Retired LHB murdered Photograph: (sambad.in)
ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଅବସରପ୍ରାପ୍ତ ଏଲଏଚବି ସୁଚିତ୍ରା ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଛି। ସେ ଘରେ ଏକୁଟିଆ ଥିବା ସମୟରେ ଗତକାଲି ବିଳମ୍ୱିତ ରାତ୍ରିରେ ପଶି ଲୁଟ୍ପାଟ କରିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ହତ୍ୟା କରି ଘରେ ଥିବା ସ୍କୁଟିକୁ ନେଇ ଫେରାର ହୋଇ ଯାଇଛନ୍ତି।
ଘଟଣାସ୍ଥଳରେ ସନ୍ଧାନୀ କୁକୁର-ସାଇଣ୍ଟିଫିକ ଟିମ୍
ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ ଥାନା ପୁଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ:Poisonous Food:ବିଷ ମିଶା ଖାଦ୍ୟ ଖାଇ ମା’ ଓ ଦୁଇ ପୁଅ ମୃତ: ସନ୍ଦେହ ଘେରରେ ସଉତୁଣୀ
ମୃତ ଏଲଏଚବି ଗତ ଡିସେମ୍ବର ୨୦୨୪ରେ ଅବସର ନେଇଥିଲେ। ଗତ କିଛି ଦିନ ତଳେ ସେ ବ୍ୟାଙ୍କ୍ରୁ କିଛି ଟଙ୍କା ଉଠାଇ ଥିଲେ। ତାକୁ ନେଇ କେହି ଦୁର୍ବୃତ୍ତ ଘରେ ଲୁଟ୍ପାଟ କରିବା ସହିତ ହତ୍ୟା କରି ଥିବା ଅନୁମାନ କରାଯାଉଛି।
ହତ୍ୟା ପରେ ସ୍କୁଟିକୁ ନେଇ ଫେରାର ହୋଇଥିବା ବେଳେ ସ୍କୁଟିକୁ ନେଇ ଭୀମଖୋଜ ପଡା ବିଜୁ ଏକ୍ସପ୍ରେସ ୱେରେ ଛାଡି ଦେଇ ଦୁର୍ବୃତ୍ତମାନେ ଛାଡ଼ି ପଳାଇଛନ୍ତି।
ଆହୁରି ପଢ଼ନ୍ତୁ:Criminal in Beggar Look: ମନ୍ଦିର ବାହାରେ ଭିକାରି ବେଶରେ ଭିକ ମାଗୁଥିଲା ହତ୍ୟାକାରୀ, ଏବେ ଧରିଲା ପୁଲିସ
Follow Us