School Closed Diwali: ଦୀପାବଳି ପାଇଁ ସୋମବାର ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଛୁଟି

ଆଲୋକର ପର୍ବ ଦୀପାବଳି ପାଇଁ ଧୀରେଧୀରେ ଛୋଟ ପିଲାଙ୍କ ଠାରୁ ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ବଜାରରେ ଦୀପ ଓ ବାଣ ପସରା ବସିଛି। ରାଜ୍ୟ ସରକାର ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି।

Untitled-19

School in Odisha remain close on Monday on account of Diwali. Photograph: (sambad.in)

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ପାଇଁ ଧୀରେଧୀରେ ଛୋଟ ପିଲାଙ୍କ ଠାରୁ ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ବଜାରରେ ଦୀପ ଓ ବାଣ ପସରା ବସିଛି। ରାଜ୍ୟ ସରକାର ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ। 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। 

ଆହୁରି ପଢ଼ନ୍ତୁ: Cyber Crime: ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ସେହିପରି ଦୀପାବଳିରେ ଛୁଟି ନେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଚିଠି ଜାରି କରିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ଅବସରରେ ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦)ରେ ଅତିରିକ୍ତ ଛୁଟି ରହିବ। ଏହି ଅବସରରେ ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଛୁଟି ରହିବ। ନୂଆପଡ଼ା ଜିଲ୍ଲାରେ ଉପନିର୍ବାଚନ ଥିବାରୁ ଏହି ନିୟମ ଲାଗୁ ହେବ ନାହିଁ।  

ଆହୁରି ପଢ଼ନ୍ତୁ: RJD ଟିକେଟରେ ନିର୍ବାଚନ ଲଢ଼ିବେ ଖେସାରୀ, ଜାଣନ୍ତୁ କେତେ କୋଟିର ମାଲିକ ଅଭିନେତା

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି ହେବ ନାହିଁ। ଦୀପାବଳି ପାଳନ ନେଇ ପୂର୍ବରୁ ଅକ୍ଟୋବର ୨୦ ତାରିଖ ଠିକ୍ ବୋଲି ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା।  ଦୀପାବଳି ନେଇ ଚଳିତ ଥର ଦ୍ବନ୍ଦ୍ବ ଉପୁଜି ଥିଲା। କିଛି ଲୋକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି। ଆଉ କିଛି ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି। ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା।

Diwali | Education | school
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe