ରାଉରକେଲା: ଆହାର କେନ୍ଦ୍ରରେ ୫ ଟଙ୍କା ବଦଳରେ ୧୦ ଟଙ୍କାରେ ଗରିବଙ୍କୁ ଭାତ ଓ ଡାଲ୍ମା ଦିଆଯିବା ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତତ୍ପରତା ଦେଖିବାକୁ ମିଳିଛି। ଘଟଣାର ସତ୍ୟତା ଜାଣିବାକୁ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଆଜି ନୂଆ ବସ୍ଷ୍ଟାଣ୍ଡସ୍ଥିତ ଆହାର କେନ୍ଦ୍ରରେ ପହଞ୍ଚିଥିଲେ। ଦୁଇ ପ୍ରକାର ଥାଳି ଦେଖି ଆଶ୍ଚର୍ଯ୍ୟ ହେବା ସହ କାର୍ଯ୍ୟରତ କର୍ମଚାରୀଙ୍କୁ ଏଭଳି ବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ କରିଥିଲେ। କର୍ମଚାରୀମାନେ ବିଧାୟକ ଶ୍ରୀ ତନ୍ତୀଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଆହାର ଖାଇବାକୁ ଆସିଥିବା କିଛି ହିତାଧିକାରୀ ବଡ଼ଥାଳି ୧୦ ଟଙ୍କା ଓ ଛୋଟଥାଳି ୫ ଟଙ୍କା ନିଆଯାଉଛି ବୋଲି ବିଧାୟକଙ୍କୁ କହିଥିଲେ। ସେଠାରୁ ବିଧାୟକ ସିଧାସଳଖ ଆର୍ଏମ୍ସି କମିସନର ଦୀନା ଦସ୍ତଗୀରଙ୍କ ସହ ଫୋନ୍ ଯୋଗେ ଆହାର କେନ୍ଦ୍ରର ଅବ୍ୟବସ୍ଥା ନେଇ କଥା ହୋଇଥିଲେ। ପ୍ରତ୍ୟେକ ଆହାର କେନ୍ଦ୍ରରେ ଗରିବଙ୍କୁ ପରଷା ଯାଉଥିବା ଖାଦ୍ୟର ମାନ ଓ ପରିମାଣ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଥିଲେ। କମିସନରଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି କମିସନର ଅଜିତ କୁମାର ପଟ୍ଟନାୟକ ଓ ତାଙ୍କ ଟିମ୍ ଆଜି ନୂଆ ବସ୍ଷ୍ଟାଣ୍ଡ ସମେତ ସହରର ଅନ୍ୟ ଆହାର କେନ୍ଦ୍ରଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି କମିସନରଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ତେବେ ବିଧାୟକଙ୍କ ଦ୍ବାରା ସ୍ଥିତି ଅନୁଧ୍ୟାନ ଓ ଡେପୁଟି କମିସନରଙ୍କ ଚଢ଼ଉ ପରେ ସହରର ୬ ଆହାର କେନ୍ଦ୍ରରେ ଚାଲିଥିବା ଏଭଳି ଅବ୍ୟବସ୍ଥାର ସମାଧାନ ହେଉଛି କି ନାହିଁ, ତା’ ଉପରେ ସମସ୍ତଙ୍କର ନଜର ରହିଛି।
ଡେପୁଟି କମିସନରଙ୍କ ଚଢ଼ଉ
ଦୁଇ ପ୍ରକାର ଥାଳି ବ୍ୟବସ୍ଥା ହଟାଇବାକୁ ତାଗିଦ୍
ଇସ୍ପାତ ସହରରେ ୬ଟି ଆହାର କେନ୍ଦ୍ରରେ ଦୈନିକ ୫ ହଜାରରୁ ଅଧିକ ଗରିବଙ୍କୁ ୫ ଟଙ୍କାରେ ଭାତ, ଡାଲ୍ମା ଓ ଆଚାର ଦିଆଯାଉଛି। କିଛି ଆହାର କେନ୍ଦ୍ରରେ ଗରିବଙ୍କୁ ପେଟପୂରା ଖାଇବାକୁ ଦିଆଯାଉ ନାହିଁ। ପେଟପୂରା ଖାଇବାକୁ ୧୦ ଟଙ୍କା ଦାବି କରାଯାଉଛି। ଏଥିସହ ପିଇବାକୁ ଶୀତଳ ପାଣି ମିଳୁନି। ପରିମଳ ବ୍ୟବସ୍ଥା ଠିକ୍ ନାହିଁ। ଆହାର କେନ୍ଦ୍ର ଅନୁଯାୟୀ ଦିଆଯାଉଥିବା ଖାଦ୍ୟ ଗରିବଙ୍କୁ ଦିଆଯାଉଛି କି ନାହିଁ, ତା’ର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି। ପୂର୍ବରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ପକ୍ଷରୁ ଆହାର କେନ୍ଦ୍ରକୁ ଭାତ ଓ ଡାଲ୍ମା ଯୋଗାଇ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ଅକ୍ଷୟପାତ୍ରକୁ ହଟାଯାଇ ଏସ୍ଏଚ୍ଜି ମହିଳାମାନଙ୍କୁ ଭାତ ଓ ଡାଲ୍ମା ପ୍ରସ୍ତୁତି କାମ ଦିଆଯାଇଛି। କିିଛି ଆହାର କେନ୍ଦ୍ରରେ ଡାଲ୍ମାର ମାନ ଠିକ୍ ନାହିଁ ବୋଲି ହିତାଧିକାରୀମାନେ ଅଭିଯୋଗ କରୁଛି। ନିୟମିତ ବ୍ୟବଧାନରେ ଡାଲ୍ମାର ମାନ ଯାଞ୍ଚ କରାଗଲେ ଏଭଳି ହୁଅନ୍ତା ନାହିଁ ବୋଲି ହିତାଧିକାରୀମାନେ କହିଛନ୍ତି।
Kashmir of North Odisha: ଉତ୍ତର ଓଡ଼ିଶାର କାଶ୍ମୀର ‘ଉପର ବାରହାକାମୁଡ଼ା’: ଏବେ ବି ତାପମାତ୍ରା ୩ଂ ତଳେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/15/fshhfssfhvxbbv-2026-02-15-03-37-27.jpg)