Skin disease in the entire village: କଲବଲ କରୁଛି ପାଉଁଶ ପାଣି: ଗାଁ ସାରା ସମସ୍ତଙ୍କୁ ଚର୍ମରୋଗ, ନନ୍ଦିରା ନାଳରେ ମିଶୁଛି ବିଷାକ୍ତ ପାଣି

Advertisment

ଗାଁ ସାରା ସମସ୍ତଙ୍କୁ ଚର୍ମରୋଗ। କାହାର ପେଟରେ ଚାଖଣ୍ଡେ ଆକାରର ତ’ ଆଉ କାହାର ଗୋଡ଼ରେ। ପୁଣି କାହାର କାନ କୁଣ୍ଡେଇ କୁଣ୍ଡେଇ ଫୁଲି ଗଲାଣି ତ’ ଆଉ କିଏ ରାମ୍ପି ରାମ୍ପି ହାତ ଛିଣ୍ଡେଇ ସାରିଲାଣି।

ଗାଁ ସାରା ସମସ୍ତଙ୍କୁ ଚର୍ମରୋଗ। କାହାର ପେଟରେ ଚାଖଣ୍ଡେ ଆକାରର ତ’ ଆଉ କାହାର ଗୋଡ଼ରେ। ପୁଣି କାହାର କାନ କୁଣ୍ଡେଇ କୁଣ୍ଡେଇ ଫୁଲି ଗଲାଣି ତ’ ଆଉ କିଏ ରାମ୍ପି ରାମ୍ପି ହାତ ଛିଣ୍ଡେଇ ସାରିଲାଣି।

dagdadgadga

ଅନୁଗୁଳ/ବଅଁରପାଳ: ଗାଁ ସାରା ସମସ୍ତଙ୍କୁ ଚର୍ମରୋଗ। କାହାର ପେଟରେ ଚାଖଣ୍ଡେ ଆକାରର ତ’ ଆଉ କାହାର ଗୋଡ଼ରେ। ପୁଣି କାହାର କାନ କୁଣ୍ଡେଇ କୁଣ୍ଡେଇ ଫୁଲି ଗଲାଣି ତ’ ଆଉ କିଏ ରାମ୍ପି ରାମ୍ପି ହାତ ଛିଣ୍ଡେଇ ସାରିଲାଣି। ବର୍ଷବର୍ଷ ଧରି ଏମିତି ରୋଗରେ ସନ୍ତୁଳି ହେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ବଗଚର ଗାଁ ଲୋକେ। ନାଲ୍‌କୋର ପାଉଁଶ ପାଣି ମିଶୁଥିବା ନନ୍ଦିରା ନାଳରେ ଗାଧୋଇ ସେମାନେ ଏମିତି କଲବଲ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।  

Education: ’ଶିକ୍ଷାକ୍ଷେତ୍ରରେ ନବରଙ୍ଗପୁର ଆଗାମୀ ଦିନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ’

ରାଷ୍ଟ୍ରାୟତ୍ତ ନବରତ୍ନ ଉଦ୍ୟୋଗ ନାଲ୍‌କୋ, ନିଜସ୍ବ ବିଦ୍ୟୁତ୍‌ କାରଖାନା (ସିପିପି)ରୁ ବାହାରୁଥିବା ପାଉଁଶ ଓ କେମିକାଲ୍‌ ମିଶା ବିଷାକ୍ତ ବର୍ଜ୍ୟପାଣିକୁ ପ୍ରତିଦିନ ଏକ କେନାଲ୍‌ ଯୋଗେ ଛାଡ଼ୁଛି। ଏହି କେନାଲ୍‌ ସ୍ଥାନୀୟ ଗୋତମରା, ଲିଙ୍ଗରାକଟା, ଦାସନାଳୀ ଗାଁ ମଧ୍ୟ ଦେଇ ପ୍ରବାହିତ ହୋଇ ବୁଢ଼ାପଙ୍ଗ ବଗଚର ଗାଁ ନିକଟରେ ନନ୍ଦିରା ନାଳରେ ମିଶିଛି। ବଗଚର ଗାଁର ଅଚଳା ନାଏକ କହିଛନ୍ତି, ପ୍ରତିଦିନ ମୁଣ୍ଡାମୁଣ୍ଡା ହୋଇ ସିମେଣ୍ଟ ରଙ୍ଗର ପାଉଁଶ ଆସି ନନ୍ଦିରା ନାଳରେ ମିଶୁଛି। ଏମିତିକି କେବେ କେବେ ମାଟିଆ ଓ କଳାରଙ୍ଗର ପାଣି ଆସି ମିଶୁଛି, ଯାହାକି ନନ୍ଦିରା ପାଣିକୁ ଦୂଷିତ କରିଦେଇଛି। ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେମାନେ ବାଧ୍ୟହୋଇ ଏହି ପାଣିରେ ଗାଧୋଉଛନ୍ତି। ହେଲେ ଗାଧୋଇବା ପରେ ଶରୀର ସାରା ଯାଦୁ, କାଛୁ ଓ କୁଣ୍ଡିଆ ରୋଗ ଦେଖାଦେଉଛି। ଔଷଧ ଖାଇ ଭଲ ହେଉଛନ୍ତି, ପୁଣି ଅନ୍ୟବାଟ ନ ଥିବାରୁ ସେଇ ପାଣିରେ ଗାଧୋଉଛନ୍ତି। 

ନନ୍ଦିରା ନାଳରେ ମିଶୁଛି ବିଷାକ୍ତ ପାଣି
ବ୍ରାହ୍ମଣୀ ପାଣି ବି ପ୍ରଦୂଷିତ

ଖାଲି ମଣିଷ ନୁହନ୍ତି,  ପାଉଁଶମିଶା ପାଣି‌ ପ୍ରବାହିତ ହେଉଥିବା କେନାଲରୁ ପାଣି ପିଇ ଲିଙ୍ଗରାକଟା, ଗୋତମରା ଓ ବଗଚର ଗାଁର ଗାଈଗୋରୁ ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁ ବିଭିନ୍ନ‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫାଟୁଆ, ପେଟରୋଗ ହେବା ସହ ଗାଈଗୋରୁଙ୍କ ଚର୍ମ ଚନ୍ଦା ହୋଇଯାଉଛି। ଗୋପାଳନ କରି ପେଟ ପୋଷୁଥିବା ଲିଙ୍ଗରାକଟା ଗାଁର ଗୋଲେଖ ନାଏକ କହିଛନ୍ତି, ନାଲ୍‌କୋ ପକ୍ଷରୁ ପାଉଁଶ ପାଣି ଛଡ଼ାଯାଉଥିବା କେନାଲରେ ସବୁ ସ୍ଥାନରେ ପାଚେରି ନ ଥିବାରୁ ଅନେକ ସମୟରେ ତାଙ୍କ ଗାଈଗୋରୁ ପାଉଁଶମିଶା ପାଣି ପିଇ ଦେଉଛନ୍ତି। ଏହି କାରଣରୁ ଗାଈଗୋରୁଙ୍କ ଜୀବନ ଚାଲିଯାଉଛି। ଏନେଇ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। 

Education: ’ଶିକ୍ଷାକ୍ଷେତ୍ରରେ ନବରଙ୍ଗପୁର ଆଗାମୀ ଦିନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ’

ହେଲେ ଏତିକିରେ ସରୁନି ନାଲ୍‌କୋ ପାଉଁଶ ପାଣିର ଯନ୍ତ୍ରଣା। ବଗଚରଠାରେ ନାଲ୍‌କୋର ପାଉଁଶ ପାଣି ନନ୍ଦିରା ନାଳରେ ମିଶି କମଳାଙ୍ଗ ନିକଟରେ ବ୍ରାହ୍ମଣୀ ନଦୀରେ ମିଶୁଛି। ଫଳରେ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଥିବା ପରିବେଶବିତ୍‌ମାନେ ଅଭିଯୋଗ ଆଣିଛନ୍ତି। ଏ ସଂପର୍କରେ କମ୍ପାନି ପକ୍ଷରୁ କି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି ବୋଲି ପଚାରିବାରୁ ନାଲ୍‌କୋ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe