ରୁଦ୍ରକାଳୀ ନାଟ୍ଯ ସଂଘ ପକ୍ଷରୁ ୧୩ଦିନିଆ ଦଣ୍ଡଯାତ୍ରା ନିମନ୍ତେ ସାମାଜିକ ନାଟକର ବହି ପୂଜା

ଆସନ୍ତା ଏପ୍ରିଲ ୧ ତାରିଖରୁ ୧୩ ଦିନ ଧରି ମାଁ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ରୁଦ୍ରକାଳୀ ନାଟ୍ୟ ସଂଘ ତରଫରୁ ଉପେନ୍ଦ୍ର ପରିଡାଙ୍କ ଦ୍ୱାରା ରଚିତ ସାମାଜିକ ନାଟକ "ବଞ୍ଚିବାକୁ ଏଠି ଡର ଲାଗୁଛି" ୧୩ ଦିନ ଦଣ୍ଡ ଯାତ୍ରା ସମୟରେ ମଞ୍ଚସ୍ଥ ହେବ...

Rudrakali Natya Sangh organizes book worship of social drama for 13-day Danda Yatra

Rudrakali Natya Sangh organizes book worship of social drama for 13-day Danda Yatra Photograph: (sambad.in)

ଘୁ. ଉଦୟଗିରି: ଆସନ୍ତା ଏପ୍ରିଲ ୧ ତାରିଖରୁ ୧୩ ଦିନ ଧରି ମାଁ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ରୁଦ୍ରକାଳୀ ନାଟ୍ୟ ସଂଘ ତରଫରୁ ଉପେନ୍ଦ୍ର ପରିଡାଙ୍କ ଦ୍ୱାରା ରଚିତ ସାମାଜିକ ନାଟକ "ବଞ୍ଚିବାକୁ ଏଠି ଡର ଲାଗୁଛି" ୧୩ ଦିନ ଦଣ୍ଡ ଯାତ୍ରା ସମୟରେ ମଞ୍ଚସ୍ଥ ହେବ।

ଏହି ନାଟକ ନିମନ୍ତେ ବହି ପୂଜା  ସ୍ଥାନୀୟ ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ଦଣ୍ଡ  ପାଟଭୁକ୍ତା ସରଣ ପଞ୍ଜର ମାଝୀ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ସମୀର କୁମାର ପାଢ଼ୀ, ସଭାପତି କାଳୁଚରଣ ପଣ୍ଡା, ସୁଦର୍ଶନ ନାୟକ,ବିପିନ ବିହାରୀ ସାହୁ,ପ୍ରମୋଦ ନାୟକ, ପରିଚାଳକ ମଳୟ ମହାନ୍ତି ତଥା ସମସ୍ତ କଳାକାରମାନଙ୍କ ଉପସ୍ଥିତିରେ ବଞ୍ଚିବାକୁ ଏଠି ଡର ଲାଗୁଛି ନାଟକ ବହି ସ୍ଥାନୀୟ ମାଁ ରୁଦ୍ରକାଳୀଙ୍କ ମନ୍ଦିରରେ ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ଯଙ୍କ ଦ୍ଵାରା ରୀତିନୀତି ଅନୁସାର ପୂଜାର୍ଚ୍ଚନା କରାଯାଇଛି।

ଅଧିକ ପଢ଼ନ୍ତୁ: ଭାରତୀୟ ନୂତନ ଆଇନ ପ୍ରଣୟନ ଉପରେ ଆଦର୍ଶ ଥାନାରେ ସଚେତନତା ସଭା

ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ସାମାଜିକ ନାଟକ ମଞ୍ଚସ୍ଥ ହୋଇ ମେରୁଯାତ୍ରା ଦିନ ସମାପ୍ତ ହେବା ନେଇ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ: ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe