Advertisment

Poison: ପ୍ରଶାସନ ସାମନାରେ ବିଷ ପିଇଲେ ଦୋକାନୀ: ଜବରଦଖଲ ଉଚ୍ଛେଦ ବେଳେ ଅଘଟଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Advertisment

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ଆମଣାକୁଦ ପଞ୍ଚାୟତ ମାଣିକପୁର ଗ୍ରାମରେ ଆଜି ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ବେଳେ ବିପିନ ସେଠୀ ନାମକ ଜଣେ ବ୍ୟବସାୟୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ଆମଣାକୁଦ ପଞ୍ଚାୟତ ମାଣିକପୁର ଗ୍ରାମରେ ଆଜି ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ବେଳେ ବିପିନ ସେଠୀ ନାମକ ଜଣେ ବ୍ୟବସାୟୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

poison

Photograph: (Free Press Journal)

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ଆମଣାକୁଦ ପଞ୍ଚାୟତ ମାଣିକପୁର ଗ୍ରାମରେ ଆଜି ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ବେଳେ ବିପିନ ସେଠୀ ନାମକ ଜଣେ ବ୍ୟବସାୟୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତହସିଲଦାର ଓ ପୁଲିସ ଉପସ୍ଥିତିରେ ବିପିନ କୀଟନାଶକ ଖାଇ ଗୁରୁତର ହୋଇ ପଡ଼ିବାରୁ ପ୍ରଶାସନ ଉଚ୍ଛେଦ ସ୍ଥଗିତ ରଖି ଫେରିଆସିଛି। ତହସିଲଦାର ନିଜ ସରକାରୀ ଗାଡ଼ିରେ ବିପିନଙ୍କୁ ଉଦ୍ଧାର କରି ନିକଟସ୍ଥ ଅଡ଼ଶପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଉଚ୍ଛେଦ ରାଜନୈତିକ ଆକ୍ରୋଶରୁ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଛେଦ କରାଯାଉଥିଲା ବୋଲି ତହସିଲଦାର କଳ୍ପନା ଦାସ କହିଛନ୍ତି।

Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି

ସୂଚନା ମୁତାବକ ବନମାଳୀପୁର ରାଜସ୍ୱ ନିରୀକ୍ଷକଙ୍କ ଅଧୀନ ମାଣିକପୁର ଗ୍ରାମର ବିପିନ ସେଠୀ (୫୮) ଗାଁ ନିକଟରେ ଥିବା ଏକ ସରକାରୀ ଜାଗାରେ ପ୍ରାୟ ୩ ଦଶନ୍ଧି ହେଲା ଏକ ଦୋକାନ 
କରିଥିଲେ। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟି ଯାଉଥିଲା। ବାଲିପାଟଣା ତହସିଲଦାର କଳ୍ପନା ଦାସଙ୍କ ସୂଚନା ମୁତାବକ, ୨୦୧୨ ମସିହା ଫେବ୍ରୁଆରି ୨୫ ତାରିଖରେ ସ୍ଥାନୀୟ ଲୋକେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଉକ୍ତ ଦୋକାନଘର ଭାଙ୍ଗିବା ପାଇଁ ୱାର୍ଡମେମ୍ବର ସୁରେନ୍ଦ୍ର ଭୋଇ କୋର୍ଟରେ ବିପିନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଗତବର୍ଷ ସେପ୍ଟେମ୍ବର ୧୭ ସୁଦ୍ଧା ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ବିପିନ ସେହି ବର୍ଷ ଅକ୍ଟୋବର ୨୮ରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନିକଟରେ ଏହା ବିରୋଧରେ ଆବେଦନ କରିଥିଲେ। ଉପଜିଲ୍ଲାପାଳ ଆବେଦନ ଖାରଜ କରିବା ସହ ଦୋକାନ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ଆଧାରରେ ପ୍ରଶାସନ ଚଳିତ ବର୍ଷ ଜାନୁଆରି ୩୦ରେ ଦୋକାନ ଉଚ୍ଛେଦ ପାଇଁ ବିପିନଙ୍କୁ ନୋଟିସ୍‌ ଜାରି କରିଥିଲେ। ହେଲେ ବିପିନ ଦିନ ଗଡ଼େଇ ଚାଲିଥିଲେ।

Horoscope 2026 February 27: ଜାଣନ୍ତୁ ଆଜିର ରାଶିଫଳ

ଫଳରେ ଆଜି ଉକ୍ତ ଅଞ୍ଚଳରେ ଥିବା ୩ଟି ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ଲାଗି ପ୍ରଶାସନ ଜେସିବି ଧରି ମାଣିକପୁରରେ ପହଞ୍ଚିଥିଲା। ଦୋକାନ ଘର ଖାଲି କରିବାକୁ କୁହାଯିବାରୁ ବିପିନ ମାନସିକ ଭାରସାମ୍ୟ ହରାଇ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ପକେଟରେ ରଖିଥିବା କୀଟନାଶକ ଔଷଧ ବାହାର କରି ଖାଇ ଦେଇଥିଲେ। ଏହା ଦେଖି ତହସିଲଦାର ତୁରନ୍ତ ତାଙ୍କୁ ନିଜ ଗାଡ଼ିରେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ପରେ ତାଙ୍କୁ କଟକ ନିଆଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ମାଣିକପୁର ଗାଁ ରାସ୍ତାକୁ ଅବରୋଧ କରିଥିଲେ। ସରକାରୀ କାର୍ଯ୍ୟରେ ବାଧା ଦେବା ଉଦ୍ଦେଶ୍ୟରେ ବିପିନ ବିଷପାନ କରିଥିବା ତହସିଲଦାର କହିଛନ୍ତି। ଅପରପକ୍ଷରେ ଏହା ପଛରେ ରାଜନୈତିକ ଶତ୍ରୁତା ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe