Cold: ରାଜ୍ୟରେ କଲବଲ କରୁଛି ପ୍ରବଳ ଥଣ୍ଡା

Advertisment

ଗତ ସପ୍ତାହେ ହେଲା ପ୍ରବଳ ଜାଡ଼ କବଳକୁ ଚାଲିଯାଇଛି ସାରା ଓଡ଼ିଶା। ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ବୟସ୍କ, ରୋଗୀ ଓ ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଅନ୍ୟମାନେ ବି ଥଣ୍ଡା, କାଶ, ଜ୍ବର ସହ ବହୁ ଥଣ୍ଡାଜନିତ ଆଲର୍ଜିର ଶୀକାର ହେଉଛନ୍ତି।

ଗତ ସପ୍ତାହେ ହେଲା ପ୍ରବଳ ଜାଡ଼ କବଳକୁ ଚାଲିଯାଇଛି ସାରା ଓଡ଼ିଶା। ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ବୟସ୍କ, ରୋଗୀ ଓ ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଅନ୍ୟମାନେ ବି ଥଣ୍ଡା, କାଶ, ଜ୍ବର ସହ ବହୁ ଥଣ୍ଡାଜନିତ ଆଲର୍ଜିର ଶୀକାର ହେଉଛନ୍ତି।

Cold wave will return again, Bhubaneswar-Cuttack temperature will decrease

Cold wave at g.udaygiri Photograph: (sambad.in)

ଭୁବନେଶ୍ବର: ଗତ ସପ୍ତାହେ ହେଲା ପ୍ରବଳ ଜାଡ଼ କବଳକୁ ଚାଲିଯାଇଛି ସାରା ଓଡ଼ିଶା। ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ବୟସ୍କ, ରୋଗୀ ଓ ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଅନ୍ୟମାନେ ବି ଥଣ୍ଡା, କାଶ, ଜ୍ବର ସହ ବହୁ ଥଣ୍ଡାଜନିତ ଆଲର୍ଜିର ଶୀକାର ହେଉଛନ୍ତି। ପ୍ରବଳ ଜାଡ଼ରେ ସାରା ଓଡ଼ିଶା ଥରୁଥିବା ବେଳେ ଘୁ. ଉଦୟଗିରିରେ ପାରଦସ୍ତର ଦୁଇ ଦିନ ହେଲା ୩.୧ ଡିଗ୍ରିରେ ରହିଛି। ସେଠାରେ ଶିଶିରପାତ ହେଉଛି।

Army : ଆଇଏମଏରେ ସେନାମୁଖ୍ୟ  ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ

ସେହଭଳି ସେମିଳିଗୁଡ଼ାର ରାତି ତାପମାତ୍ରା ୪.୬ ଡିଗ୍ରି, ଫୁଲବାଣୀର ୫.୫ ଡିଗ୍ରି, ଦାରିଙ୍ଗବାଡ଼ିର ୬ ଡିଗ୍ରି, କୋରାପୁଟର ୬.୫ ଡିଗ୍ରି, ଚିପିଲିମା ୭.୮ ଡିଗ୍ରି, ରାଉ‌ରକେଲାର ୮ ଡିଗ୍ରି, ଝାରସୁଗୁଡ଼ାର ୮.୨ ଡିଗ୍ରି, ଅନୁଗୁ‌ଳରେ ୯ ଡିଗ୍ରି ଓ କିରେଇରେ ୯.୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି। ୧୦ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ପୁରୀ ଛଡ଼ା ସାରା ରାଜ୍ୟର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ଅନ୍ୟପଟେ ଘନ କୁହୁଡ଼ି ଯୋଗୁଁ ରାଉରକେଲା ସକାଳୁ ଧଳା ଚାଦରରେ ଢାଙ୍କି ହୋଇରହୁଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ଏହି ଥଣ୍ଡାରୁ ତ୍ରାହି ନାହିଁ। ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ରହିଥିଲା ୧୨.୪ ଡିଗ୍ରି। ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପା‌ଖ ଅଞ୍ଚଳର ରାତି ପାରଦ ୧୩ ଡିଗ୍ରି ମଧ୍ୟରେ ରହିବ। ସକାଳୁ ହାଲୁକା କୁହୁଡ଼ି ପଡ଼ିବା ସହ ଆକାଶ ନିର୍ମଳ ରହିପାରେ।

Odisha Masters: ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍: ଫାଇନାଲ୍‌ରେ ଉନ୍ନତି-ଈଶାରାଣୀ, ୟୁସୁଫ-କିରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe