Cyclone Montha: ଭୂସ୍ଖଳନ ଯୋଗୁଁ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି: ଅଗ୍ନିଶମ ଡିଜି

ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ନେଇ ୨୨ଟି ଅନୁରୋଧ ମିଳିଛିI ଗଛ ପଡ଼ିବା ସହିତ ମାଟି ଅତଡ଼ା ମଧ୍ୟ ଖସିଛିI

Untitled-27

Fire DG Sudhansu Sarangi says Gajapati most effected district for cyclone. Photograph: (sambad.in)

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ନେଇ ୨୨ଟି ଅନୁରୋଧ ମିଳିଛିI ଗଛ ପଡ଼ିବା ସହିତ ମାଟି ଅତଡ଼ା ମଧ୍ୟ ଖସିଛିI ଆର. ଉଦୟଗିରି, କାଶୀନଗର, ଅନାଗାଁ ଠାରୁ ଆରମ୍ଭ କରି ଗୁମ୍ମା ପର୍ଯ୍ୟନ୍ତ ଏହି ଭଳି ଘଟଣା ପର୍ଯ୍ୟନ୍ତ ଦେଖିବାକୁ ମିଳିଛିI ଗଞ୍ଜାମ ଜିଲ୍ଲାର ଚିକିଟି, ପାଟପୁରରେ ବର୍ଷା ଲାଗି ରହିଛିI ପୁରୀ ସହରରେ ପାଣି ପ୍ରବେଶ କରିଥିବା ବେଳେ ଭୁବନେଶ୍ୱରରେ ସ୍ଥିତି ଠିକ୍‌ ଅଛିI ୮ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି କରାଯାଇଛିI ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୮ଟି କଲ୍‌ ଆସିଥିବା ବେଳେ ୨୨ଟି ସ୍ଥାନରେ କାମ ଶେଷ କରିବା ସହ ଅନ୍ୟ ସ୍ଥାନରେ ଟିମ୍‌ କାମ କରୁଛିI 

‘ଜରୁରୀକାଳୀନ ସେବା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ’

ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଶିକ୍ଷାନୁଷ୍ଠାନରେ ପାଣି ପଶିଯିବା, ରାସ୍ତାରେ ଗଛ ପଡ଼ିଯିବା ଭଳି ଯେକୌଣସି ଜରୁରୀକାଳୀନ ସେବା ଯୋଗାଈ ଦେବାକୁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛିI ଏପରିକି ସ୍ୱାସ୍ଥ୍ୟ ବିଭାଗ ସହ ଟିମ୍‌ ଯୋଗାଯୋଗରେ ରହିଛିI ଗତକାଲି ଖବର ପାଇବା ପରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲାI

ଆହୁରି ପଢ଼ନ୍ତୁ: Cyclone In Odisha: ସେବେ ମହାବାତ୍ୟା, ଏବେ ମୋନ୍ଥା...ଅଶୁଭ ଅକ୍ଟୋବର, ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏ କି ସଂଯୋଗ ! 

ଜନସାଧାରଣଙ୍କର ସୁରକ୍ଷା ପାଇଁ ପୁରୀରେ ଶହେ ଜଣ ଲାଇଫ୍‌ ଗାର୍ଡ ମୁତୟନ ଅଛନ୍ତି। ଡାକବାଜି ଯନ୍ତ୍ରଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛିI ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନକୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ସୁଧାଂଶୁ ଷଡ଼ଙ୍ଗୀ, ଅଗ୍ନିଶମ ଡ଼ିଜି

ଆହୁରି ପଢ଼ନ୍ତୁ: Cyclone Montha: ବାତ୍ୟା ସମୟରେ ଟ୍ରେନ୍‌ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳମନ୍ତ୍ରୀଙ୍କ ଗୁରୁତ୍ୱ

ଯୋଗାଣ ସହାୟକଙ୍କ ମୃତ୍ୟୁରେ ଶୋକ 

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପୋତାର ପଞ୍ଚାୟତରେ ବାତ୍ୟା ‘ମୋନ୍ଥା’ର ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି। ସୁରେନ୍ଦ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ଆଣିବା ସହିତ ସେମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଥିଲେ। ତାଙ୍କ ନିଜ ଡିଉଟି ସାରି ଖାଇବା ପରେ ଶୋଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe