ରାହୁଲ ଜଣେ କମେଡିଆନ ଆଉ ଜୋକର: ଜୟନାରାୟଣଙ୍କ କଟାକ୍ଷ

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କଡ଼ା ମନ୍ତବ୍ୟ ଦେଇଛନ୍ତି। କପିଲ ଶର୍ମା କମେଡି ସୋ ଯେମିତି ସେହିପରି ରାହୁଲ ଗାନ୍ଧୀ ମଧ୍ୟ ଜଣେ କମେଡିଆନ ଆଉ ଜୋକର ବୋଲି କହି ଜୟନାରାୟଣ କଟାକ୍ଷ କରିଛନ୍ତି...

ଅଦ୍ୟତନ ହୋଇଛି
Rahul is a comedian and a joker: Jayanarayan's sarcasm

Rahul is a comedian and a joker: Jayanarayan's sarcasm Photograph: (sambad.in)

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କଡ଼ା ମନ୍ତବ୍ୟ ଦେଇଛନ୍ତି। କପିଲ ଶର୍ମା କମେଡି ସୋ ଯେମିତି ସେହିପରି ରାହୁଲ ଗାନ୍ଧୀ ମଧ୍ୟ ଜଣେ କମେଡିଆନ ଆଉ ଜୋକର ବୋଲି କହି ଜୟନାରାୟଣ କଟାକ୍ଷ କରିଛନ୍ତି। ତେଣୁ ଜଣେ ଜୋକର ଆସିଲେ ରାଜ୍ୟରେ କିଛି ପ୍ରଭାବ ପଡ଼ିବ ନାହିଁ। କଂଗ୍ରେସ ପାର୍ଟିର ପତନ କେମିତି ହେଲାଣି ତାହା ସମସ୍ତେ ଦେଖୁଛନ୍ତି। କଂଗ୍ରେସ ଦଳ ଆଗାମୀ ଶତାବ୍ଦୀରେ ବି ଉଧେଇବାର ସମ୍ଭାବନା ନାହିଁ।

ରାହୁଲଙ୍କୁ ବାର୍ତ୍ତା ଦେଇ ଆସେ କି ? ସେ କି ବାର୍ତ୍ତା ଦେବେ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ଟି-ସାର୍ଟ ପିନ୍ଧିବା ବାର୍ତ୍ତା ଦେବେ କି।

ରାହୁଲ ଗାନ୍ଧୀ ରାଜୀବଙ୍କ ପୁଅ,ରାଜୀବ ଇନ୍ଦିରା ଗାନ୍ଧୀଙ୍କ ପୁଅ,ଇନ୍ଦିରା ଗାନ୍ଧୀ ନେହେରୁଙ୍କ ଝିଅ ତେଣୁ ସେମାନେ ବଂଶାନୁକ୍ରମିକ ଭାବେ ଦଳରେ ଅଧିକାର ଚଲାଇଛନ୍ତି। ସେମାନେ ପାର୍ଟିକୁ ନିଜର ସମ୍ପତ୍ତି କରି ରଖିଛନ୍ତି। ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭଲ। ସଶକ୍ତ ବିରୋଧୀ ଦଳ ରହିବା ଦରକାର। 

ଅଧିକ ପଢ଼ନ୍ତୁ: ୱାଟର ଲଗିଙ୍ଗ୍ ଯେପରି ନେହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି: ନଗର ଉନ୍ନୟନ ମନ୍ତ୍ରୀ

କଂଗ୍ରେସ ଦେହରେ ନ୍ୟୁଟ୍ରିସନ ନାହିଁ, ଯଦି କଂଗ୍ରେସର ନ୍ୟୁଟ୍ରିସନ୍ ଦରକାର ତେବେ ଆମେ ଦେବୁ ବୋଲି କହି ଜୟନାରାୟଣ ସମାଲୋଚନା କରିଛନ୍ତି। ତାଙ୍କର ସବୁ ଶକ୍ତି ସୁଇସ୍ ବ୍ୟାଙ୍କରେ ଅଛି,ବ୍ୟାଙ୍କରେ ସବୁ କାମ ହୋଇ ରହଛି। ରାହୁଲଙ୍କର ଯଦି ସତ୍ ସାହସ ଅଛି,ତେବେ କେରଳର ଗୋଟିଏ ମୁସଲିମ ପ୍ରବଣ ନିର୍ବାଚନ ମଣ୍ଡଳୀରୁ କାହିଁକି ଲଢ଼ିଲେ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। ଭାରତ ସାରା ଆଉ କୌଣସି ନିର୍ବାଚନ ମଣ୍ଡଳୀ ନଥିଲା କି ? ତେଣୁ ଯଦି ନିଜେ ଲଢ଼ିବା ପାଇଁ ରାହୁଲ ସନ୍ଦେହରେ ଅଛନ୍ତି, ତେବେ ସେ ଦେଶର ନେତୃତ୍ବ କଣ ନେବେ ବୋଲି ଜୟ ନାରାୟଣ ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜସ୍ଥାନରେ ବିମାନ ଦୁର୍ଘଟଣା: ପାଇଲଟ୍‌ଙ୍କ ସମେତ ୨ ମୃତ

Jayanarayan Mishra 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe