Abolish Special Security: ସ୍ପେସାଲ ସିକ୍ୟୁରିଟି ରଦ୍ଦ କର, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Advertisment

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଞ୍ଚ ଏବଂ ସ୍ପେସାଲ ସିକ୍ୟୁରିଟି ରଦ୍ଦ ଦାବିରେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି...

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଞ୍ଚ ଏବଂ ସ୍ପେସାଲ ସିକ୍ୟୁରିଟି ରଦ୍ଦ ଦାବିରେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି...

District Congress Committee protests in front of Electricity Department office

District Congress Committee protests in front of Electricity Department office Photograph: (sambad.in)

ଭଦ୍ରକ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଞ୍ଚ ଏବଂ ସ୍ପେସାଲ ସିକ୍ୟୁରିଟି ରଦ୍ଦ ଦାବିରେ ସୋମବାର ବାଇପାସ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସଭାପତି  ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପାର୍ଟି କାର୍ଯ୍ୟାଳୟରୁ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ:Question On Legal Validity Of ‘No PUC, No Fuel’ Policy: ପିୟୁସିସି ବିନା ପେଟ୍ରୋଲ ମନା ନେଇ ଉଠିଲା ପ୍ରଶ୍ନ

ଶତାଧିକ ଦଳୀୟ କର୍ମୀ କାର୍ଯ୍ୟାଳୟ  ପରିସର ମଧ୍ୟକୁ ଧସେଇ ପଶି ବିଦ୍ୟୁତ ବିଭାଗ ଓ ସରକାରଙ୍କ ବିରୋଧରେ ନାରାବାଜି ଦେଇ ଧାରଣାରେ ବସିଥିଲେ। ପରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବିରୋଧ କରିବା ସହ ଜନସାଧାରଣଙ୍କ ଠାରୁ ଅସଦ ଉପାୟରେ କୋଟି କୋଟି ଟଙ୍କା ଲୁଟିନେବା ପାଇଁ  ସରକାର ଯେଉଁ ହୀନ  ଉଦ୍ୟମ କରିଛନ୍ତି ତାହାକୁ ନେଇ ଆଗାମୀ ଦିନରେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଭାପତି ଧମକ ଦେଇଛନ୍ତି।

ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ,ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି,ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା,ନାରୀନେତ୍ର ସବିତା ଚନ୍ଦ୍,ଶର୍ମିଷ୍ଠା ପଣ୍ଡା, ଟାଉନ ସଭାପତି ଅବଦୁଲ ମୋକିତ ଖାଁ,ଭଦ୍ରକ ବ୍ଲକ ସଭାପତି ପୀତବାସ ଧଳ,ବିଦ୍ୟାଧର ଜେନା, ଧାମନଗର ବ୍ଲକ ସଭାପତି ରମେଶ ବେହେରା ପ୍ରମୁଖ ନେତାମାନେ ସରକାରଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହ ଦଳ ପକ୍ଷରୁ ୪ ଦିଆଯାଇ ଥିବା ଗୋଟି ଦାବୀ ତୁରନ୍ତ କାର୍ଯ୍ୟକାରୀ କରା ନଗଲେ ଆଗାମୀ ଦିନରେ ଜିଲ୍ଲା କମିଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନେତା ମାନେ ଧମକ ଦେଇଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଜାନକୀ ମଲ୍ଲିକ, ସମ୍ପାଦକ ଶଶିକାନ୍ତ ଜେନା, ସାଧାରଣ ସମ୍ପାଦକ ହରିହର ମଣ୍ଡଳ,ସମ୍ପାଦକ ରଞ୍ଜନ ଜେନା, ଲାଲୁ ଖାଁ, ଭଦ୍ରକର ଯୁବନେତା ଇଲିଆସ ଅଲି ଖାଁ, କାଉନସିଲର ସାହିଲ କାଦ୍ରୀ, ଗଣେଶ ମଲ୍ଲିକ, ବିପିନ ବିହାରୀ ମିଶ୍ର,ନାରୀ ନେତ୍ରୀ ଶେଖ ହାସିନା,ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ର ଯୁବନେତା,ସେକ ସାଦ୍ଦିକ,ବିଜୟ ବାରିକ,ଜ୍ୟୋସ୍ନା ରାଣୀ ଜେନା,ଧରିତ୍ରୀ ଜେନା,ଯୁବ ନେତା ମନୋଜ ମଲ୍ଲିକ,ଖଗେଶ୍ୱର ଜେନା (ଟୁଟୁନା) ,ହାଡିବନ୍ଧୁ ବିଶ୍ୱାଳ ପ୍ରମୁଖ ନେତା ମାନେ ଏହି ପ୍ରତିବାଦ ସଭାରେ ସାମିଲ ହୋଇ ସରକାରଙ୍କ ଏହି ବେନିୟମ କାର୍ଯ୍ୟକୁ ତୀବ୍ର ଭର୍ସନା କରିଥିଲେ।

ଆହୁରି ପଢ଼ନ୍ତୁ:Operation Sindoor : ଅପରେସନ ସିନ୍ଦୂରର ବୀର ବାଳକ

ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭାରେ ଜିଲ୍ଲାର ସାତ ଗୋଟି ବ୍ଲକର ୫ଶହରୁ ଉର୍ଦ୍ଧ୍ବ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ଥିଲେ।

ରିପୋର୍ଟ: ହରିହର ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe