ବୌଦ୍ଧିକ ଆଲୋଚନାର ପ୍ରମୁଖ ସ୍ଥାନ ହେଉଛି ରାଜ୍ୟସଭା। ସେଥି ପାଇଁ ହିଁ ସଂସଦରେ ଏହି ଉଚ୍ଚ ସଦନର ଗରିମା ଟିକେ ସ୍ବତନ୍ତ୍ର।  କିନ୍ତୁ ମୂଳ ଲକ୍ଷ୍ୟରୁ ରାଜ୍ୟସଭା ଦୂରେଇ ଯାଉଥିବା ସ୍ପଷ୍ଟ ହୋଇଗଲାଣି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଏହା ଆଉ ସଦନ ହୋଇ ରହି ନାହିଁ। ବରଂ ଦଳୀୟ ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ଓଡ଼ିଶାରେ ୧୯୯୮ ମସିହାରେ ଶେଷଥର ଲାଗି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର ଓ ଐତିହାସିକ ମନ୍ମଥନାଥ ଦାସ ରାଜ୍ୟସଭାରେ ପ୍ରତିନିଧିତ୍ବ କରିଥିଲେ। ରାଜ୍ୟସଭାରେ ସେମାନଙ୍କ ଉପସ୍ଥିତି ନିଶ୍ଚିତ ଉଲ୍ଲେଖନୀୟ ଥିଲା। ଏହା ପରଠାରୁ ଓଡ଼ିଶାର କୌଣସି ଦଳ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାଜ୍ୟସଭାକୁ ପଠାଇବା ଉପରେ ଗୁରୁତ୍ବ ଦେଇନାହାନ୍ତି। ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭା ପଠାଇବା ପାଇଁ ଉଦ୍ୟମ ହୋଇଥିଲା। ସେ ପରାଜିତ ହୋଇଥିଲେ। ସମାଜସେବୀ ଏ ଭି ସ୍ବାମୀ ୨୦୧୨ ମସିହାରେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ।  

Advertisment

GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ

ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୮ରେ କଂଗ୍ରେସ ୩ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହୋଇଥିଲା। କଂଗ୍ରେସର ଦୁଇ ପ୍ରାର୍ଥୀ ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର ଓ ରାମଚନ୍ଦ୍ର ଖୁଣ୍ଟିଆ ସିଧାସଳଖ ପ୍ରଥମ ପସନ୍ଦର ଭୋଟରେ ହିଁ ବିଜୟୀ ହୋଇଥିଲେ। ତୃତୀୟ ଆସନରେ ଲଢ଼େଇ ବେଶ୍‌ ରୋଚକ ଥିଲା। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ପ୍ରାର୍ଥୀ ମନ୍ମଥନାଥ ଦାସଙ୍କୁ ମାତ୍ର ୯ଟି ଭୋଟ ମିଳିବା କଥା, ହେଲେ ସେ ପ୍ରଥମ ପସନ୍ଦର ୨୭ଟି ଭୋଟ ପାଇ ସମସ୍ତଙ୍କୁ ଚକିତ କରିଥିଲେ। ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହଦେଓ କ୍ରସ୍‌ ଭୋଟିଂ ପାଇଁ ପରାଜିତ ହୋଇଥିଲେ। ୧୪୭ ବିଧାନସଭା ଆସନରୁ ୮୩ଜଣ କଂଗ୍ରେସ ସଦସ୍ୟ, ଜେଏମ୍‌ଏମ୍‌ର ୪, ଜେପିପିର ଜଣେ ଓ ୩ଜଣ ସ୍ବାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ ନିର୍ବାଚନକୁ ଚ୍ୟାଲେଞ୍ଜ କରି ଶ୍ରୀ ସିଂହଦେଓ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ।  ତେବେ ମାମଲାଟି ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମ‌କୋର୍ଟରେ ଖାରଜ ହୋଇଯାଇଥିଲା।

Protest: ଟ୍ରିବୁନାଲଙ୍କ ଗସ୍ତ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ