ରାୟଗଡ଼ା (ଶିବ ପ୍ରସାଦ ଦୋରା): ସର୍ତ୍ତ ପୂରଣ କଲେ ମାଓବାଦୀ ସଂଗଠନର ଦୁଇ ଜଣ ଶୀର୍ଷସ୍ତରର କ୍ୟାଡର ଆତ୍ମସମର୍ପଣ କରିବେ। ଗଣମାଧ୍ୟମ ନିକଟକୁ ଓଡ଼ିଶା ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ୪ଟି ସର୍ତ୍ତ ରଖି ଟପ୍ ମାଓ ନେତା ନିଖିଲ (ନିରଞ୍ଜନ ରାଉତ)ଓ ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା) ଆତ୍ମସମର୍ପଣ କରିବେ ବୋଲି ଚିଠି ଜାରି କରିଛନ୍ତିI ସର୍ତ୍ତ ପୂରଣ କଲେ ଓଡ଼ିଶା ପୁଲିସ ପାଖରେ ଆମେ ଆତ୍ମସମର୍ପଣ କରିବୁ ବୋଲି ଲିଖିତ ମାଓପତ୍ର ହସ୍ତଗତ ହୋଇଛି।
ଦୁଇ ଦଶକରୁ ଅଧିକ ସମୟ ହେଲା ସି.ପି.ଆଇ (ମାଓବାଦୀ)ର ବିଭିନ୍ନ ସ୍ତରରେ କର୍ମୀ ରହି ଦୀର୍ଘକାଳିନ ଜନଯୁଦ୍ଧ ଜରିଆରେ ବର୍ତ୍ତମାନର ସମାଜକୁ ବ୍ୟବସ୍ଥାକୁ ଧ୍ୱଂସ କରି ନୂଆ ଗଣତାନ୍ତ୍ରିକ ସମାଜ ପ୍ରତିଷ୍ଠା କରିବା ପାଇଁ ସଶସ୍ତ୍ର ସଂଘର୍ଷ ଚଳାଇ ଆସୁଛି। ବିଗତ ସାଢେ ତିନି ଦଶନ୍ଧି ହେଲା ବିଶେଷ କରି ଏଲ.ପି.ଜି ନୀତି ଲାଗୁ ହେବା ପରେ ଆମ ପାର୍ଟି ନେତୃତ୍ୱରେ ଚାଲିଥିବା ଶ୍ରେଣୀ ସଂଘର୍ଷ ଯୋଗୁଁ ଦେଶ ଦୁନିଆରେ ବଡଧରଣର ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଭୌଗଳିକ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି ଓ ଆସିବାରେ ଲାଗିଛି। ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର କ୍ରାନ୍ତି ରାସ୍ତା ସଠିକ ନୁହେଁ। ଏ ରାସ୍ତାରେ କ୍ରାନ୍ତିକାରି ଆନ୍ଦୋଳନକୁ ଫାଇଦା ହେବ। ଜନ ଭାଗିଦାରୀ ବଢିବା ବଦଳରେ ଲୋକଙ୍କ ଠାରୁ ଦୂର ହେବା ଓ କ୍ଷତି ବୃଦ୍ଧି ହେଉଛି। ପାର୍ଟିର ବଡ଼ସୂତ୍ରବାଦୀ ବିଚାର ଯୋଗୁଁ ସମୟ ଉପଯୋଗୀ ଉପଯୁକ୍ତ ନିର୍ଣ୍ଣୟ ନେଇପାରୁ ନାହିଁ। ପରିଣାମସ୍ୱରୂପ ଭାରତ ନୂଆ ଗଣତାନ୍ତ୍ରୀକ ବିଭାଗକୁ ବହୁ କ୍ଷତି ଉଠାଇବାକୁ ପଡୁଛି।
ଆହୁରି ପଢ଼ନ୍ତୁ: Police: ଓକିଲଙ୍କୁ ମାଡ଼ ମାରିଥିବା ଅଭିଯୋଗ; ଟାଉନ ଥାନା ଅଧିକାରୀଙ୍କ ନାମରେ ଏତଲା
ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ପରିସ୍ଥିତିରେ ସାମାନ୍ୟ ବିଳମ୍ବ ହେଲେବି ଆମେ ଦ୍ୱୟ ରାଜ୍ୟ ସରକାର ଓ ଗୃହ ବିଭାଗ ଉପରେ ବିଶ୍ୱାସ କରି ବ୍ୟକ୍ତିଗତ ଭାବେ ନିର୍ଣ୍ଣୟ ନେଇ ସଶସ୍ତ୍ର ବିପ୍ଳବ ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଆଇନ ଗତ ଭାବେ ଲୋକଙ୍କ ମଧ୍ୟରେ ରହି ଜଳ-ଜମି-ଜଙ୍ଗଲ -ଇଜ୍ଜତ ଅଧିକାରର ସଂଘର୍ଷକୁ ଚଳାଇ ରଖିବାକୁ ମନସ୍ଥ କରୁଛୁ। ଆମେ ଦୁଇ ଜଶ ଓଡିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବୁ। ଆଉ ବାକି ସାଥିମାନଙ୍କୁ ସାମ୍ବିଧାନୀକ ରାସ୍ତାରେ ଫେରିଆସିବା ଲାଗି ଆତ୍ମସମର୍ପଣ କରିଦେବା ପାଇଁ ଆହ୍ୱାନ କରିବୁ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: Delhi Highcourt: ଅବିବାହିତ ମୃତ ପୁଅର ବଂଶରକ୍ଷା ପାଇଁ ତାଙ୍କ ସଂଚିତ ଶୁକ୍ରାଣୁ ବ୍ୟବହାର କରାଯାଇପାରିବ କି?
ଆମର ୪ଟି ଦାବି ହେଲା, ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଉତ୍ପୀଡ଼ିତ ଶ୍ରେଣୀ ଶ୍ରମିକ, କୃଷକ, ମଧ୍ୟମ ବର୍ଗ, ଆଦିବାସୀ, ଦଳିତ, ମହିଳା, ଅଳ୍ପ ସଂଖ୍ୟକ ଓ ରାଷ୍ଟ୍ରୀୟତାଙ୍କ ସାମ୍ବିଧାନୀକ ହକ ଅଧିକାର, ଜଳ-ଜମି- ଜଙ୍ଗଲ -ଇଜ୍ଜତର ଅଧିକାର ଲାଗି କାର୍ଯ୍ୟ କରିବାକୁ ଚାହୁଁ। ତେଣୁ ଏ ଉପରେ ପ୍ରତିବନ୍ଧକ ନ ଲଗାଈ କାର୍ଯ୍ୟ କରିବା ପାଇଁ ଆମକୁ ସୁଯୋଗ ଦିଆଯିବ। ଦ୍ୱିତୀୟଟି ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନ ବିରୋଧୀ କାର୍ଯ୍ୟରେ ଆମକୁ ନିୟୋଜିତ କରାନ ଯାଉ। ତୃତୀୟ ସି.ପି.ଆଇ (ମାଓବାଦୀ) ଛାଡ଼ି ଆତ୍ମସମର୍ପଣ କରିଥିବା ଆଜାଦ, ସବ୍ୟସାଚୀ ପଣ୍ଡାଙ୍କୁ ବହୁବର୍ଷ ହେଲା ଜେଲ୍ରେ ବନ୍ଦିକରି ରଖାଯାଇଛି। ରାଜ୍ୟ ସରକାରଙ୍କର ଅବିଶ୍ବସନୀୟ ପଦକ୍ଷେପ, ତେଣୁ ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଆତ୍ମ ସମର୍ପଣକାରି ମାଓ ବାଦୀଙ୍କ କ୍ଷେତ୍ରରେ ତାହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରି କରନ୍ତୁ। ଶେଷରେ ରାଜ୍ୟବିଭିନ୍ନ ପ୍ରାନ୍ତରେ ଜଳ, ଜମି, ଜଙ୍ଗଲ, ମା’ ମାଟି ଓ ପରିବେଶର ସୁରକ୍ଷା, ସାମ୍ବିଧାନୀକ, ହକ ଅଧିକାରର ଆନ୍ଦୋ
Follow Us