ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ, ଅସ୍ଥିର ସୁନା-ରୁପା ମୂଲ୍ୟ, ମୁଦ୍ରା ଓ ଷ୍ଟକ୍ ବଜାରକୁ ନେଇ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସଂସ୍କାରଧର୍ମୀ ବଜେଟ ଉପସ୍ଥାପନ କରିଛନ୍ତି। ଚିରାଚରିତ ଭାବେ ଲୋକଙ୍କୁ ଖୁସି କରିବା ପାଇଁ ଲୋଭନୀୟ ଘୋଷଣା କରିବା ପରିବର୍ତ୍ତେ ଅର୍ଥନୀତିକୁ ବଳ ଦେବା ଲାଗି ବଜେଟ ୨୦୨୬-୨୭ରେ ପ୍ରୟାସ କରାଯାଇଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ମୂଳଦୁଆ ପଡ଼ିଛି। ଆର୍ଥିକ ସଂସ୍କାରକୁ ଆଗକୁ ବଢ଼ାଇବା, ପ୍ରତିିଟି ନାଗରିକଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ୫୩,୪୭,୩୧୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ପ୍ରଥମ ଥର ପାଇଁ କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ହୋଇଥିବା ବଜେଟରେ ଅଭିବୃଦ୍ଧି, ଢାଞ୍ଚାଗତ ସଂସ୍କାର ଓ ଆର୍ଥିକ ସ୍ଥିରତା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ଟିକସ ରିହାତି ସହିତ ଅନ୍ୟାନ୍ୟ ମାଗଣା ଯୋଜନା ଘୋଷଣା ଭଳି ସ୍ବଳ୍ପକାଳୀନ ଆଶ୍ବସ୍ତି ଦେବା ପରିବର୍ତ୍ତେ ବଜେଟରେ ଦୀର୍ଘକାଳୀନ ଲାଭକୁ ଗୁରୁତ୍ବ ଦିଆଯାଇଛି।
Good news for Odisha: ଓଡ଼ିଶା ପାଇଁ ଭଲ ଖବର: ଖଣି-ଶିଳ୍ପ-ବନ୍ଦରକୁ ଯୋଡ଼ିବ ଜାତୀୟ ଜଳମାର୍ଗ-୫
ପ୍ରଥମ ଥର ପାଇଁ ନିର୍ମଳାଙ୍କ ଏହି ବଜେଟରେ ନିର୍ଦ୍ଦିଷ୍ଟ ଭାବେ ହାତଗଣତି କିଛି ରାଜ୍ୟକୁ ଖୁସି କରିବାକୁ ଉଦ୍ୟମ କରାଯାଇନାହିଁ, ବରଂ ସରକାର ତିନିଟି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିଛନ୍ତି। ତାହା ହେଉଛି ଅର୍ଥନୀତି, ସାମାଜିକ ଭିତ୍ତି ଓ ବିକାଶ ପଥକୁ ସୁଦୃଢ଼ କରିବା। ବଜେଟରେ ଏମ୍ଏସ୍ଏମ୍ଇ, କୃଷି, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଆଧାରିତ ନବସୃଜନକୁ ଗୁରୁତ୍ବ ଦିଆଯାଇଛି।
ଭିତ୍ତିଭୂମିରେ ନିବେଶ ପରିମାଣ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରେଳପଥ, ଜାତୀୟ ରାଜପଥ ଓ ଜାତୀୟ ଜଳମାର୍ଗ ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ବଜେଟରେ କଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ସେହିପରି ଭାରତକୁ ଚୀନ, ପାକିସ୍ତାନ ଓ ବାଂଲାଦେଶ ଆଡ଼ୁ ବିପଦ ଥିବାରୁ ପ୍ରତିରକ୍ଷା ବଜେଟକୁ ରେକର୍ଡ ୭ ଲକ୍ଷ ୮୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଚାଷୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ/ଏଆଇ) ବ୍ୟବହାର, ମହିଳାମାନଙ୍କ ଲାଗି ସ୍ବତନ୍ତ୍ର ଉଦ୍ୟମିତା ଯୋଜନା ଘୋଷଣା କରାଯାଇଛି। ଯୁବବର୍ଗଙ୍କୁ ନିଯୁକ୍ତିକ୍ଷମ କରିବା ଉପରେ ଧ୍ୟାନ ଦିଆଯାଇଛି। ବୟସ୍କ ବ୍ୟକ୍ତି ଓ ଯତ୍ନ ଆବଶ୍ୟକ କରୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ବଜେଟରେ ଘୋଷଣା କରାଯାଇଛି। ସମଗ୍ର ବିଶ୍ବରେ ରେୟାର ଆର୍ଥ ସଙ୍କଟ ଦେଖାଦେଇଥିବା ପରିପ୍ରେକ୍ଷୀରେ ଭାରତ ସରକାର ବଜେଟରେ ସେଥିପାଇଁ ସ୍ବତନ୍ତ୍ର ଘୋଷଣା କରି ନିଜ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ପଷ୍ଟ କରିଛନ୍ତି।
ମନରେଗା ଭାଗରେ ୩୦ହଜାର କୋଟି: ଭିବି-ଜି ରାମ ଜିକୁ ୯୫୦୦୦ କୋଟି
ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ୭.୮୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବଜେଟ ତୁଳନାରେ ଏହା ପ୍ରାୟ ୧.୦୪ ଲକ୍ଷ କୋଟି ଅଧିକ। ସେହିଭଳି ଅର୍ଥନୀତିକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ ପୁଞ୍ଜିବ୍ୟୟ ୧୨.୨ ଲକ୍ଷ କୋଟି ଟଙ୍କାକୁ ବଢ଼ାଇଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ୭ଟି ହାଇସ୍ପିଡ୍ ରେଳ କରିଡର ଘୋଷଣା କରାଯାଇଛି। ଦେଶରେ ୩ଟି ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଖୋଲିବା ନେଇ ବଜେଟରେ ପ୍ରସ୍ତାବ ରହିଛି। ୧୦ ହଜାର କୋଟିର ବାୟୋଶକ୍ତି ଯୋଜନା ଘୋଷଣା କରାଯାଇଛି। ଏଥିସହିତ ୪୦ ହଜାର କୋଟିର ଇଣ୍ଡିଆ ସେମିକଣ୍ଡକ୍ଟର ମିସନ୍, ୨୦ ଜାତୀୟ ଜଳମାର୍ଗ ବିକାଶ, ୪ ରାଜ୍ୟରେ ବିରଳ ମୃତ୍ତିକା କରିଡର, ୩ଟି ରାଜ୍ୟରେ କଇଁଛ କରିଡର (ଟର୍ଟଲ୍ ଟ୍ରେଲ୍) ଆଦି ଘୋଷଣା କରାଯାଇଛି। କର୍ତ୍ତବ୍ୟ ଭବନରେ ପ୍ରଥମ ଥର ପାଇଁ ବଜେଟ ପ୍ରସ୍ତୁତ ହୋଇଛି। ଏଥିସହିତ ୩ଟି କର୍ତ୍ତବ୍ୟ ଦ୍ବାରା ବଜେଟ ଅନୁପ୍ରାଣିତ ହୋଇଛି। ପ୍ରଥମ କର୍ତ୍ତବ୍ୟ ହେଲା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଉତ୍ପାଦକତା ଓ ପ୍ରତିଯୋଗିତା କ୍ଷମତା ବଢ଼ାଇବା। ଦ୍ବିତୀୟ କର୍ତ୍ତବ୍ୟ ହେଲା ଲୋକଙ୍କ ଆକାଂକ୍ଷା ପୂରଣ ଓ ସେମାନଙ୍କ ଦକ୍ଷତା ବଢ଼ାଇବା। ତୃତୀୟ କର୍ତ୍ତବ୍ୟ ହେଲା ସବୁ ଲୋକ, ଅଞ୍ଚଳ ଏବଂ କ୍ଷେତ୍ରକୁ ସୁବିଧାସୁଯୋଗ ପହଞ୍ଚାଇବା।
ବଜେଟ୍ ଐତିହାସିକ: ମୋଦୀ
ସଂସଦରେ ଉପସ୍ଥାପିତ ବଜେଟ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଆଜିର ଭାରତ ରିଫର୍ମ ଏକ୍ସପ୍ରେସ୍ରେ ଯାଉଛି। ବଜେଟ୍ ଏହାକୁ ନୂତନ ଶକ୍ତି ଓ ଗତି ଦେବ। ଏହାଦ୍ବାରା ଆତ୍ମନିର୍ଭର ହେବା ପାଇଁ ଆମ ଲକ୍ଷ୍ୟ ହାସଲ ହୋଇପାରିବ। ସେ କହିଛନ୍ତି ଯେ ଏହି ବଜେଟ୍ରୁ ଏମ୍ଏସ୍ଏମ୍ଇଗୁଡିକ ବହୁତ ସମର୍ଥନ ପାଇଛନ୍ତି। ଭିତ୍ତିଭୂମିକୁ ମଜବୁତ ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଯୁଗାନ୍ତକାରୀ ସଂସ୍କାର କରାଯାଇଛି ତାହା ଭାରତର ଦୁଃସାହସିକ ଓ ପ୍ରତିଭାଶାଳୀ ଯୁବକମାନଙ୍କ ଉଡ଼ାଣ ପାଇଁ ଆକାଶକୁ ଖୋଲିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/filters:format(webp)/sambad/media/media_files/2026/02/02/hsfhfhhsfxvbvb-2026-02-02-03-44-55.jpg)
ସବୁକୁ ଅଣଦେଖା: ରାହୁଲ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆଗତ ବଜେଟ୍ରେ କିଛି ନାହିଁ। ଭାରତର ସଂକଟ ପ୍ରତି ଆଖି ବୁଜି ଦିଆଯାଇଛି। ଯୁବକଙ୍କ ପାଖରେ ନିଯୁକ୍ତି ନାହିଁ। ଉତ୍ପାଦନ ହ୍ରାସ ପାଉଛି। ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ଘରୋଇ ସଞ୍ଚୟ ହ୍ରାସ ପାଉଛି। ଚାଷୀ ଅସୁବିଧାରେ ଅଛି। ଆସୁଥିବା ବିଶ୍ୱ ଝଟକା - ସବୁକିଛିକୁ ଅଣଦେଖା କରାଯାଇଛି। ଭାରତର ପ୍ରକୃତ ସଙ୍କଟ ପ୍ରତି ଅଣଦେଖା କରାଯାଇଛି ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।
ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ: ମୋହନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/02/nirmala-ddd-2026-02-02-03-42-19.jpg)