦି ରଚନା କରିଥିଲେ। ଏହାର ପ୍ରସାର ପାଇଁ ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ସାନ୍ତାଳୀ ଭାଷାଭାଷୀ ଅଞ୍ଚଳ ବୁଲି ଲୋକଙ୍କୁ ବୁଝାଇଥିଲେ। ସାନ୍ତାଳୀ ସାହିତ୍ୟର ପ୍ରଚାର ପାଇଁ ସେ ‘ସାଗେନ୍ ସାକାମ୍’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ। ତାଙ୍କ ପ୍ରେରଣାରେ ବାବା ତିଲକା ମାଝୀ ପାଠାଗାର ମଧ୍ୟ ପ୍ରତିଷ୍ଠା ହୋଇଥିଲା।
Memorable 25: ମନେରହିବ ୨୫: ଲୋକ ସାଧାରଣ କାମ ଅସାଧାରଣ
ସାନ୍ତାଳୀ ସମାଜର ସାମାଜିକ, ଶିକ୍ଷାଗତ ଓ ସାଂସ୍କୃତିକ ଉନ୍ନତି ପାଇଁ ସେ ଏକ ଆଦିବାସୀ ସୋସିଓ-ଏଜୁକେସନାଲ୍ ଏଣ୍ଡ କଲ୍ଚରାଲ୍ ଆସୋସିଏସନ୍ ଗଠନ କରିଥିଲେ। ଏଥିସହ ପଣ୍ଡିତ ମୁର୍ମୁ ଅନ୍ୟ ଆଦିବାସୀ ସମାଜକୁ ମଧ୍ୟ ନିଜସ୍ବ ଲିପି ବିକଶିତ କରିବାକୁ ପଥ ପ୍ରଦର୍ଶନ କରିଥିଲେ। ୨୦୦୩ ମସିହାରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ। ଆଜି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରର ଆଦିବାସୀବହୁଳ ଅଞ୍ଚଳରେ ଏହି ଭାଷାରେ ସ୍କୁଲ୍ ଶିକ୍ଷା ଦିଆଯାଉଛି। କେବଳ ସାନ୍ତାଳୀ ଭାଷା କାହିଁକି, ରାଜ୍ୟ ସରକାର ହୋ, ମୁଣ୍ଡାରୀ, ଗାଦବା, କୁଇ, ଓରାଓଁ ଭଳି ଅନେକ ଆଦିବାସୀ ଭାଷାର ପ୍ରସାର ପାଇଁ ସରକାର କାର୍ଯ୍ୟ କରୁଛନ୍ତି। କାର୍ଯ୍ୟକ୍ରମରେ ଯାଦବ ଟୁଡୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତହସିଲଦାର ସ୍ୱାଗତ ଭାଷଣ ଦେଇଥିଲେ। ସାରସକଣା ବିଧାୟକ ଭାଦବ ହାଁସଦା, ବିଧାୟିକା ସଞ୍ଜଲି ମୁର୍ମୁ, ଡକ୍ଟର ପ୍ରିୟଙ୍କା ମାରାଣ୍ଡି, ବିଧାୟକ ଡକ୍ଟର ଫକୀରମୋହନ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/sfhfhfhxvvbbv-2025-12-28-01-45-42.jpg)