ରାହୁଲଙ୍କ ଆଚରଣ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ: ବୈଜୟନ୍ତ ପଣ୍ଡା

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଆହତ ଘଟଣାକୁ ନେଇ ବିଜେପିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆ ଏକ୍ସରେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଅହଂକାରୀ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ବିରୋଧୀଦଳର ନେତାଙ୍କ ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ଏବଂ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ...

ଅଦ୍ୟତନ ହୋଇଛି
Baijayant Panda

ଭୁବନେଶ୍ବର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ବିଜେପିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆ ଏକ୍ସରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଅହଂକାରୀ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି।

ବିରୋଧୀଦଳର ନେତାଙ୍କ ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ଏବଂ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ମୋର ସଂସଦ ସହକର୍ମୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। 

ସୂଚନା‌ଯୋଗ୍ୟ, ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ: ମନମୋହନ ସାମଲ

ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି । 

ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେବାରୁ ମୁଁ ତଳେ ପଡ଼ି ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ବିଜେପି ସାଂସଦଙ୍କ ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶାସକ ଦଳ ସଦସ୍ୟ କହିଛନ୍ତି। ଉଭୟ ସାଂସଦଙ୍କ ଚିକିତ୍ସା ଜାରି ରହିଛି।

ଅଧିକ ପଢ଼ନ୍ତୁ: ବିନାଶ କାଳେ ବିପରୀତ ବୁଦ୍ଧି: ରୁଦ୍ର ପାଣି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe