ସମେଇଗାଡ଼ିଆ ହତ୍ୟାକାଣ୍ଡ: ୪ ଅଭିଯୁକ୍ତ ଗିରଫ

ସମେଇଗାଡ଼ିଆରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୪ଜଣଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ଗୋଟିଏ କାର ଏବଂ ଅଟୋକୁ ଜବତ କରାଯାଇଛି। ପିପିଲି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି...

Sameigadia murder case: 4 accused arrested

Sameigadia murder case: 4 accused arrested Photograph: (sambad.in)

ଭୁବନେଶ୍ବର: ସମେଇଗାଡ଼ିଆରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୪ଜଣଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓରଫ ମିଲୁଙ୍କ ସମେତ ପଦ୍ମନାଭ ବେହେରା, ପ୍ରଶାନ୍ତ ବେହେରା ଏବଂ ସମୀର ସ୍ୱାଇଁ ପ୍ରମୁଖ ୪ଜଣ ଗିରଫ ହୋଇଛନ୍ତି।  ଗୋଟିଏ କାର ଏବଂ ଅଟୋକୁ ଜବତ କରାଯାଇଛି।

ପିପିଲି ଅଞ୍ଚଳରୁ ତନ୍ମୟକୁ ପୁଲିସ ଗିରଫ କରିଛି। ପୁଲିସର ଗିରଫ ଭୟରେ ସେ ଡ଼ିମିରି ଫଳ ଖାଇ ଦେଇଥିଲେ। ଅଭିଯୁକ୍ତଙ୍କୁ ପିପିଲି ପୁଲିସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ଅଛନ୍ତି। 

ଅଧିକ ପଢ଼ନ୍ତୁ: ଶାନ୍ତିପଲ୍ଲୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତ ଗିରଫ

ଗିରଫ ଅଭିଯୁକ୍ତଙ୍କ ନାଁରେ କମିସନରେଟ ପୁଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ରାସ୍ତାରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ଏଭଳି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିଲା ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମିନା କହିଛନ୍ତି।

ଅଧିକ ପଢ଼ନ୍ତୁ: ଭାରତ ଆସିବେ ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe