accident Photograph: (sambad.in)
ଭୁବନ: ଥରେ ଭାବିଲେ ଆପଣ ଘରେ ଶୋଇଥିବେ... ଘରେ ଅଛନ୍ତି ବୋଲି ସୁରକ୍ଷିତ ଭାବି ଅଚିନ୍ତାରେ ନିଦ୍ରା ଯାଇଥିବେ ହେଲେ ହଠାତ୍ ମାଡ଼ି ଆସିବ ମୃତ୍ୟୁ । ଆପଣଙ୍କ ଘରକୁ ଧସେଇ ପଶିବ ଯମ । ଆଉ କ୍ଷଣିକରେ ଚାଲିଯିବ ଆପଣଙ୍କ ଜୀବନ । କିଛି ଏମିତି ଘଟଣା ଆସିଛି ଢେଙ୍କାନାଳରୁ...
ଆହୁରି ପଢନ୍ତୁ- Saras Mela: ସରସ ସ୍ବଦେଶୀ ମେଳା: ବେପାର ନାହିଁ, ଚିନ୍ତାରେ ବ୍ୟବସାୟୀ... ସୁରକ୍ଷା ବ୍ୟବସ୍ଥା ଢ଼ିଲା, ଷ୍ଟଲରୁ ଚୋରି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ପଂଚାୟତର ହାତିବାରୀ ଗ୍ରାମରେ ବାଟବଣା ଟ୍ରଲରଟି ଗୋଟିଏ ଟ୍ରାକ୍ଟରକୁ ଧକ୍କା ଦେଇ ଛାତ ଘର ମଧ୍ୟରେ ପଶିଯାଇଛି। ଗାଡି ଧକ୍କାରେ ଘରେ ଶୋଇଥିବା ନଟବର ତରାଇଙ୍କ ପୁଅ ଅସ୍ଥିର ତରାଇ(୫୨)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗଁଦିଆ ଅଗ୍ନିଶମ ବାହିନୀ, ପୋଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି ।
ଆହୁରି ପଢନ୍ତୁ- Amit Shah: ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ, ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ
ତେବେ ଝାରଖଣ୍ଡର ଟ୍ରଲର ଢେଙ୍କାନାଳରୁ ଆଜବେଷ୍ଟସ ଲୋଡ଼ କରି କଲିକତା ଯାଉଥିବା ବେଳେ ମନ୍ଦାର ଛକରୁ ବାଟବଣା ହୋଇ କରମୂଳ ରାସ୍ତାରେ ଯାଇ ରାତ୍ରି ପ୍ରାୟ ୧୨ଟା୪୫ରେ ଏଭଳି ଘଟଣା ଘଟାଇଛି। ଟ୍ରଲର ଡ୍ରାଇଭର ଓ ହେଲାପରକୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
Follow Us