Advertisment

Death: ମା’ ପରେ ଚାଲିଗଲା ପୁଅର ଜୀବନ: ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ

Advertisment

ମା’ଙ୍କ ସେବା ପାଇଁ ଅବିବାହିତ ରହିଯାଇଥିଲା ପୁଅ। କିନ୍ତୁ ସେହି ମା’ ଆଜି ଦୁନିଆ ଛାଡ଼ି ଚାଲିଗଲା। ଏହି ଦୁଃଖରୁ ମୁକୁଳି ପାରିଲାନି ପୁଅ। କିଛି ମିନିଟ୍‌ ପରେ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ।

ମା’ଙ୍କ ସେବା ପାଇଁ ଅବିବାହିତ ରହିଯାଇଥିଲା ପୁଅ। କିନ୍ତୁ ସେହି ମା’ ଆଜି ଦୁନିଆ ଛାଡ଼ି ଚାଲିଗଲା। ଏହି ଦୁଃଖରୁ ମୁକୁଳି ପାରିଲାନି ପୁଅ। କିଛି ମିନିଟ୍‌ ପରେ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ।

death

old man dies at brahmagiri Photograph: (sambad.in)

ଜୟପୁର: ମା’ଙ୍କ ସେବା ପାଇଁ ଅବିବାହିତ ରହିଯାଇଥିଲା ପୁଅ। କିନ୍ତୁ ସେହି ମା’ ଆଜି ଦୁନିଆ ଛାଡ଼ି ଚାଲିଗଲା। ଏହି ଦୁଃଖରୁ ମୁକୁଳି ପାରିଲାନି ପୁଅ। କିଛି ମିନିଟ୍‌ ପରେ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଜୟପୁର ସହର ପରିଛାସାହିରେ ଏମିିତି ହୃଦୟ ବିଦାରକ ଘଟଣା ଘଟିଛି। ବହୁ ବର୍ଷ ତଳେ ଉପରୋକ୍ତ ସାହିର ଏସ୍‌. ରବି କୁମାର (୫୦) ବାପାଙ୍କୁ ହରାଇଥିଲେ। ଏହାପରେ ମା’ ଏସ୍. ସାହିବା (୮୦) ପକ୍ଷାଘାତରେ ପୀଡ଼ିତ ହେଲେ। ସେହିପରି ଭଉଣୀ ଏସ୍‌. ସୁକାନ୍ତିଙ୍କ ମାନସିକ ଅବସ୍ଥା ଭଲ ନଥିଲା। ତେଣୁ ଉଭୟଙ୍କ ଦାୟିତ୍ବ ରବିଙ୍କ ଉପରେ ପଡ଼ିଥିଲା। ଶଯ୍ୟାଶାୟୀ ମା’ଙ୍କ ଯତ୍ନ ନେବାରେ ଆଦୌ ହେଳା କରିନଥିଲେ ରବି। ଏପରିକି ଅବିବାହିତ ରହି ମା’ଙ୍କ ସେବା କରୁଥିଲେ। ଅନ୍ୟପଟେ ଘରର ଆର୍ଥିକ ସ୍ଥିତି ଭଲ ନଥିଲା।

Health: କିଡ୍‌ନି ରୋଗରେ ପୀଡ଼ିତ ନାବାଳକର ଚିକିତ୍ସା ପାଇଁ ଅର୍ଥାଭାବ

ବାପାଙ୍କ ସ୍ବଳ୍ପ ପେନ୍‌ସନ୍‌ ଟଙ୍କା ସହ ଜମିବାଡ଼ିରୁ କିଛି ଟଙ୍କା ମିଳିଲେ କଷ୍ଟେମଷ୍ଟେ ଚଳି ଯାଉଥିଲେ। ଆଜି ସକାଳୁ ମା’ଙ୍କ ସେବା କରି କିଛି ସମୟ ପାଇଁ ରବି ବାହାରକୁ ଯାଇଥିଲେ। ଘରକୁ ଫେରିଲା ବେଳକୁ ମା’ଙ୍କ ନିଶ୍ବାସ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା। ଯାହା ରବିଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା। ଦୁଃଖରେ ଏତେମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ ଗୋଟିଏ ସ୍ଥାନରେ ନିଶ୍ଚଳ ହୋଇ ବସି ଯାଇଥିଲେ। ଆଉ ଉଠିଲେ ନାହିଁ। ପାଖ ପଡ଼ୋଶୀ ପହଞ୍ଚିଲା ବେଳକୁ ରବି ମଧ୍ୟ ଦୁନିଆ ଛାଡ଼ି ସାରିଥିଲେ। 

IMD: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସ୍କୁଲ ଛାତ୍ରଛାତ୍ରୀ ସହ ଆଭାସୀ ଆଲୋଚନା

ଖବର ପାଇ ସାଙ୍ଗସାଥୀ ଓ ସୁନାରି ସମାଜ କର୍ମକର୍ତ୍ତା ଘରେ ପହଞ୍ଚିଥିଲେ। ଦୁଇଟି କୋକେଇ ଯୋଗାଡ଼ କରି ମା’ ଓ ପୁଅର ମୃତଦେହ ଏକାସଙ୍ଗେ ବାହାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଭଉଣୀ ସୁକାନ୍ତି ଏବେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିବା ବେଳେ ଅସହାୟ ଅବସ୍ଥାରେ ରହିଛନ୍ତି। ମାନସିକ ଅବସ୍ଥା ଭଲ ନ ଥିବାରୁ କିଏ ଯତ୍ନ ନେବ ବୋଲି ସ୍ଥାନୀୟ ଲୋକ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଶାସନ ପକ୍ଷରୁ ଅସହାୟ ସୁକାନ୍ତିଙ୍କୁ ଥଇଥାନ କରିବାକୁ ନିବେଦନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe