Second day of Joranda Mela: ଯୋରନ୍ଦା ମେଳାର ଦ୍ବିତୀୟ ଦିନ: ମାଘ ପୂର୍ଣ୍ଣିମାରେ ୨ ଲକ୍ଷ ଭକ୍ତଙ୍କ ସମାଗମ, ଅପରାହ୍‌ଣ ୪ଟା ୫୦ରେ ଜଳିଲା ଝାଡ଼

Advertisment

ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳାର ଦ୍ୱିତୀୟ ଦିନ ରବିବାର ଦେଶ ପୂର୍ଣ୍ଣିମା ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।

ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳାର ଦ୍ୱିତୀୟ ଦିନ ରବିବାର ଦେଶ ପୂର୍ଣ୍ଣିମା ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।

hsffhsfhxvbvb

ଯୋରନ୍ଦା: ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳାର ଦ୍ୱିତୀୟ ଦିନ ରବିବାର ଦେଶ ପୂର୍ଣ୍ଣିମା ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଧୁନି ଓ ଯଜ୍ଞରେ ମାନସିକ ଘିଅ ଓ ନଡ଼ିଆ ପ୍ରଦାନ କରିଥିଲେ। ଶନିବାର ପରି ରବିବାର ମଧ୍ୟ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ବୃହତ୍‌ ଝାଡ଼ ଦର୍ଶନ ପାଇଁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଥିଲା।  ଆଜି ମଧ୍ୟ ପ୍ରଭୁଙ୍କର ତ୍ରିବେଳା ନୀତି ସମ୍ପନ୍ନହୋଇ ଅପରାହଣ ୩ଟାରେ ଝାଡ଼ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ନୀତିିକୂଅରୁ ରୁପାଗରାରେ ପାଣି ଅଣାଯାଇ ମନ୍ଦିର ଶୋଧନ କରାଯାଇ ସୁନାଗିନାରେ ଚନ୍ଦନ,ଅଗୁରୁ, କର୍ପୁର ପାଣି ସିଞ୍ଚନ କରାଯାଇଥିଲା। ୨୨ ମୂର୍ତ୍ତି ବଳ୍କଳଧାରୀ ସନ୍ନ୍ୟାସୀ ସୁନା ଓ ରୁପା ଚାମରରେ ମନ୍ଦିର ଚତୁୁଃପାର୍ଶ୍ୱରେ ଚାମର ସେବା କରିଥିଲେ। ଢୋଲ, ମାଦଳ, ତୁରି ଓ ଭେରି ବାଦ୍ୟର ତାଳେ ତାଳେ ସାଧୁୁ ଓ ଭକ୍ତଙ୍କ ମହିମା ଅଲେଖ ଡାକରେ ପରିବେଶ ପ୍ରକମ୍ପିତ ହୋଇଥିଲା।

Cricket: ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍‌ ବେକାର; ପରାଜୟରେ ଋତୁ ଶେଷ କଲା ଓଡ଼ିଶା

ସନ୍ଧ୍ୟା ନୀତି ପରେ ଅପରାହ୍‌ଣ ୪ଟା ୫୦ରେ ଗାଦିିମନ୍ଦିର ପଶ୍ଚିମ ପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବାଙ୍କ ତତ୍ତ୍ବାବଧାନରେ ବନମାଳୀ ବାବା ଝାଡ଼ରେ ଅଗ୍ନି ସଂଯୋଗ କରିଥିଲେ। ଦକ୍ଷିଣ ଦ୍ୱାରରେ ସତ୍ୟବ୍ରତ ବାବା, ପୂର୍ବଦ୍ବାରରେ ଅଭୟ ବାବା ଓ ଉତ୍ତରଦ୍ବାରରେ ସନ୍ନ୍ୟାସୀ ବାବା ଝାଡ଼ରେ ଅଗ୍ନିସଂଯୋଗ କରିଥିଲେ। ଧୁନିମନ୍ଦିରର ଚାରିଦ୍ୱାରରେ ମଧ୍ୟ ଭକ୍ତମାନେ ଧୁନିରେ ଘିଅ, ନଡ଼ିଆ ପକାଇଥିଲେ। କୌପୀନଧାରୀ ମହିମା ସମାଜ ଆନୁକୂଲ୍ୟରେ ଅଖଣ୍ଡ ଜ୍ୟୋତିମନ୍ଦିର ଓ ଉପାସନା ପୀଠରେ ସମସ୍ତ ନୀତି ପାଳନ କରାଯାଇ ଝାଡ଼ବତିରେ ସଭାପତି ରଘୁନାଥ ବାବାଙ୍କ ଦ୍ୱ୍ବାରା ଅଗ୍ନି ସଂଯୋଗ କରାଯାଇଥିଲା। ଶୂନ୍ୟମନ୍ଦିରରେ ଛୋଟ ଝାଡ଼ ଜଳିଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ତତ୍ତ୍ବାବଧାନରେ ମେଳା ପରିଚାଳିତ ହେଉଛି। ରବିବାର ଅପରାହ୍‌ଣ ୪ଟାରେ ମୁଖ୍ୟମନ୍ତ୍ରୀ ମହିମାଗାଦିକୁ ଆସି ଏଠାକାର ବିକାଶ କାର୍ଯ୍ୟର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସହ ହେଲିପ୍ୟାଡ୍‌ ଓ ପୁଲିସ ବ୍ୟବସ୍ଥା କରାଯାଇଥିଲା। ସେହିପରି ଗାଦିମନ୍ଦିର ଓ ଦଲକ ଝାଡ଼ବତି ପୀଠରେ ଝାଡ଼ଦର୍ଶନ ପାଇଁ ସାଧୁ ସମାଜ ଅପେକ୍ଷା କରିଥିଲେ। ସଭା ମଣ୍ଡପରେ ମଧ୍ୟ ବହୁସଂଖ୍ୟକ ସାଧୁସନ୍ଥ ଓ ସ୍ଥାନୀୟ ଜନସାଧାରଣ ଅପରାହ୍‌ଣ ୪ଟା ଠାରୁ ଅପେକ୍ଷା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ୍‌ ହେବାରୁ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନଡ଼ିଆ ବାଡେ଼ଇ ମହିମାଗାଦି ଉନ୍ନତୀକରଣ କାର୍ଯ୍ୟର ଉଦ୍‌ଘାଟନ କରିଥିଲେ।

Tusara Festival: କାଲିଠୁ ଆରମ୍ଭ ହେବ ‘ତୁଷାର’ ୨୦୨୬

ଦର୍ଶନ ବନ୍ଦ ଯୋଗୁଁ ଭକ୍ତଙ୍କ ଅସନ୍ତୋଷ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଦି ମନ୍ଦିରରେ ଝାଡ଼ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ଆଗୁଆ ଅପରାହ୍‌ଣ ୪ଟା ୫୦ରେ ଝାଡ଼ ଲାଗିଥିଲା। ବହୁସଂଖ୍ୟକ ଭକ୍ତ ଦୀର୍ଘ ସମୟ ଧାଡ଼ିରେ ଯାଇ ଗାଦିମନ୍ଦିରରେ ପଶି ଝାଡ଼ ଦର୍ଶନ କରୁଥିବା ସମୟରେ ପୁଲିସ ପକ୍ଷରୁ ୫ଟା ୧୫ରେ ଭକ୍ତମାନଙ୍କୁ ଅନିଚ୍ଛାକୃତ ଭାବେ ବାହାର କରିଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe