ଭୁବନେଶ୍ବର: ଗୋପାଳପୁର ବିଚ୍ ଗଣଦୁଷ୍କର୍ମର ପୁନରାବୃତ୍ତି  ରାଜଧାନୀରେ ଘଟିଛି। ରାଜଧାନୀ ଛାତି ଉପରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ବର୍ବରତାର ସମସ୍ତ ସୀମା ଟପିଛି। ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଛନ୍ତି। ଏହାସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ। ଏପରି ଏକ ଲଜ୍ଜାକର ଘଟଣା ୧୦ ତାରିଖରେ ଧଉଳି ଥାନାରୁ ମାତ୍ର ୧ କିଲୋମିଟର ଦୂରରେ ଘଟିଥିଲେ ମଧ୍ୟ ପୁଲିସ ଏନେଇ ଯେପରି ସମ୍ବେଦନଶୀଳ ହେବା କଥା ସେପରି ହୋଇନାହିଁ। ଘଟଣାର ୫ ଦିନ ପରେ ପୁଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ କଟକ ଓଲଟ‌ପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧)କୁ ଗିରଫ କରିଛି। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଶାନ୍ତିସ୍ତୂପ ଧଉଳି ନିକଟରେ ଏଭଳି ଜଘନ୍ୟ କାଣ୍ଡ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।  ଅଭିଯୋଗ ଅନୁସାରେ ନାବାଳିକାଜଣକ ଗତ ୧୦ ତାରିଖ ଦିନ ନିଜ ପୁରୁଷବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଏକ ବାଇକ୍‌ରେ ଯାଇଥିଲେ।
Advertisment
ପୁରୁଷବନ୍ଧୁଙ୍କୁ ମାଡ଼ମାରି ବାନ୍ଧିପକାଇଲେ
ସନ୍ଧ୍ୟା ବେଳେ ଫେରିବା ସମୟରେ ୪ରୁ ୫ ଜଣ ଅଭିଯୁକ୍ତ ସେମାନଙ୍କ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଅଟକାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ଯୁବକଜଣକ ମନା କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ବାଇକ୍‌ରୁ ଭିଡ଼ି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଏହା ସହିତ ପଥରରେ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ପୀଡ଼ିତା ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଜୋର ଜବରଦସ୍ତ ଦୟା ନଦୀପଠାର ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇଥିଲେ। ସେଠାରେ ପୁରୁଷବନ୍ଧୁଙ୍କୁ ବାନ୍ଧିଦେଇ ମାଡ଼ମାରିବା ସହିତ ତାଙ୍କ ସମ୍ମୁଖରେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀଙ୍କ ଅନ୍ୟ ସହଯୋଗୀମାନେ ସେହି ଯୁବତୀଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଦୁଷ୍କର୍ମ କରିବା ପରେ ମଧ୍ୟ ଦୁର୍ବୃତ୍ତମାନେ ଅଟକି ନଥିଲେ। ସେମାନେ ପୀଡ଼ିତାଙ୍କ ବେକରୁ ସୁନାଚେନ୍ ଓ ଟଙ୍କା ଛଡ଼ାଇ ନେଇଥିଲେ। ପରେ ଦୁଷ୍କର୍ମକାରୀମାନେ ଏ‌କଥା କାହାକୁ ଜଣାଇଲେ ଜୀବନରୁ ମାରିଦେବା ସହିତ ଭିଡିଓ ଭାଇରାଲ୍‌ କରିବାକୁ  ଧମକ ଦେଇ ପଳାଇଥିଲେ। ପରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ ବହୁ କଷ୍ଟରେ ସେଠାରୁ ଆସି ହସ୍ପିଟାଲ ଯାଇଥିଲେ। ୧୧ ତାରିଖ ଦିନ ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। 
କେମିତି ଧରାପଡ଼ିଲେ
ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପାଇବା ପରେ ପୁଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଏହାର ଯାଞ୍ଚ କରିଥିଲା। ୧୦ ତାରିଖ ସନ୍ଧ୍ୟା ବେଳେ ଏହି ଘଟଣା ଘଟିଥିବାରୁ, ସେହି ନିଛାଟିଆ ସ୍ଥାନରେ କେଉଁମାନେ ବସାଉଠା କରନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲା।  ସେହିପରି ମୋବାଇଲ ଫୋନ୍‌ ଆକ୍ଟିଭ୍‌ ନେଇ ଇଣ୍ଟେଲଜେନ୍ସି ରିପୋର୍ଟ ସଂଗ୍ରହ କରିଥିଲା। ଏ ସମସ୍ତ ତଥ୍ୟକୁ ସମୀକ୍ଷା କରି ପୁଲିସ ୩/୪ ଜଣଙ୍କ ଉପରେ ସନ୍ଦେହ କରି ସେମାନଙ୍କୁ ଉଠାଇ ଆଣିଥିଲା। ଥାନାରେ ଅଟକ ରଖି  ସେମାନଙ୍କୁ ପଚରାଉଚରା କରିବା ସହ  ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ପୀଡ଼ିତା ନାବାଳିକାଙ୍କୁ ଥାନାକୁ ଡକାଇଥିଲା। ସେଠାରେ ପୀଡ଼ିତା ବିଭୁ ଓ କାଳନ୍ଦୀଙ୍କୁ ଚିହ୍ନଟ କରିଥିଲେ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ପ୍ରେମ ନେଲା ୨ ଜୀବନ: ନାବାଳିକା ପ୍ରେମିକାକୁ ବିଷ ପିଆଇ ଲୁହାରଡ୍‌ରେ ପିଟି ହତ୍ୟା, ବିଷ ପିଇ ପ୍ରେମିକର ଏମ୍‌ସରେ ମୃତ୍ୟୁ
ନୟାଗଡ଼/ଓଡ଼ଗାଁ: ଶରଣକୁଳ ଥାନା ଅଧୀନ ମଗରବନ୍ଧ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାଥୀ‌ରେ ଫେରାର ହେବା ପାଇଁ ରାଜି ନ ହେବାରୁ ଜଣେ ନାବାଳିକା ଛାତ୍ରୀକୁ ଜୋର୍‌ ଜବରଦସ୍ତ ବିଷ ପିଆଇବା ସହ ଲୁହାରଡ୍‌ରେ ପିଟି ହତ୍ୟା କରିଛି ଜଣେ ଯୁବକ। ଏଥିସହ ନିଜେ ବିଷ ପିଇ ଗୁରୁତର ହୋଇଥିବା ଯୁବକକୁ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ  ତା’ର ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ ଗାଁର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୫ ବର୍ଷୀୟା ନାବାଳିକା ଓ ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ମିଥୁନ (୨୪)।    
ନାବାଳିକାଙ୍କ ବାପା ଥାନାରେ କରିଥିବା ଅଭିଯୋଗ ମୁତାବକ, ଆଜି ସକାଳେ ତାଙ୍କ ଝିଅ ସାର୍ବଦେଇପୁର ଶିବ ମନ୍ଦିରକୁ ଯାଇଥିଲା। ଏହି ସମୟରେ ତା’ ପିଛା କରି ମିଥୁନ ଉକ୍ତ ମନ୍ଦିରରେ ପହଞ୍ଚିଥିଲା। ଏକୁଟିଆ ଥିବା ଦେଖି ସେ ତାକୁ ଟଣାଓଟରା କରିବାରୁ ତାଙ୍କ ଝିଅ ଏହାର ପ୍ରତିବାଦ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମିଥୁନ ଏକ ଲୁହା ପାଇ୍‌ପରେ ଝିଅ ମୁଣ୍ଡକୁ ବାଡ଼େଇ ଦେଇଥିଲା। ଝିଅ ମରି ଯାଇଥିବା ଜାଣିବା ପରେ ସେ ତାକୁ ମନ୍ଦିର ପାଚେରି ବାହାରକୁ ଫୋପାଡ଼ି ଦେଇଥିଲା। ମିଥୁନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଝିଅକୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି। ନାବାଳିକା ବାପାଙ୍କ ଅଭିଯୋଗରୁ ଏହି ଘଟଣା ଏକତରଫା ପ୍ରେମକୁ ନେଇ ଘଟିଛି ବୋଲି ସନ୍ଦେହ କରାଯାଉଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଡାକ୍ତର ପୁରବୀ ସାହୁଙ୍କ ସୂଚନା ମୁତାବକ, ଦୁଇ ଜଣଙ୍କୁ ହସ୍‌ପିଟାଲ ଅଣାଯିବା ସମୟରେ ନାବାଳିକାଙ୍କ ମୃତ୍ୟୁ ହୋଇ ସାରିଥିଲା ଓ ତା ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଉଭୟ ବିଷ ପିଇଥିବା ସ୍ପଷ୍ଟ ଭାବେ ଜଣାପଡ଼ିଥିଲା। ମିଥୁନର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଏହାସହ ନାବାଳିକାଙ୍କ ବାପା ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ଗତ ଦୁଇ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କହିଥିଲେ। ଏ ନେଇ ସେ ମିଥୁନଙ୍କ ପରିବାର ଲୋକଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ଫଳରେ ଆଜି ଏତେ ବଡ଼ ଘଟଣା ଘଟିଗଲା ବୋଲି ସେ କହିଥିଲେ।
ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଯେହେତୁ ଉଭୟଙ୍କ ପରିବାର ଏହାକୁ ବିରୋଧ କରୁଥିଲେ ସେଥିପାଇଁ ନାବାଳିକାଙ୍କ ସହ କଥା ହେବା ପାଇଁ ମିଥୁନ ତାକୁ ଶିବ ମନ୍ଦିରକୁ ଡକାଇଥିଲା। ଘରୁ ଫେରାର ହୋଇଯିବା ପାଇଁ ନାବାଳିକାଙ୍କୁ ମିଥୁନ ବାଧ୍ୟ କରିଥିଲେ ମଧ୍ୟ ସେ ଏଥିରେ ରାଜି ହୋଇନଥିଲା। ଏମିତିକି ସାଥୀରେ ଯିବା ପାଇଁ ରାଜି ନ ନେଲେ ବିଷ ପିଇଦେବ ବୋଲି ମିଥୁନ ତାକୁ ଧମକାଇଥିଲା। ତଥାପି କୌଣସି ସୁଫଳ ନ ମିଳିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ମିଥୁନ ନିଜେ ବିଷ ପିଇ ଦେବା ସହ ଜୋର୍‌ ଜବରଦସ୍ତ ନାବାଳିକାଙ୍କୁ ବି ବିଷ ପିଆଇ ଦେଇଥିଲା। ଏହି ସମୟରେ ନାବାଳିକା ପ୍ରବଳ ବିରୋଧ କରିବାରୁ ମନ୍ଦିର ରୋଷେଇ ଘରେ ପଡ଼ିଥିବା ଏକ ପାଇପରେ ମିଥୁନ ତା ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ସେ ସେଇଠି ହିଁ ଟଳିପଡ଼ିଥିଲା। ଏଥିରେ ଭୟଭୀତ ହୋଇ ମିଥୁନ ମନ୍ଦିର ଭିତରକୁ ନାବାଳିକାଙ୍କୁ ଟେକି ଟେକି ବାହାରକୁ ଆଣୁଥିବା ବେଳେ ସେଇଠି ଟଳି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି କରିଥିଲେ।