ବାଙ୍କୀ: ବାଙ୍କୀ ବ୍ଲକ୍‌ରେ ଆଜି କଟକ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସ୍ବାମୀଙ୍କ ମୃତ୍ୟୁର ପାଖାପାଖି ୨ ବର୍ଷ ପରେ ବି ପରିବାର ଭତ୍ତା ବାବଦ ପ୍ରାପ୍ୟ ୨୦ ହଜାର ଟଙ୍କା ନ ପାଇବା ଯୋଗୁ ନିରାଶ ହୋଇ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଉପସ୍ଥିତ ପୁଲିସ କର୍ମଚାରୀମାନେ ତାଙ୍କୁ କାବୁ କରି ନେବାରୁ ଅଘଟଣ ଏଡ଼ାଇ ଦିଆଯାଇ ପାରିଛି। 

Advertisment

Raj Bhavan Renamed: ବଦଳିଲା ରାଜଭବନର ନାଁ... ନୂଆ ନାଁ ହେଲା 'ଲୋକଭବନ', ପୂର୍ବରୁ ସଚିବାଳୟର ନାଁ ଲୋକସେବା ଭବନ ହୋଇଛି

ବୈଦେଶ୍ୱର ଗାଁର ସସ୍ମିତା ମାଝୀଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀଙ୍କ ମୃତ୍ୟୁ ପରେ ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ। ମାତ୍ର ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ରରେ ତ୍ରୁଟି ରହିଥିବା ଦର୍ଶାଇ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କୁ ଫେରାଇ ଦେଉଥିଲେ। ଏ ସଂପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିବା ବେଳେ ପୂର୍ବରୁ ଜିଲ୍ଲାପାଳଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ସେ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିବା ଲାଗି ପୂର୍ବରୁ ଆବେଦନ କରିଥିଲେ। ଦିନ ୧୧ଟା ବେଳେ ଶୁଣାଣି ଆରମ୍ଭ ହେବାର ପ୍ରାୟ ଘଣ୍ଟାଏ ପରେ ସସ୍ମିତା ହଠାତ୍‌ ନିଜ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କଠାରୁ ପେଟ୍ରୋଲ୍‌ ବୋତଲ ଛଡ଼ାଇ ନେଇଥିଲେ। ସସ୍ମିତା କହିବା ଅନୁଯାୟୀ ବିଭିନ୍ନ ଫୋରମରେ ବାରମ୍ବାର ନ୍ୟାୟ ପାଇଁ ଆବେଦନ କରି ନିରାଶ ହେବା ପରେ ସେ ଆଜି ତାଙ୍କ ଛୋଟ ପୁଅ ସହିତ ଏଠାକୁ ଆସିଥିଲେ। ସେ ବିଭିନ୍ନ ସମସ୍ୟା ଭିତରେ ଦିନ କାଟୁଥିବାରୁ ନିଜର ଛୋଟ ପୁଅ ସହିତ ଆତ୍ମାହୁତି ଦେବାକୁ ‌ନିଷ୍ପତ୍ତି ନେଇଥିଲେ। ତାଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ଆଜି ଜିଲ୍ଲାପାଳଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।

ଭତ୍ତା ପାଇଁ ଆବେଦନ କରି ନିରାଶ ହୋଇଥିଲେ ସସ୍ମିତା, ଧାର ଟଙ୍କା ମାଗି ମାଡ଼ ଖାଇଲେ ମନାସ

ଜିଲ୍ଲାପାଳଙ୍କ ଜନଶୁଣାଣିରେ ୨ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Winter Session: ବିଧାନସଭାରେ ଉଠିଲା ସେବାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷା ପ୍ରସଙ୍ଗ

ପାରଳାଖେମୁଣ୍ଡି: ନ୍ୟାୟ ଦେବା ବଦଳରେ ଗଜପତିଜିଲ୍ଲା ଗୁରାଣ୍ଡି ଥାନା ଅଧିକାରୀ ବାରମ୍ବାର ଅଶ୍ଳୀଳ ଇଙ୍ଗିତ ଓ ଅସଦାଚରଣ କରି ଆସୁଥିଲେ। ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଏ ବିଷୟରେ ଅଭିଯୋଗ କରି ନ୍ୟାୟ ମାଗିଥିଲେ ଗୋଷାଣୀ ବ୍ଲକ୍‌ ଗୁରାଣ୍ଡି ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମର ମନାସ ଜେନା (୪୦)। ହେଲେ ସେଠାରେ ବି ନ୍ୟାୟ ନ ମିଳିବାରୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିକଟରେ ଝରକା ରେଲିଂରେ ଶାଢ଼ି ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମନାସଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ଗୋଟିଏ ପରିବାରର ୩ ଜଣ ତାଙ୍କଠାରୁ ଦୁଇଟି କିସ୍ତିରେ ୩ ଲକ୍ଷ ୭୭ ହଜାର ଟଙ୍କା ଧାର ନେଇଥିଲେ। ଗତବର୍ଷ ଧାର ନେଇଥିବା ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ଏବେ ସେମାନେ ଧାର ଟଙ୍କା ଫେରାଉ ନଥିବା ବେଳେ ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ମାର୍‌ପିଟ କରିଥିଲେ। ଏ ନେଇ ମନସା ଗୁରାଣ୍ଡି ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ଦେବା ବଦଳରେ ଥାନା ଅଧିକାରୀ ବାରମ୍ବାର ଦୁର୍ବ୍ୟବହାର କରିବା ସହ ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ନେଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ତେବେ ମନସାଙ୍କୁ ନ୍ୟାୟ ଦେବା ଲାଗି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲକାନ୍ତ ମହାନ୍ତି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।