ଖଣ୍ଡଗିରି: ୟୁନିଟ-୧ ହାଟରେ ଥିବା ହୋଲ୍ସେଲ୍ ପରିବା ମାର୍କେଟ୍ସମସ୍ୟା ଦୂର ହୋଇପାରୁ ନାହିଁ। ବାହାର ରାଜ୍ୟରୁ ଆସୁଥିବା ପରିବା ଟ୍ରକ୍ଗୁଡ଼ିକ ସହର ଭିତରକୁ ପ୍ରବେଶ ନେଇ କଟକଣା ଯୋଗୁ ବ୍ୟବସାୟୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ପରିବା ହୋଲସେଲ୍ ମାର୍କେଟ୍କୁ ରାଜଧାନୀ ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। ମାତ୍ର ତାହା ବିଭିନ୍ନ କାରଣ ପାଇଁ କାର୍ଯ୍ୟକାରୀ ହୋଇପାରୁ ନଥିଲା। କେବେ ଜମି ଅଡ଼ୁଆ ତ ଆଉ କେବେ ଜବରଦଖଲ ସମସ୍ୟା ବାଟ ଓଗାଳୁଥିଲା। ଏବେ ଏହାର ସ୍ଥାନାନ୍ତରଣ ନେଇ ଆଶା ଅଙ୍କୁରିତ ହୋଇଛି। ବିଏମ୍ସି ପକ୍ଷରୁ ପ୍ରଶାସନିକ ଅନୁମୋଦନ ପ୍ରଦାନ ପାଇଁ ସରକାରଙ୍କ ହାଟର ନକ୍ସା, ବ୍ୟୟ ଆକଳନ ଦାଖଲ କରାଯାଇଛି। ଏହାର ଅନୁମୋଦନ ହେଲେ ଭଗବାନପୁରରେ କାମ ଆରମ୍ଭ ହେବ।
protecting nature: ପ୍ରକୃତି ରକ୍ଷା ଅପେକ୍ଷା ନଷ୍ଟରେ ଖର୍ଚ୍ଚ ଅଧିକ!
ୟୁନିଟ-୧ ହାଟ ୧୯୫୦ ଦଶକରେ ଭୁବନେଶ୍ୱରର ତତ୍କାଳୀନ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ତିଆରି ହୋଇଥିଲା। ପୁରୁଣା ମାର୍କେଟରେ ମାତ୍ର ୨୪ଟି ଦୋକାନ ଥିଲା। ହେଲେ ବର୍ତ୍ତମାନର ପରିସ୍ଥିତିରେ, ବଜାରରେ ୧୦୫୩ ଜଣ ଅଧିକୃତ ଖୁଚୁରା ବିକ୍ରେତା ଓ ୫୦ ଜଣ ପାଇକାରୀ ପନିପରିବା ବିକ୍ରେତା ଅଛନ୍ତି। ବର୍ଷ ବର୍ଷ ଧରି ପ୍ରାୟ ୨୦୦୦ ଅନଧିକୃତ ବିକ୍ରେତା ଏହି ସ୍ଥାନକୁ ଜବରଦଖଲ କରିଛନ୍ତି। ଖୁଚୁରା ସହ ହୋଲସେଲ୍ ପରିବା ବ୍ୟବସାୟୀମାନେ ସ୍ଥାନ ଅଭାବରୁ ବର୍ଷ ବର୍ଷ ହେଲା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ହୋଲ୍ସେଲ୍ପରିବା ମାର୍କେଟ୍ସ୍ଥାନାନ୍ତର କରିବାକୁ ୨୦୧୦ରୁ ଦାବି ହେଉଥିଲା। ସ୍ଥିତି ଅଣାୟତ୍ତ ହେବାରୁ ୨୦୧୯ରେ ହୋଲ୍ସେଲ୍ପରିବା ମାର୍କେଟ୍ଭଗବାନପୁରକୁ ଉଠାଇ ନେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭଗବାନପୁରରେ ଦୁଇଟି ପର୍ଯ୍ୟାୟରେ ସାଢ଼େ ୯ ଏକର ଜାଗା ଯୋଗାଇ ଦିଆଯାଇଥିଲା। ୨୦୨୨ରେ ୭.୨୧ ଏକର ଜମିରେ ଶତାଧିକ ଗଛ କାଟି ବିଏମ୍ସି ପାଚେରି ନିର୍ମାଣ କରିଥିଲା। ପରେ ଏଠାରେ ହାଟ ନିର୍ମାଣ ହୋଇଥାନ୍ତା। ହେଲେ ବ୍ୟବସାୟୀମାନେ ବାରମ୍ବାର ବିଏମ୍ସିରେ ପ୍ରସ୍ତାବକୁ ସ୍ବୀକାର ନ କରିବାରୁ କାର୍ଯ୍ୟ ଆଗେଇ ପାରୁ ନଥିଲା।
ଏବେ ବିଏମ୍ସି ପକ୍ଷରୁ ୪୫ କୋଟି ୮୦ଲକ୍ଷ ଟଙ୍କାର ପ୍ରକଳ୍ପ ବଜେଟ୍ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ପ୍ଲାନ୍ଅନୁଯାୟୀ ହୋଲସେଲ ବିକ୍ରେତାମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟାଳୟ ସ୍ଥାନ, ପ୍ରଦର୍ଶନ କ୍ଷେତ୍ର, ବୋଝେଇ/ଖଲାସ ସ୍ଥାନ ମିଳିବ। ସେହିପରି ଟ୍ରକ ପାର୍କିଂ, ଡ୍ରାଇଭରଙ୍କ ବିଶ୍ରାମ କ୍ଷେତ୍ର, ଶୌଚାଳୟ, ଶୀତଳ ସଂରକ୍ଷଣ ସୁବିଧା, ଯାନବାହନ ଓଜନ ମେସିନ୍, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସିସିଟିଭି, ନିରୀକ୍ଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ।
Rayagada will be a modern industrial area: ଆଧୁନିକ ଶିଳ୍ପାଞ୍ଚଳ ହେବ ରାୟଗଡ଼ା: ମୁଖ୍ୟମନ୍ତ୍ରୀ
ଏସମ୍ପର୍କରେ ବିଏମ୍ସି ସିଟି ଇଞ୍ଜିନିୟର ନାରଦ ଚନ୍ଦ୍ର ରଥ କହିଥିଲେ ଯେ, ହାଟ ସ୍ଥାନାନ୍ତର ନେଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୧ ନମ୍ବର ହାଟରୁ ବ୍ୟବସାୟୀଙ୍କୁ ଭଗବାନପୁର ସ୍ଥାନାନ୍ତର ପରେ ହିଁ ହାଟର ଉନ୍ନତିମୂଳକ କାମ ହୋଇ ପାରିବ। ଏଥିପାଇଁ ସମସ୍ତ ରୂପରେଖ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆଯାଇଛି। ଆସନ୍ତା ସପ୍ତାହରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭଗବାନପୁର ଯୋଜନା ସମ୍ପର୍କରେ ଏକ ପ୍ରେଜେଣ୍ଟେସନ୍ ପ୍ରଦାନ କରାଯିବ। ସରକାର ଅନୁମୋଦନ କରିବା ପରେ ଟେଣ୍ଡର୍ ଡକାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/03/untitled-6-2026-02-03-07-35-22.jpg)