Sambad Sahitya Pakhya Photograph: (Sambad in)
ଭୁବନେଶ୍ୱର: ମଞ୍ଚରେ ଆଲୋଚନା ସହିତ ସଂଳାପ, ତଳେ ତାଳି । ଯାତ୍ରା ପଣ୍ଡିତଙ୍କ ସାରଗର୍ଭକ ମତବିନିମୟ, ଅଭିନେତାଙ୍କ ମନଛୁଆଁ ସଂଳାପରେ କମ୍ପିଲା ସାହିତ୍ୟ ମଞ୍ଚ ଓ ପୂରା ପରିବେଶ। ଆଜି ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଅଷ୍ଟମ ସନ୍ଧ୍ୟାର ମଞ୍ଚ ମହାନ ନାଟ୍ୟକାର ବାଳକୃଷ୍ଣ ମହାନ୍ତିଙ୍କୁ ସମର୍ପିତ ହୋଇଥିଲା। ‘ଯାତ୍ରା ସାହିତ୍ୟ’ ପ୍ରସଙ୍ଗରେ ଆଜିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବରିଷ୍ଠ ନାଟ୍ୟକାର ସୁଧାଂଶୁ ନାୟକ। ଆଶୀର୍ବଚନ ପ୍ରଦାନ କରି ଶ୍ରୀ ନାୟକ କହିଥିଲେ, ‘ସାହିତ୍ୟ ପକ୍ଷ’ ଏକ ଅନନ୍ୟ ଓ ଅବିସ୍ମରଣୀୟ ପଦକ୍ଷେପ। ଏ ପ୍ରୟାସ ଆୟୁଷ୍ମାନ ହେଉ।
Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି
ଯାତ୍ରାକୁ ସାହିତ୍ୟର ମାନ୍ୟତା ଦେଲା ‘ସମ୍ବାଦ’
ନାଟକରେ ନାଟ୍ୟକାର ମାଆ, ନିର୍ଦ୍ଦେଶକ ବାପା
‘ସମ୍ବାଦ’କୁ ଯାତ୍ରାକର୍ମୀଙ୍କ ପ୍ରଶଂସା
ମନମୋହିଲେ ଯାତ୍ରା କଳାକାର
ଆଳାପ ଅଧିବେଶନରେ ‘ଯାତ୍ରା ଲେଖକ ଓ ନିର୍ଦ୍ଦେଶକଙ୍କ ଭିତରେ ସମ୍ପର୍କ ଏବର ନାଟକ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ?’ ପ୍ରସଙ୍ଗରେ ନାଟ୍ୟକାର ବିଜୟ ଦାସ ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ଆଳାପ କରିଥିଲେ। ନାଟ୍ୟକାର ନାଟକର ମାଆ, ନିର୍ଦ୍ଦେଶକ ବାପା। ନାଟ୍ୟକାର-ନିର୍ଦ୍ଦେଶକଙ୍କ ଭିତରେ ତାଳମେଳ ରହିଲେ ନାଟକ ସଫଳ ହୁଏ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା। ‘ଓଡ଼ିଆ ଯାତ୍ରା ନାଟକର ସାମାଜିକ ଦାୟିତ୍ୱବୋଧ’ ପ୍ରସଙ୍ଗରେ ଆଜିର ଆଲୋଚନାରେ ସାମିଲ ଥିଲେ ନାଟ୍ୟ ଲେଖକ ଆଶୁତୋଷ ମହାପାତ୍ର, ଶତରୁପା ମିଶ୍ର ଓ ନିହାର ମହାନ୍ତି। ଏହାକୁ ସଂଯୋଜନା କରିଥିଲେ ବରିଷ୍ଠ ନାଟ୍ୟକାର ହର ବାରିକ । ଯାତ୍ରାକୁ କେହି ସାହିତ୍ୟ ବୋଲି ସ୍ବୀକାର କରିନଥିଲେ, ପ୍ରଥମ ଥର ପାଇଁ ‘ସମ୍ବାଦ’ ସ୍ବୀକାର କରିଛି ବୋଲି ଆଲୋଚକମାନେ ପ୍ରଶଂସା କରି କହିଥିଲେ ।
Indrabati: ଇନ୍ଦ୍ରାବତୀ ଜଳଭଣ୍ଡାର ଅବବାହିକାରେ ନିର୍ମାଣାଧୀନ ପୋଲର ଅଗ୍ରଗତି ମାଗିଲେ ମୁଖ୍ୟଯନ୍ତ୍ରୀ
ଆବୃତ୍ତି ଅଧିବେଶନରେ କବି ରୁନୁ ମହାନ୍ତି, କବି କ୍ଷଣପ୍ରଭା ମହାନ୍ତି ଏବଂ ଗାଳ୍ପିକା କମଳିନୀ ମଲ୍ଲିକଙ୍କ ଶବ୍ଦନାଦରେ ଝୁମିଥିଲେ ଦର୍ଶକ। ଯାତ୍ରା ସୁପରଷ୍ଟାର ବିନୋଦ ଏବଂ ‘ଚଣ୍ଡାଶୋକ’ର ଅଭିନେତା ରୁଦ୍ର ଓ ଅଭିନେତ୍ରୀ ସ୍ମରଣିକାଙ୍କ ଦମଦାର ସଂଳାପରେ ଆଜି ଉଛୁଳିଥିଲା ‘ସାହିତ୍ୟ ପକ୍ଷ’ ମଞ୍ଚ। ‘ଶ୍ୱେତସଂକେତ’ ଅନୁଷ୍ଠାନ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମଞ୍ଚ ସଂଯୋଜନାର ଭାର ସମ୍ଭାଳିଥିଲେ ଆର୍.ଜେ ଅନିଲ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଜ୍ଞା ନିବେଦିତା ନାୟକ। ଆଜି ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ଦହିବରା-ଆଳୁଦମ୍ ପରଷା ଯାଇଥିଲା ।
Follow Us