ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାରେ ଏକ ନୂଆ ଇସ୍ପାତ କାରଖାନା ସ୍ଥାପନ କରାଯିବ। ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର କମ୍ପାନି ସାଫ୍ରନ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଉକ୍ତ କାରଖାନା ସ୍ଥାପନ କରାଯିବ। ସେଥିରେ କମ୍ପାନି ୩୫ ହଜାର କୋଟି ଟଙ୍କା ନିବେଶ କରିବ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ଙ୍କ ୪୩ତମ ବୈଠକରେ ଏହି ପ୍ରକଳ୍ପ ସମେତ ସମୁଦାୟ ୫୫,୭୮୩ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ପ୍ରଭାବରେ ରାଜ୍ୟରେ ୧୪,୫୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଗଞ୍ଜାମରେ ନୂଆ ଟାଇଟାନିୟମ୍ କାରଖାନା
୧୪,୫୦୦ ନିଯୁକ୍ତି ସୃଷ୍ଟି ହେବ
ଢେଙ୍କାନାଳରେ ଜେଏସ୍ଡବ୍ଲ୍ୟୁ କରିବ ଇସ୍ପାତ କାରଖାନା
ବୈଠକରେ ଅନୁମୋଦନ ହାସଲ କରିଥିବା ପ୍ରକଳ୍ପଗୁଡ଼ିକୁ ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର ଓ ଖୋର୍ଦ୍ଧାରେ ସ୍ଥାପନ କରାଯିବ। ମଞ୍ଜୁର ହୋଇଥିବା ୭ଟି ପ୍ରକଳ୍ପ ମଧ୍ୟରୁ ୩ଟି ବଡ଼ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ କରାଯିବ। ଜିନ୍ଦଲ ପଲି ଫିଲ୍ମସ ପକ୍ଷରୁ ୧୨,୦୦୦ କୋଟି ଟଙ୍କା ନିବେଶରେ ଗଞ୍ଜାମରେ ୦.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଟାଇଟାନିୟମ୍ ଡାୟକ୍ସାଇଡ୍ ପିଗ୍ମେଣ୍ଟ୍ କାରଖାନା ସ୍ଥାପନ କରାଯିବ। ଅଟୋମୋବାଇଲ୍ କ୍ଷେତ୍ରରେ ଏକ ପ୍ରମୁଖ କମ୍ପାନି ଗଞ୍ଜାମରେ ୧୬୯୭ କୋଟି ଟଙ୍କା ନିବେଶରେ ଟାୟାର, କାର୍ବନ୍ ବ୍ଲାକ୍ ଓ ଜିଙ୍କ ଅକ୍ସାଇଡ୍ କାରଖାନା ବସାଇବ। ସାନ୍କୋଡ୍ ସେମି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଖୋର୍ଦ୍ଧାରେ ୧୬୪୯.୯୮ କୋଟି ଟଙ୍କା ନିବେଶରେ ଏକ ଆଉଟ୍ସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ ୟୁନିଟ୍ ସ୍ଥାପନ କରାଯିବ।
Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ
ଆଇନକ୍ସ ଏୟାର ପକ୍ଷରୁ ୧୩୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳରେ ଏକ ଏୟାର ସେପାରେସନ୍ ୟୁନିଟ୍ ପ୍ରତିଷ୍ଠା କରାଯିବ। ତାହା ଶିଳ୍ପସଂସ୍ଥାଗୁଡ଼ିକର ଗ୍ୟାସ୍ ଆବଶ୍ୟକତା ପୂରଣ କରିବ। କେନ୍ଦୁଝରରେ ଫେରୋ ଆଲୟଜ୍ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୨୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେରୋ ମାଙ୍ଗାନିଜ, ସିଲିକୋ ମାଙ୍ଗାନିଜ, ମାଙ୍ଗାନିଜ ବେନିଫିକେସନ୍ କାରଖାନା ଏବଂ ୧୦୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ। ଜିଏମ୍ଆର୍ କମଳାଙ୍ଗ ପକ୍ଷରୁ ଢେଙ୍କାନାଳରେ ୨୧୩୬.୦୨ କୋଟି ଟଙ୍କା ନିବେଶରେ ୩୫୦ ମେଗାୱାଟ୍ର ଏକ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/09/dgadgddg-2026-01-09-02-02-20.jpg)