Advertisment

Severed head found in river: ନଦୀରୁ ମିଳିଲା କଟାମୁଣ୍ଡ: ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ, କଡ଼ା ସୁରକ୍ଷା ବଳୟରେ ଏମ୍‌ଭି-୨୬ ଗାଁ

Advertisment

କୋରୁକୋଣ୍ଡା ଥାନା ରାଖେଲଗୁଡ଼ା ଗ୍ରାମର ମୃତ ଆଦିବାସୀ ମହିଳା ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ବୁଧବାର କାଲିମେଳାରୁ ଉଦ୍ଧାର ହୋଇଛି। କାଲିମେଳାରୁ ୧୦ କିମି ଦୂର ନାମକୋଣ୍ଡା ପୋଟେରୁ ନଦୀକୂଳରେ କଟାମୁଣ୍ଡ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।

କୋରୁକୋଣ୍ଡା ଥାନା ରାଖେଲଗୁଡ଼ା ଗ୍ରାମର ମୃତ ଆଦିବାସୀ ମହିଳା ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ବୁଧବାର କାଲିମେଳାରୁ ଉଦ୍ଧାର ହୋଇଛି। କାଲିମେଳାରୁ ୧୦ କିମି ଦୂର ନାମକୋଣ୍ଡା ପୋଟେରୁ ନଦୀକୂଳରେ କଟାମୁଣ୍ଡ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।

fhsfhfxbvb

ମାଲକାନଗିରି/କାଲିମେଳା: କୋରୁକୋଣ୍ଡା ଥାନା ରାଖେଲଗୁଡ଼ା ଗ୍ରାମର ମୃତ ଆଦିବାସୀ ମହିଳା ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ବୁଧବାର କାଲିମେଳାରୁ ଉଦ୍ଧାର ହୋଇଛି। କାଲିମେଳାରୁ ୧୦ କିମି ଦୂର ନାମକୋଣ୍ଡା ପୋଟେରୁ ନଦୀକୂଳରେ କଟାମୁଣ୍ଡ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ କଟାମୁଣ୍ଡକୁ ଉଦ୍ଧାର କରି ପ୍ରଥମେ କାଲିମେଳା ଡାକ୍ତରଖାନା ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ଲାକେଙ୍କ କଟାମୁଣ୍ଡକୁ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରାଖେଲଗୁଡ଼ାରେ ମୃତଦେହ ପୋତା ଯାଇଥିବା ସ୍ଥାନରେ ପୋତା ଯାଇଥିଲା। କଟାମୁଣ୍ଡ ଚିହ୍ନଟ ପାଇଁ ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ କରିଛି। ସ୍ଥିତି ନିୟନ୍ତ୍ରଣରେ ରହିଥିଲେ ସୁଦ୍ଧା ସୁରକ୍ଷା ଦୃଷ୍ଟିରୁ ଏମ୍‌ଭି-୨୬ ଗାଁ’ର ଚତୁଃପାର୍ଶ୍ବକୁ ପୁଲିସ ଘେରି ରହିଛନ୍ତି। ଗାଁକୁ ଧୀରେ ଧୀରେ ଲୋକ ଫେରୁଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହ କମ୍ବଳ ବଣ୍ଟନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମାଲକାନଗିରିରେ ଆଉ ୧୫ କମ୍ପାନି ସିଆର୍‌ପିଏଫ୍‌ ଯବାନ ବୁଧବାର ପହଞ୍ଚିଛନ୍ତି। 

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ 
କଡ଼ା ସୁରକ୍ଷା ବଳୟରେ ଏମ୍‌ଭି-୨୬ ଗାଁ
ପହଞ୍ଚିଲେ ଆଉ ୧୫ କମ୍ପାନି ସିଆର୍‌ପିଏଫ୍‌
କ୍ଷୟକ୍ଷତି ଆକଳନ ପାଇଁ ୭ ଟିମ୍‌ ଗଠିତ

ଇଣ୍ଟରନେଟ୍‌ କଟକଣାକୁ ଆହୁରି ୨୪ ଘଣ୍ଟା ଅର୍ଥାତ୍‌ ଗୁରୁବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନା ଅଞ୍ଚଳରେ ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରୁଛି। ପୂରା ମାଲକାନଗିରି ସହର ପୁଲିସ ଛାଉଣୀ ମଧ୍ୟରେ ରହିଥିବାବେଳେ ସ୍ଥାନୀୟ ସିଖପାଲୀ ସାପ୍ତାହିକ ହାଟ ବନ୍ଦ ରହିଥିଲା। ସ୍ଥିତି ଉପରେ ଗୁଇନ୍ଦା ବିଭାଗ ଓ ପୁଲିସର ଉଚ୍ଚ ଅଧିକାରୀ କଡ଼ା ନଜର ରଖିଛନ୍ତି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି, ଏମ୍‌ଭି-୨୬ ଗ୍ରାମରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୭ଟି ଟିମ୍‌ ଗଠନ ହୋଇଛି। ଟିମ୍‌ରେ ଜିଲ୍ଲାର ୭ ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ, ଅମିନଙ୍କୁ ସାମିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଶାନ୍ତି କମିଟି ବୈଠକରେ ଆଦିବାସୀ ମହାସଂଘ ଓ ବଙ୍ଗାଳୀ ସମାଜ ନେତୃବୃନ୍ଦ ଉପସ୍ଥିତ ରହି ଘଟଣାକୁ ଭୁଲି ପୂର୍ବ ପରି ମିଳିମିଶି ରହିବାକୁ ନିଷ୍ପତ୍ତି ନେଇଥିଲେ। 

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ସୂଚନାଯୋଗ୍ୟ, ଜମିଜମା ବିବାଦକୁ କେନ୍ଦ୍ର କରି ଡିସେମ୍ବର ୧ରେ ରାଖେଲଗୁଡ଼ା ଗ୍ରାମର ଆଦିବାସୀ ମହିଳା ଲାକେ ପଡ଼ିଆମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ପୋଟେରୁ ନଦୀରେ ମୁଣ୍ଡବିହୀନ ଶବକୁ ଫୋପାଡ଼ି ଦେଇଥିଲେ ଦୁର୍ବୃତ୍ତ। ଘଟଣାର ଦିନକ ପରେ ମୁଣ୍ଡବିହୀନ ଶବ ନଦୀରୁ ଉଦ୍ଧାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଆଦିବାସୀ କୋରୁକୋଣ୍ଡା ଥାନା ଘେରାଉ କରି ଅଭିଯୁକ୍ତକୁ ଗିରଫ ସହ ଲାକେଙ୍କ ନିଖୋଜ ମୁଣ୍ଡ ଖୋଜି ଆଣିବାକୁ ଦାବି କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ୭ ତାରିଖରେ ଶହ ଶହ ଆଦିବାସୀ ଏମଭି-୨୬ ଗାଁ ଉପରେ ଆକ୍ରମଣ କରି ୫୦ରୁ ଊର୍ଧ୍ବ ଘର ପୋଡ଼ି ଦେଇଥିଲେ। ସେହିପରି ୮ ତାରିଖରେ ସମ୍ପୂର୍ଣ୍ଣ ଗାଁରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe