ଜଗଦଳା ପୋଲ ଉପରେ ବର୍ଷାଜଳ: ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଇଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି...

Rainwater on the bridge: Communication cut off in two panchayats

Rainwater on the bridge: Communication cut off in two panchayats Photograph: (sambad.in)

ପଦ୍ମପୁର: ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଈଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି। ଶନିବାର ଦିନ ତମାମ ବର୍ଷା ଲାଗି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ଜଗଦଳା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇଟି ପଞ୍ଚାୟତ କଣ୍ଡରାପଶି ଏବଂ ପର୍ଜନପୁର ମୁଖ୍ୟାଳୟକୁ ଯୋଡ଼ୁଥିବା ରାସ୍ତା ଦେଇ ଯୋଗାଯୋଗ ଏକଦମ୍ ଠପ୍ ହୋଇପଡ଼ିଛି। ରବିବାର ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର କମି ନଥିବାରୁ ଉଭୟପଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି। 

ଅଧିକ ପଢ଼ନ୍ତୁ: ଲଗାଣ ବର୍ଷା: ରାସ୍ତାରେ ଖାଲ, ମାଟି ଘର ଭାଙ୍ଗିଲା

ଗତକାଲି ସନ୍ଧ୍ୟାରେ ସତୀକୁଦର-କଣ୍ଡରାପଶି ରାସ୍ତାର ଜଗଦଳା ପୋଲ,ଦେଉଳଡିହା-ସତୀକୁଦର ରାସ୍ତା,ପାଟୁଙ୍ଗ-ପର୍ଜନପୁର ରାସ୍ତା ଉପରେ ୩ ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହୋଇ ଥିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା।ଦେଉଳଡିହା ନିକଟରେ ଏକ ବାଇକ୍ ପାଣିରେ ଭାସିଯାଇଥିବା ବେଳେ ଦୁଇଜଣ ଯୁବକ ଅଳ୍ପକେ ରକ୍ଷା ପାଇଯାଇଥିବା ଖବର ମିଳିଛି।ତେବେ କଣ୍ଡରାପଶି ଠାରୁ ନଈଗାଁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷା ଯୋଗୁ ଶୋଚନୀୟ ହୋଇପଡ଼ିଛି। 

ବଢ଼ିପାଣି ଯୋଗୁ ରାସ୍ତା ଧୋଇ ହୋଇଯାଇଥିବାରୁ ଜଗଦଳା ପୋଲ ନିକଟରେ ବିରାଟ ଗର୍ତ୍ତ ସୃଷ୍ଟିହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି। ତେବେ ପୂର୍ବ ସରକାର ଅମଳରେ ଏଠାରେ ଆରମ୍ଭ କରାଯାଇଥିବା ପୋଲର ନିର୍ମାଣ କାର୍ଯ୍ୟ ଏକବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏହା ବର୍ତ୍ତମାନର ନୂଆ ସରକାର ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଦୃଢ଼ ଦାବି କରାଯାଉଛି।

ସେହିପରି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଗୋହାଲଡିହି ରେଳଷ୍ଟେସନରେ ଗତକାଲି ବନ୍ୟାଜଳ ରେଳ ଲାଇନ ଉପରେ ପ୍ରଭାବିତ ହୋଇଥିଲା। ଫଳରେ ବ୍ରହ୍ମପୁର-ଟାଟା ନଗର ବନ୍ଦେ ଭାରତ ଟ୍ରେନ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକି ରହିଥିଲା। ଜଳନିଷ୍କାସନ ପାଇଁ ରେଳବାଇ ବିଭାଗୀୟ କର୍ତ୍ତୃପକ୍ଷ ଜେସିବି ଲଗାଇ ରାସ୍ତା ଖୋଳି ଜଳନିଷ୍କାସନ କରିବା ପରେ ଟ୍ରେନ ଚଳାଚଳ କରିଛି।

Heavy rain
Heavy rain Photograph: (sambad.in)

ତେବେ ଜଳନିଷ୍କାସନ କରିଵା ଦ୍ବାରା ଗୋହାଲଡିହି ଗ୍ରାମର ଦୁର୍ଯ୍ୟୋଧନ ମୁଣ୍ତାଙ୍କର ତିନି ଏକର,ମଙ୍ଗୁଳ ମୁଣ୍ତାଙ୍କର ତିନି ଏକର,ଗୁରୁଚରଣ ମୁଣ୍ତାଙ୍କର ଅଢେଇ ଏକର,ରବିନ୍ଦ୍ର ମୁଣ୍ତାଙ୍କର ଅଢେଇ ଏକର ସମେତ ଦାମଦର ମହାନ୍ତ,କେଶବ ମହାନ୍ତ,ରାମ ମହାନ୍ତ,ମିତ୍ରଭାନୁ ମହାନ୍ତ,ନିଳାମ୍ବର ମହାନ୍ତ ପ୍ରଭୃତି ଏକାଧିକ ଚାଷୀଙ୍କ ବିଲରେ ମାଟି,ବାଲି ମୋରମ ଚରିଯାଇଛି।ଫଳରେ ବିଲରେ ରୁଆ ହୋଇଥିବା ଧାନ ତଳି ନଷ୍ଟ ହୋଇ ଯାଇଥିବା  ଅଭିଯୋଗ ହୋଇଛି।

ଚାଷ ପାଇଁ ହଳ,କାଦୁଆ ସାର ପ୍ରୟୋଗ ସହ ମୂଲିଆ ଲଗାଇ ଚାଷୀମାନେ ବହୁ ଖର୍ଚ୍ଚାନ୍ତ ହୋଇଥିଲେ।ଏବେ ଧାନଫସଲ ନଷ୍ଟ ହୋଇ ଯାଇଥିବାରୁ ସେମାନେ ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

heavy rain
heavy rain

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତୀକୁଚା ଗାଁ ମହାନ୍ତ ସାହିର ସଙ୍ଗୀତା ପ୍ରିୟଦର୍ଶିନୀ ମହାନ୍ତଙ୍କ ଘର କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ତେବେ ସୈାଭାଗ୍ୟ ବସତଃ ପରିବାର କାହାରି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ମାଟି କାନ୍ଥ ଏକ ଟିଣ ବାକ୍ସରେ ପଡିବା ଯୋଗୁ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଏବେ ପରିବାର ସଦସ୍ୟ ରହିବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ସରକାରୀ ସହାୟତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବାକୁ ସଙ୍ଗୀତା ଅନୁରୋଧ କରିଛନ୍ତି।

WhatsApp Image 2025-07-06 at 9.37.08 PM

ରତନପୁର ମାଛକାନ୍ଦଣା ପୋଲ ଉପରେ ବନ୍ୟାଜଳ ପ୍ରଭାବିତ ହୋଇଛି।ଲଗାଣ ବର୍ଷା ଲାଗି ରହିବା ଦ୍ବାରା ପାଣିର ଉଚ୍ଚତା ବୃଦ୍ଧି ପାଉଥିବାରୁ ଯାତାୟତ ସଂମ୍ପୁ୍ଣ୍ଣ ଭାବେ ଠପ୍ ହୋଇ ଯାଇଛି।ଜରୁରୀ କାଳୀନ ପରିସ୍ଥିତିରେ ରତନପୁର ଗ୍ରାମର ଲୋକେ ଦାବାଙ୍କ ଦେଇ ପଦ୍ମପୁର ସମେତ କେନ୍ଦୁଝରକୁ ଯାତାୟତ କରୁଛନ୍ତି। ଏଠାରେ ଉଚ୍ଚା ପୋଲ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲେହେଁ ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

WhatsApp Image 2025-07-06 at 9.48.51 PM

ସେହିପରି ବରଦାପାଳ ପଞ୍ଚାୟତ କୁସୁମିତା-ଶଙ୍କାରୀ ରାସ୍ତାର ପୋଲ ବନ୍ୟାରେ ଧୋଇ ଯାଇଛି।ରାସ୍ତା ର ମାଟି ସହ ମେଣ୍ଟାଲ ଓ ପିଚୁ ଅଧିକ ପାଣି ଜଳସ୍ରତରେ ଭାସିଯାଇଛି।ଖାଲ ଖମା ସୃଷ୍ଟି ହୋଇଥିବାବେଳେ ଯାେଗାଯୋଗ ବିଛିନ୍ନ ହୋଇଛି।ହଜାର ହଜାର ସଂଖ୍ୟକ ଲୋକ ଏହି ରାସ୍ତାଦେଇ ଯାତାୟତ କରି ନପାରି ପାଟପାଣି ବିନିନ୍ଦା ଘାଟିଦେଇ ଯିବା ଆସିବା କରୁଛନ୍ତି।ତୁରନ୍ତ ରାସ୍ତା ମରାମତି କରାଯିବକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ଛାଡ଼ିଛି ବନ୍ୟା, ରହିଛି କ୍ଷତଚିହ୍ନ: ହିମାଚଳରେ ପ୍ରକୃତିର ତାଣ୍ଡବଲୀଳା ପରେ ଆସିଲା ହୃଦୟବିଦାରକ ଦୃଶ୍ୟ

Keonjhar | Heavy Rain

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe