New Year Mania: ଗତ ନୂଆବର୍ଷକୁ ଟପିଗଲେ ସମ୍ବଲପୁରବାସୀ, ୭କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି

Advertisment

ନୂଆବର୍ଷରେ ସମ୍ବଲପୁର ଜିଲ୍ଲାରେ ୭ କୋଟି ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କାର ମଦ ବିକ୍ରି ହୋଇଛି। ଯାହାକି ଗତ ନୂଆବର୍ଷ ଏବଂ ସାଧାରଣ ଦିନଠାରୁ ଅଧିକ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ...

ନୂଆବର୍ଷରେ ସମ୍ବଲପୁର ଜିଲ୍ଲାରେ ୭ କୋଟି ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କାର ମଦ ବିକ୍ରି ହୋଇଛି। ଯାହାକି ଗତ ନୂଆବର୍ଷ ଏବଂ ସାଧାରଣ ଦିନଠାରୁ ଅଧିକ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ...

Sambalpur residents surpass last New Year, liquor sales worth over Rs 7 crore

Sambalpur residents surpass last New Year, liquor sales worth over Rs 7 crore Photograph: (sambad.in)

ସମ୍ବଲପୁର: ନୂଆବର୍ଷରେ ସମ୍ବଲପୁର ଜିଲ୍ଲାରେ ୭ କୋଟି ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କାର ମଦ ବିକ୍ରି ହୋଇଛି। ଯାହାକି ଗତ ନୂଆବର୍ଷ ଏବଂ ସାଧାରଣ ଦିନଠାରୁ ଅଧିକ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ ଭୈରବ ସାହୁ। ପୁଷପୁନି ଅବସରରେ ଡିସେମ୍ବର ୩ରେ ମଧ୍ୟ ବ୍ୟାପକ ପରିମାଣରେ ମଦ ବିକ୍ରି ହୋଇଛି।

ଅବକାରୀ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ୩୧ଟି ଦୋକାନ ରହିଛି। ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ୪.୯୯ କୋଟି ଟଙ୍କା ମୂଲ୍ୟର ୪୯ ହଜାର ୯୮୦ ଲିଟରର ଭାରତୀୟ ପ୍ରସ୍ତୁତ ବିଦେଶୀ ମଦ ସର୍ବାଧିକ, ୧.୬୪ କୋଟି ଟଙ୍କାର ୧.୦୯ ଲକ୍ଷ ଲିଟରର ଦେଶୀ ମଦ ଏବଂ ୫୬.୪୧ ଲକ୍ଷ ଟଙ୍କାର ୨୪ ହଜାର ୫୩୦ ଲିଟରର ବିୟର ବିକ୍ରି ହୋଇଛି।

ଆହୁରି ପଢ଼ନ୍ତୁ:Kim Threatens: ମୋ ବନ୍ଧୁ ମାଦୁରୋଙ୍କୁ ଛାଡ଼ିଦିଅ ନଚେତ୍...,ଆମେରିକା-ଭେନେଜୁଏଲା ବିବାଦକୁ ଡେଇଁଲେ କିମ୍

ଭୟଙ୍କର ରୂପ ନେଉଛି ନିଶା କାରବାର

ଡିସେମ୍ବର ୩୧ ତାରିଖ ସଂଧ୍ୟା ୬ଟାରୁ ୧ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ଥିବା ସତ୍ତ୍ବେ ଏତିକି ପରିମାଣରେ ମଦ ବିକ୍ରି ହୋଇଛି। ସାଧାରଣ ଦିନରେ ହାରାହାରି ୭୦ରୁ ୮୦ ଲକ୍ଷ ଟଙ୍କାର ମଦ ବିକ୍ରି ହୋଇଥାଏ। କିନ୍ତୁ ୨୫ରୁ ୧ ତାରିଖ ମଧ୍ୟରେ ଏହା ଢେର ଅଧିକକୁ ଅତିକ୍ରାନ୍ତ କରିଛି। ଏଥିସହିତ ଜିଲ୍ଲାରେ ବଢୁଥିବା ନିଶା କାରବାରର ଭୟଙ୍କର ରୂପ ଦେଖିବାକୁ ମିଳିଛି। 

ମାତାଲ ହେଲେ ଶିକ୍ଷାର୍ଥୀ

ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଦୋକାନମାନଙ୍କରେ ସବୁ ବର୍ଗର ଗ୍ରାହକମାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ସ୍କୁଲ, କଲେଜ ବିଦ୍ୟାର୍ଥୀମାନେ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। କେତେକ ହଷ୍ଟେଲରେ ଉଭୟ ଦିନ ଅନେକ ପିଲା ମାତାଲ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

ନୂଆବର୍ଷର ଦୋକାନ ବନ୍ଦକୁ ଦୃଷ୍ଟିରେ ରଖି ଅନେକ ପରିମାଣର ମଦ ଅନ୍ୟତ୍ର ଜମାକରି ରଖିଥିଲେ। ବଡ଼ ହୋଟେଲମାନଙ୍କରେ ନୂଆବର୍ଷ ଉତ୍ସବ ପାଳନ ନାମରେ ସମ୍ଭ୍ରାନ୍ତ ବର୍ଗରେ ମଦ ବିକ୍ରି ହିଁ ବ୍ୟାପକ ହୋଇଛି। ବସ୍ତି ଅଞ୍ଚଳରେ ସାଧାରଣ ଦିନ ଅପେକ୍ଷା ଡିସେମ୍ବର ୩୧ ଏବଂ ଶନିବାର ପୁଷପୁନିରେ ଲୋକଙ୍କ ମଧ୍ୟରେ ମଦ୍ୟପାନ କାହିଁରେ କେତେ ବଢ଼ିଛି। ଯାହାର ଝଲକ ଏହି ବିକ୍ରି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ:Pojects Rourkela 2026 ରାଉରକେଲାରେ ଅଟକିଛି ମାଳମାଳ ପ୍ରକଳ୍ପ: ୨୦୨୫ରେ ସରିଲାନି, ୨୦୨୬ରେ ସମ୍ଭାବନା

ରିପୋର୍ଟ: ଗାର୍ଗୀ ଶତପଥୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe