Robbery attempt foiled: Youth critically injured in gunfight with miscreants Photograph: (sambad.in)
ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁ ଚକୁରାଇ ଗ୍ରାମରେ ଜଣେ ବାଇକ ଆରୋହୀଙ୍କଠାରୁ କିଛି ଦୁର୍ବୃତ୍ତ ଲୁଟ୍ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ତାହା ପଣ୍ଡ ହୋଇଛି। ଉଦ୍ୟମ ପଣ୍ଡ ହେବାରୁ ଦୁର୍ବୃତ୍ତମାନଙ୍କ ଗୁଳି କରିଛନ୍ତି। ଫଳରେ ବାଇକ ଆରୋହୀ ଜଣକ ଗୁରୁତର ହୋଇଛନ୍ତି।
ଆହତ ଜଣକ ହେଲେ ବସ୍ତା ଥାନା ଅନ୍ତର୍ଗତ ନିମା ଗ୍ରାମର ସୁଧାଂଶୁ ଶେଖର ଜେନା। ସୁଚନା ଅନୁଯାୟୀ ସୁଧାଂଶୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହିତ କୈାଣସି କାମରେ ନିଜ ଭଉଣୀ ଘରକୁ ଯାଇ ସୋମବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାସୁ ଚକୁରାଇ ଗାଁର ୟୁପି ସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ନିକଟରୁ ବାଇକ ଏବଂ ମୋବାଇଲ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ।
ଅଧିକ ପଢ଼ନ୍ତୁ: ଆସନ୍ତାକାଲିଠାରୁ କାଳବୈଶାଖୀ ବର୍ଷା: ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ସୁଧାଂଶୁ ତାଙ୍କୁ ବିରୋଧୀ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗୁଳିଟି ସୁଧାଂଶୁଙ୍କ ଡାହାଣ ଗୋଡ଼ରେ ବାଜି ଗଭୀର କ୍ଷତ ସୃଷ୍ଟି କରିଥିବା ବେଳେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାା ଲାଗି ବସ୍ତା ଡାକ୍ତରଖାନାକୁ ନେଇଥିଲେ।
ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ସୁଧାଂଶୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ ସୁଧାଂଶୁଙ୍କ ଭାଇ ମନୋଜ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନର ଏଲନ ମସ୍କ ! ଭାଇରାଲ ହେଉଛି ମସ୍କଙ୍କ ପରି ଦିଶୁଥିବା ଯୁବକଙ୍କ ଭିଡିଓ
Follow Us