Ramachandra Ulaka statue installation controversy Photograph: (sambad.in)
ରାୟଗଡା: କିଛି ଦିନ ହେଲା ରାୟଗଡା ସହରରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଏବଂ ଉନ୍ମୋଚନକୁ ନେଇ ଚାଲିଥିବା ବିବାଦର ଅନ୍ତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ସ୍ବର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତିର ସ୍ଥାନ ପରିବର୍ତ୍ତନ ହୋଇଥିବା ନେଇ ଶନିବାର ନିଷ୍ପତ୍ତି ହୋଇଛି।
ବୈଠକରେ ବିଜେପିର ଜିଲ୍ଲା ସଭାପତି ଗୋପୀ ଅନନ୍ଦ,କାଳୀରାମ ମାଝି,ଶିବ ଶଙ୍କର ଉଲାକା,ବସନ୍ତ ଉଲାକା, ଦେବାଶିଷ ପଣ୍ଡା,ମଞୁଳା ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କଂଗ୍ରେସ ଦଳରୁ ସାଂସଦ ପ୍ରତିନିଧି ଝୁନା ପଣ୍ଡା,ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଢ଼ୀ,ମନୋଜ ରଥ ଓ କେ ଭେଙ୍କଟେଶ୍ବର ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:Accident: ବାଇକ୍ ଦୁର୍ଘଟଣାରେ ଜଣେ ମୃତ: ସ୍ବାସ୍ଥ୍ୟ କେନ୍ଦ୍ରରେ ୧୮ ଘଣ୍ଟା ପଡି ରହିଲା ମୃତ ଦେହ
ତୁଟିଲା ବାକ୍ ବିବାଦ
ବିଜେଡି ତରଫରୁ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଉପସ୍ଥିତ ରହିଥିଲେ। ସର୍ବଦଳୀୟ ବୈଠକରେ ରାୟଗଡା ସଦରମହକୁମା ଓଏମପି ନିକଟସ୍ଥ ପୌରସଂସ୍ଥାର ଏକ ଉଦ୍ୟାନରେ ସ୍ଥାପନା କରିବା ନିଷ୍ପତ୍ତି ନିଆଯାଇଥିଲା। ମୂର୍ତ୍ତି ସ୍ଥାପନା ସ୍ଥାନକୁ ନେଇ ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟରେ ବାକ୍ ବିବାଦ ଲାଗିରହିଥିଲା। ବିବାଦ ଆରମ୍ଭ ପରେ ପ୍ରସ୍ତାବିତ ରାୟଗଡା ସହର ଜାତୀୟ ରାଜପଥ ନିକଟସ୍ଥ ପୁରୁଣା ଗେଟ ନିକଟରେ ମୂର୍ତ୍ତି ସ୍ଥାପନା କାର୍ଯ୍ୟକୁ ପ୍ରଶାସନ ବନ୍ଦ କରିଥିଲା।
କାର୍ଯ୍ୟ ବନ୍ଦ ପରେ ବିବାଦ ଆହୁରି ତୀବ୍ର ହୋଇ ଉଭୟ ଦଳ ସାମ୍ବାଦିକ ସମ୍ମିଳନୀ ଡାକି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଆସନ୍ତା ୨୪ ତାରିଖରେ ମୂର୍ତ୍ତି ଉଦଘାଟନ ନେଇ କଂଗ୍ରେସ ଧାର୍ଯ୍ୟ କରିଥିବା ବେଳେ ୨୬ ତାରିଖରେ ଜିଲ୍ଲା ମହୋତ୍ସବ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଣୁ ଏହି ବିବାଦକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସର୍ବଦଳୀୟ ବୈଠକ ଡାକିଥିଲେ।
ଆହୁରି ପଢ଼ନ୍ତୁୂ: Superstition: ଅନ୍ଧବିଶ୍ଵାସ: ରୋଗୀଙ୍କୁ ଜୋତା ଶୁଙ୍ଘାଇଲେ ପୁଲିସ ବାବୁ, ଫଟୋ ଉଠାଉଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର
ପ୍ରଶାସନ ତରଫରୁ ଅତିରୀକ୍ତ ଜିଲ୍ଲାପାଳ(ରାଜସ୍ବ),ଉପଜିଲ୍ଲାପାଳ ରମେଶ କୁମାର ଜେନା,ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର,ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପୁତ୍ର ତଥା ବିଜେପି ନେତା ଶିବ ଶଙ୍କର ଉଲାକା ମଧ୍ୟ ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ଦାବି କରିଥିଲେ।
Follow Us