lok bhavan Photograph: (sambad.in)
ଭୁବନେଶ୍ବର: ସେବେ ବଦଳିଥିଲା ସଚିବାଳୟର ନାଁ ଆଉ ଏବେ ବଦଳିଛି ରାଜଭବନର ନାଁ । ନବୀନ ସରକାରଙ୍କ ସମୟରେ ରାଜ୍ୟ ସଚିବାଳୟର ନାଁକୁ ବଦଳାଇ ଲୋକସେବା ଭବନ କରାଯାଇଥିବା ବେଳେ ଯଦିଓ ରାଜଭବନର ନାମ ପରିବର୍ତ୍ତନ ନିଷ୍ପତ୍ତି କେନ୍ଦ୍ର ଗୃହମନ୍ତ୍ରାଳୟର ବିଜ୍ଞପ୍ତି ଆଧାରରେ ହୋଇଛି କିନ୍ତୁ ମୋହନ ସରକାରଙ୍କ ସମୟରେ ବଦଳିଛି ରାଜଭବନର ନାଁ ବୋଲି କୁହାଯାଉଛି ।
ଆହୁରି ପଢନ୍ତୁ- PMO Seva Teerth: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ… ନୂଆ ନାଁ ହେଲା ‘ସେବାତୀର୍ଥ’
ତେବେ ଗତକାଲି ୮ ରାଜ୍ୟ ସମେତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ରାଜଭବନ ଏବଂ ରାଜ ନିବାସର ନାମ ପରିବର୍ତ୍ତନ ହୋଇଛି । ୮ ରାଜ୍ୟର ‘ରାଜଭବନ’ର ନାଁ ବଦଳି ‘ଲୋକଭବନ’ ହୋଇଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳର ‘ରାଜନିବାସ’ର ନାଁ ବଦଳି ‘ଲୋକନିବାସ’ କରାଯାଇଛି । ଏହି ନିଷ୍ପତ୍ତି ପରେ ଦେଶର ଏସବୁ ରାଜ୍ୟରେ ଏବେ ରାଜ୍ୟପାଳଙ୍କ ସରକାରୀ ଆବାସକୁ ଆଉ ରାଜଭବନ କୁହାଯିବନି । ରାଜଭବନ ବଦଳରେ ଏବେ ଏହାକୁ ଲୋକଭବନ କୁହାଯିବ ।
ଓଡିଶାରେ ପୁରୀ ଆଉ ଭୁବନେଶ୍ୱରଙ୍କ ଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ସୂଚନା ଦେବା ସହିତ, ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି ।
ଆହୁରି ପଢନ୍ତୁ- Raj Bhawan : ରାଜଭବନର ଇତିହାସ : ଗଭର୍ଣ୍ଣର ହାଉସରୁ ଲୋକଭବନ ପର୍ଯ୍ୟନ୍ତ
ସଚିବାଳୟରୁ ଲୋକସେବା ଭବନ
ତେବେ ଏହା ପୂର୍ବରୁ ରାଜ୍ୟର କ୍ଷମତାକେନ୍ଦ୍ର ଭାବେ ପରିଚିତ ସଚିବାଳୟର ନାଁ ମଧ୍ୟ ବଦଳାଇଥିଲେ ନବୀନ ସରକାର । ସେତେବେଳେ ‘ସଚିବାଳୟ’ ବଦଳରେ ଏହାକୁ ‘ଲୋକସେବା ଭବନ’ରେ ନାମିତ କରାଯାଇଥିଲା । ସେହିପରି ସଚିବାଳୟ ସାମ୍ନା ରାସ୍ତାକୁ ମଧ୍ୟ ‘ସଚିବାଳୟ ମାର୍ଗ’ ବଦଳରେ ‘ଲୋକସେବା ମାର୍ଗ’ କୁହାଯାଇଥିଲା । ଯାହାପରେ ଦୀର୍ଘ ବର୍ଷ ଧରି ଯେଉଁ କୋଠା ସେକ୍ରେଟେରିଏଟ୍ ନାଁରେ ପରିଚିତ ଥିଲା, ସେହି କୋଠା ହୋଇଯାଇଥିଲା ଲୋକସେବା ଭବନ ।
Follow Us