Sainik School TTS Issue: ସୈନିକ ସ୍କୁଲ ଟିଟିଏସ୍‌ ପ୍ରସଙ୍ଗ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧରିଲା ବିଏମ୍‌ସିର ମିଛ

Advertisment

ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାନ୍ସଫର ‌ଷ୍ଟେସନ୍‌ (ଟିଟିଏସ୍‌)କୁ ନେଇ ହରଡ଼ଘଣାରେ ବିଏମ୍‌ସି। କାଗଜପତ୍ରରେ ବାରମ୍ବାର ମିଥ୍ୟା ତଥ୍ୟ ଉପସ୍ଥାପନ କରି ଖସି ଯାଉଥିବା ବିଏମ୍‌ସିକୁ ବଡ଼ ଝଟକା ଲାଗିଛି।

ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାନ୍ସଫର ‌ଷ୍ଟେସନ୍‌ (ଟିଟିଏସ୍‌)କୁ ନେଇ ହରଡ଼ଘଣାରେ ବିଏମ୍‌ସି। କାଗଜପତ୍ରରେ ବାରମ୍ବାର ମିଥ୍ୟା ତଥ୍ୟ ଉପସ୍ଥାପନ କରି ଖସି ଯାଉଥିବା ବିଏମ୍‌ସିକୁ ବଡ଼ ଝଟକା ଲାଗିଛି।

SAINAIK SCHOOL

ଭୁବନେଶ୍ବର: ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାନ୍ସଫର ‌ଷ୍ଟେସନ୍‌ (ଟିଟିଏସ୍‌)କୁ ନେଇ ହରଡ଼ଘଣାରେ ବିଏମ୍‌ସି। କାଗଜପତ୍ରରେ ବାରମ୍ବାର ମିଥ୍ୟା ତଥ୍ୟ ଉପସ୍ଥାପନ କରି ଖସି ଯାଉଥିବା ବିଏମ୍‌ସିକୁ ବଡ଼ ଝଟକା ଲାଗିଛି। ନିୟମ ଉଲ୍ଲଂଘନ କରି ବର୍ଜ୍ୟବସ୍ତୁ ଜମା କରିବା ସହ ତାହାକୁ ଠିକ୍‌ ଭାବେ ପ୍ରକ୍ରିୟାକରଣ କରାଯାଉ ନ ଥିବା ସାମନାକୁ ଆସିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ବିଏମ୍‌ସିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ-୨୦୧୬ର ରୁଲ୍‌ ୬, ୧୧ (ଏଫ୍‌), ୧୫(ଇ), (ଜି), (ଆଇ) ଓ (ଜେଡ୍‌)କୁ ବିଏମ୍‌ସି ଏଠାରେ ଖୋଲାଖୋଲି ଉଲ୍ଲଂଘନ କରିଛି। ତେଣୁ ଆବର୍ଜନା ପକାଇବାକୁ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା ତାହାକୁ ପୂରଣ କରିବା ପାଇଁ ବିଏମ୍‌ସିକୁ ସମୟ କଣ୍ଟ ଦିଆଯାଇଛି। ନ ହେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।

Horoscope 2026 January 15: ଜାଣନ୍ତୁ ଆଜିର ରାଶିଫଳ

ଚଳିତ ମାସ ୮ ତାରିଖରେ ଏସ୍‌ପିସିବିର ଦୁଇଜଣିଆ ଟିମ୍‌ ଟିଟିଏସ୍‌କୁ ଗସ୍ତ ସମୟରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ। ଅନୁଧ୍ୟାନ ସମୟରେ ଦେଖିବାକୁ ମିଳିଥିଲା ଯେ ୱିଣ୍ଡୋ କମ୍ପୋଷ୍ଟିଂ ସୁବିଧା, ସାମଗ୍ରୀ ପୁନରୁଦ୍ଧାର ସୁବିଧା ଓ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନାହିଁ। ବହୁ ପରିମାଣରେ ମିଶ୍ରିତ ବର୍ଜ୍ୟ ଏଠାରେ ଜମା ହୋଇରହିଛି, ଯେଉଁଥିରେ ଜୈବବିଘଟିତ ଓ ଅଣ-ଜୈବବିଘଟିତ ସାମଗ୍ରୀ ରହିଛି। ଜମା ହୋଇଥିବା ବର୍ଜ୍ୟବସ୍ତୁକୁ ଠିକ୍‌ ଭାବେ ଘୋଡ଼ା ନ ଯାଇ ଖୋଲା ଛଡ଼ାଯାଇଛି, ଯାହାକି ବାୟୁ ପ୍ରଦୂଷଣ ବଢ଼ାଉଛି। ୩୦ କେଏଲ୍‌ଡି କ୍ଷମତାର ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଇଟିପି) ସୁବିଧା କେନ୍ଦ୍ର ଓ ସର୍‌ଫେସ୍‌ ରନ୍‌ଅଫ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନାହିଁ।

କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଏସ୍‌ପିସିବି
ବାୟୁ ପ୍ରଦୂଷଣ କରୁଛି, ‌ଲୋକଙ୍କ ସ୍ବାସ୍ଥ୍ୟ ବିଗାଡ଼ୁଛି

ଟିଟିଏସ୍‌ ପରିସରରେ ଗାଡ଼ି ଧୋଇବାକୁ ଏଯାବତ କୌଣସି ପ୍ରକାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇପାରି ନାହିଁ। ଏନ୍‌ଏବିଏଲ୍‌ ମାନ୍ୟତାପ୍ରାପ୍ତ ଲାବରେଟୋରି ନିଯୁକ୍ତି ହୋଇନାହିଁ କି ତ୍ରୈମାସିକ ରିପୋର୍ଟ ଦାଖଲ ହେଉନାହିଁ। ଦୁଇମାସିଆ ଧାର୍ଯ୍ୟ ସମୟ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଶ୍ରିତ ଆବର୍ଜନା ଜମା ହୋଇ ରହିଛି। ପୁରୁଣା ବର୍ଜ୍ୟବସ୍ତୁ ସମ୍ପର୍କିତ ତିନିମାସିଆ ରିପୋର୍ଟ ବିଏମ୍‌ସି ପକ୍ଷରୁ ଏସ୍‌ପିସିବି ନିକଟରେ ଦାଖଲ ହେଉନାହିଁ। ଭିଏସ୍‌ଏସ୍‌ ନଗର ପାର୍ଶ୍ବ ୪୦୦ ମିଟର କଂକ୍ରିଟ୍‌ ଆଧାରିତ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ। ମିଆୱାକି ମାଧ୍ୟମରେ ଅଳ୍ପ କିଛି ଗଛ ଲାଗିଛି। କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ରହିଛି। ୩ଟି ଫଗିଗ୍‌ କ୍ୟାନନ୍‌ ଲାଗିଥିଲେ ମଧ୍ୟ ତାହା ଧାର୍ଯ୍ୟ ଦୂରତାକୁ କଭର୍‌ କରୁ ନ ଥିବା ଟିମ୍‌ ଦେଖିବାକୁ ପାଇଛି।

Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା

ଆହୁରି କୁହାଯାଇଛି ଯେ ଖୋଲା ଆକାଶରେ ବର୍ଜ୍ୟବସ୍ତୁଗୁଡ଼ିକୁ ପକାଯାଉଛି, ଯାହାକି ପରିବେଶଗତ ସମସ୍ୟା ସୃଷ୍ଟି କରୁଛି ଏବଂ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାଜୁଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ-୨୦୧୬ର ଏହା ଖୋଲା ଉଲ୍ଲଂଘନ। ମିଆୱାକି ପଦ୍ଧତିରେ ବୃକ୍ଷରୋପଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସମ୍ମୁଖ ଭାଗରେ ବୃକ୍ଷରୋପଣ ହୋଇ ନାହିଁ। ପ୍ରବେଶ ପଥରେ କୌଣସି ପ୍ରକାର ବୋର୍ଡ ଲଗାଯାଇ ନ ଥିବା ଯାଞ୍ଚ ସମୟରେ ନଜରକୁ ଆସିଥିଲା। କେବଳ ଏହା ଭିତରେ ‌ଥିବା ଡ୍ରେନ୍‌ଗୁଡ଼ିକରେ କଭର୍‌ ପଡ଼ିଛି ଏବଂ ରାସ୍ତାଗୁଡ଼ିକ ନିୟମିତ ଭାବେ ସଫେଇ ହେଉଥିବା କମିଟି ରିପୋର୍ଟରେ ଦର୍ଶାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe