ରାଉରକେଲା: ପୁଲିସ ଅଧିକାରୀ ନଦୀ ବା ପୋଖରୀକୁ ଡେଇଁ କାହାକୁ ବଞ୍ଚାଇବା ସମସ୍ତେ ଚଳଚ୍ଚିତ୍ରରେ ଦେଖିଛନ୍ତି। କିନ୍ତୁ ଏଭଳି ଏକ ସାହସିକତା ଦେଖାଇ ଚର୍ଚ୍ଚାରେ ଗୋପବନ୍ଧୁପାଲି ଫାଣ୍ଡି ଅଧିକାରୀ ସିନ୍ମୟ ବଳ। ସେ ନିଜ ଜୀବନକୁ ବାଜିରେ ଲଗାଇ ବୁଡ଼ିଯାଉଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି। ଯୁବକଙ୍କୁ ପାଣିରୁ ଉଦ୍ଧାର କରିବା ପରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସାହସିକତା ପାଇଁ ସିନ୍ମୟଙ୍କୁ ପ୍ରଶଂସା ଅଜାଡ଼ି ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ
ସୂଚନାନୁଯାୟୀ, ଗୋପବନ୍ଧୁପାଲିର କମଲେଶ ଯାଦବ (୪୮) କୌଣସି କଥାକୁ ନେଇ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଘର ନିକଟ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତାଙ୍କ ମା’, ସ୍ତ୍ରୀ ଓ ଝିଅ ପୋଖରୀ କୂଳରେ ଠିଆ ହୋଇ କନ୍ଦାକଟା ଆରମ୍ଭ କରିଥିଲେ। ଏତିକିବେଳେ ଜଣେ ବ୍ୟକ୍ତି ଗୋପବନ୍ଧୁପାଲି ଫାଣ୍ଡିକୁ ଯୋଗାଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ସିନ୍ମୟ ବଳ ସେତେବେଳେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ମହିଳାଙ୍କ କାନ୍ଦବୋବାଳି ଶୁଣି ସେଠାରେ ପହଞ୍ଚିଥିଲେ। ଅନ୍ଧାର ହୋଇଯାଇଥିବାରୁ ପ୍ରଥମେ ଟର୍ଚ୍ଚରେ କମଲେଶଙ୍କୁ ଠାବ କରି ପାଣିକୁ ଲମ୍ଫ ମାରିଥିଲେ ଏବଂ ପହଁରିପହଁରି କମଲେଶଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/hsffhxvbvxb-2026-02-07-02-24-01.jpg)