ଭୁବନେଶ୍ୱର: ବିସ୍ତୀର୍ଣ୍ଣ ବେଳାଭୂମିଠାରୁ ଆରମ୍ଭ କରି ଜଙ୍ଗଲ, ଖଣିଜ ସମ୍ପଦ କେଉଁଥିରେ ବି ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ ଅବହେଳିତ କରିନାହାନ୍ତି। ହେଲେ ଦୃଢ଼ ଇଚ୍ଛାଶକ୍ତିର ଅଭାବ, ମାନସିକ ଦୁର୍ବଳତା ଓ ଅନ୍ୟ ଉପରେ ନିର୍ଭଶୀଳତାର ପ୍ରବୃତ୍ତି ଯୋଗୁ ବିକଶିତ ରାଜ୍ୟ ହେବାରେ ବାଧକ ସାଜୁଛି। ତେଣୁ ରାଜ୍ୟରେ ଗରିବୀ ହଟାଇବା ପାଇଁ ଆମକୁ ଲକ୍ଷ୍ୟ ସ୍ଥିର ରଖିବା ସହିତ ସାହସ, ଧୈର୍ଯ୍ୟ, ନିରନ୍ତର ଉଦ୍ୟମ ଜାରି ରଖିବା ଆବଶ୍ୟକ। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ‘ଧନୀ ଓଡ଼ିଶାରେ ଓଡ଼ିଆ ଗରିବ କାହିଁକି’ ଶୀର୍ଷକ ବିଷୟୋତ୍ତର ବ୍ୟାଖ୍ୟାନମାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହିତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ବାହାର ଶକ୍ତି ଦ୍ୱାରା ପ୍ରଭାବିତ ନହୋଇ ସମାଜ ପରିବର୍ତ୍ତନର ମାଧ୍ୟମ ସାଜନ୍ତୁ ବୋଲି ସେ କହିଥିଲେ। ପିଲାମାନଙ୍କୁ ପ୍ରଶ୍ନ ପଚାରିବାକ ସେଉତ୍ସାହିତ ରିଥିଲେ। ଏଥିସହିତ ପିଲାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisment

Environmental warrior: ପରିବେଶ ଯୋଦ୍ଧା: ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ ଲାଗି ତତ୍ପର ଅଜିତ

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଝୁମକି ରଥ ସଭାପତିତ୍ୱ କରି ମହାବିଦ୍ୟାଳୟରେ ନିୟମିତ ବ୍ୟବଧାନରେ କର୍ମଶାଳା, ଆଲୋଚନାଚକ୍ର ଆୟୋଜନ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାର ବିକାଶ କରାଯାଉଛି ବୋଲି କହିଥିଲେ। ବିଭାଗ ମୁଖ୍ୟ କାହ୍ନୁଚରଣ ପାଢ଼ୀ ସ୍ୱାଗତ ଭାଷଣ କରି ବିଷୟର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ତ୍ରିନାଥ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରୁଦ୍ରନାରାୟଣ ଭୋଇ ନୃତ୍ୟ ପରିବେଷଣ କରିଥିଲେ। ଅମିତ କୁମାର ବେହେରା ଧନ୍ୟବାଦ ଦେଇଥିଲେ। ବିଶ୍ୱଜିତ ପ୍ରଧାନ ସଙ୍ଗୀତ ପରିବେଷଣ କରିଥିଲେ।

Unit-1 Wholesale: ୟୁନିଟ-୧ ହୋଲ୍‌ସେଲ୍ ପରିବା ମାର୍କେଟ୍‌ ଭଗବାନପୁରକୁ ସ୍ଥାନାନ୍ତର ପ୍ରସଙ୍ଗ, ସରକାରଙ୍କ ‘ହଁ’କୁ ଅପେକ୍ଷା