ଯାଜପୁର/ଯଖପୁରା: ପୂର୍ବତଟ ରେଳପଥ ଅଧୀନ ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନ୍‌ ନିକଟରେ ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏମ୍‌ଜିଆର୍‌ ଚେନ୍ନାଇ-ନ୍ୟୁ ଜଲ୍‌ପାଇଗୁଡ଼ି ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ (ଗାଡ଼ି ନଂ ୨୨୬୧୧)। ଭୁବନେଶ୍ବରରୁ ହାୱଡ଼ା ଅଭିମୁଖେ ଯାଉଥିବା ଏହି ଟ୍ରେନ୍‌ ଗୁରୁବାର ସକାଳ ପ୍ରାୟ ୮ଟା ୫୦ ମିନିଟ୍‌ରେ ଯଖପୁରା ଷ୍ଟେସନ୍‌ରୁ ଦୁଇଶହ ମିଟର ଦୂର ଡାଉନ୍‌ ଟ୍ରାକ୍‌ରେ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ‌ଟ୍ରେନ୍‌ର ଇଞ୍ଜିନ୍‌ ଓ ପରେ ଥିବା ଲଗେଜ୍‌ ବଗି ରେଳଧାରଣା ଉପରେ ରହିଥିବା ବେଳେ ତିନି ଓ ଚାରି ନମ୍ବରରେ ଥିବା ଦୁଇଟି ଜେନେରାଲ୍‌ ବଗି ଏବଂ ତା’ ପଛକୁ ଥିବା ଗୋଟିଏ ଏସି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ତେବେ ଟ୍ରେନ୍‌ ଗତି କମ୍‌ ଥିବାରୁୁ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ପାଖପାଖି ଅଢ଼େଇ ଘଣ୍ଟା ପରେ ବାକି ବଗିଗୁଡ଼ିକରେ ଯାତ୍ରୀମାନଙ୍କୁ ନେଇ ଟ୍ରେନ୍‌ ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାତ୍ରା କରିଥିଲା। ତେବେ କେଉଁ କାରଣରୁ ଏପରି ଅଘଟଣ ଘଟିଲା ତାକୁ ନେଇ ରେଳବାଇ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। 

Advertisment

Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍‌କ ଦୁଖ ଦୂର ହେଉନି

ଯଖପୁରା ରେଳ ଷ୍ଟେସନ୍‌ ଅତିକ୍ରମ ବେଳେ ୩ ବଗି ଲାଇନ୍‌ଚ୍ୟୁତ
 ତ୍ରୁଟି ଅନୁସନ୍ଧାନ କଲେ ଉଚ୍ଚସ୍ତରୀୟ ଅଧିକାରୀ, ବୈଷୟିକ ଟିମ୍‌

ଯଖପୁରା ଷ୍ଟେସନ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ସୋମବାରଠାରୁ ଏହି ରେଳ ଷ୍ଟେସନ୍‌ ନିକଟରେ ରେଳଧାରଣା ମରାମତି କାମ ଚାଲିଥିଲା। ସେଥିପାଇଁ ସମସ୍ତ ଟ୍ରେନ୍‌ଗୁଡ଼ିକୁ ଏହି ସ୍ଥାନରେ କମ୍‌ ବେଗରେ ଯିବା ପାଇଁ ସୂଚନା ଦିଆଯାଇଥିଲା। ସେହି ଅନୁସାରେ ଆଜି ଚେନ୍ନାଇ-ନ୍ୟୁ ଜଲପାଇଗୁଡ଼ି ସୁପରଫାଷ୍ଟ ଏକ୍ସପ୍ରେସ୍‌ ମଧ୍ୟ କମ୍ ବେଗରେ ଯଖପୁରା ଷ୍ଟେସନ୍‌ ଅତିକ୍ରମ କରୁଥିଲା। ତେବେ ଟ୍ରାକ୍‌ ବଦଳାଉଥିବା ବେଳେ ପଏଣ୍ଟ ଓ ସ୍ଲିପର୍‌ ମଧ୍ୟରେ କୌଣସି ପ୍ରକାର ତ୍ରୁଟି କାରଣରୁ ୩ଟି ଯାକ ବଗି ଟ୍ରାକ୍‌ରୁ ଖସିଥାଇପାରେ ବୋଲି ଅଧିକାରୀଜଣକ ତାଙ୍କ ନାମ ପ୍ରକାଶ ନ କରି କହିଛନ୍ତି। ବୈଷୟିକ ଟିମ୍‌ ଓ ବରିଷ୍ଠ ଅଧିକାରୀ ଏହା ଉପରେ ତଦନ୍ତ କରି ଯାହା ରିପୋର୍ଟ ଦେବେ ବୋଲି ସେ କହିଛନ୍ତି। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେବା ଫଳରେ ତିନୋଟି ବଗିରେ ଥିବା ୩୦୦ରୁ ଅଧିକ ଯାତ୍ରୀ ଜିନିଷପତ୍ର ଧରି ବାହାରକୁ ପଳାଇ ଆସିଥିଲେ। କିଛି ସମୟ ପରେ ଭଦ୍ରକରୁ ଏକ ଟେକ୍‌ନିକାଲ୍‌ ଟିମ୍‌ ସେଠାକୁ ଆସି ଲାଇନ୍‌ଚ୍ୟୁତ ହୋଇଥିବା ବଗିରୁ ଇଞ୍ଜିନ୍‌ ଓ ଅନ୍ୟ ବଗିଗୁଡ଼ିକୁ ଅଲଗା କରିଥିଲେ। ଦିନ ପ୍ରାୟ ୧୧ଟା ବେଳେ ବଗିଗୁଡ଼ିକୁ ଜେନାପୁର ଷ୍ଟେସନ୍‌କୁ ନିଆଯାଇଥିଲା।

RCB wins the trophy: ଦିଲ୍ଲୀ ଦୁଃସ୍ବପ୍ନ ଜାରି: ଆର୍‌ସିବିକୁ ଦ୍ବିତୀୟ ଥର ଟ୍ରଫି ଦେଲେ ମନ୍ଧାନା

ଇଞ୍ଜିନ୍‌କୁ ଅନ୍ୟ ଟ୍ରାକ୍‌ରେ ସେଠାକୁ ନିଆଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ଲାଇନ୍‌ଚ୍ୟୁତ ହୋଇଥିବା ବଗିର ସମସ୍ତ ଯାତ୍ରୀ ସେଥିରେ ଯାଇଥିଲେ। ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ପରମେଶ୍ବର ପୁଙ୍କୱାଲ, ଚିଫ୍‌ ଇଞ୍ଜିନିୟର ଓ ଆର୍‌ପିଏଫ୍‌ର ଆଇଜି ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। କଳିଙ୍ଗନଗର ଅତିରିକ୍ତ ଏସ୍‌ପି ସୁପ୍ରସନ୍ନ ମଲ୍ଲିକ, ଦାନଗଦୀ ତହସିଲଦାର ରଞ୍ଜିତ କୁମାର ମଲ୍ଲିକ, କଳିଙ୍ଗନଗର ଥାନା ଅଧିକାରୀ ସତ୍ୟପ୍ରକାଶ ସାହୁ, ଯଖପୁରା ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ସମେତ ସ୍ଥାନୀୟ ଦମକଳ ବିଭାଗର ଏକ ଟିମ୍‌ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।