Advertisment

Rajya Sabha elections: ରାଜ୍ୟସଭା ନିର୍ବାଚନକୁ ନେଇ ବୟାନବାଜି

Advertisment

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ବି ଦିଲ୍ଲୀପଙ୍କୁ ଜିତାଇବାକୁ ବିଜେପିର ତୁଙ୍ଗ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଅନ୍ୟପକ୍ଷରେ ଶାହଙ୍କ ରଣନୀତି ବିଫଳ କରିବାକୁ ବିଜେଡି-କଂଗ୍ରେସ ମିଳିତ ଗୋଟି ଚାଳନା କରୁଛନ୍ତି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ବି ଦିଲ୍ଲୀପଙ୍କୁ ଜିତାଇବାକୁ ବିଜେପିର ତୁଙ୍ଗ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଅନ୍ୟପକ୍ଷରେ ଶାହଙ୍କ ରଣନୀତି ବିଫଳ କରିବାକୁ ବିଜେଡି-କଂଗ୍ରେସ ମିଳିତ ଗୋଟି ଚାଳନା କରୁଛନ୍ତି।

rajya sabha1

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ବି ଦିଲ୍ଲୀପଙ୍କୁ ଜିତାଇବାକୁ ବିଜେପିର ତୁଙ୍ଗ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଅନ୍ୟପକ୍ଷରେ ଶାହଙ୍କ ରଣନୀତି ବିଫଳ କରିବାକୁ ବିଜେଡି-କଂଗ୍ରେସ ମିଳିତ ଗୋଟି ଚାଳନା କରୁଛନ୍ତି। କିନ୍ତୁ କ୍ଷମତାରେ ଥିବାବେଳେ ବିଜେଡି ରାଜ୍ୟସଭା ଆସନ ହାତେଇବା ଲାଗି ଯେଉଁ ଫର୍ମୁଲା ପ୍ରୟୋଗ କରିଥିଲା, ଅନୁରୂପ ରାସ୍ତାରେ ଯିବାକୁ ବିଜେପି ଯୋଜନା କରୁଛି। ଦିଲ୍ଲୀପ ବି ଖୋଲାଖୋଲି କହିଛନ୍ତି, ୨୦୨୬ରେ ୨୦୦୨ର ପୁନରାବୃତ୍ତି ହେବ। 

Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ

ରାଜ୍ୟସଭା ନିର୍ବାଚନକୁ ନେଇ ଛକାପଞ୍ଝା ଚାଲିଥିବାବେଳେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, ସ୍ବାଧୀନ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେପି ପାଖରେ ସଂଖ୍ୟା ନାହିଁ। ସେମାନେ କିପରି ଜିତିବେ ବୋଲି ଆକଳନ କରୁଛନ୍ତି ମୁଁ ଜାଣିପାରୁନି। ଯଦି ନୀତି ନୈତିକତାକୁ ବଳି ଦେବେ ତେବେ ବିଜେପି ପ୍ରାର୍ଥୀ ଜିତିବେ। କିନ୍ତୁ ସେମାନେ ଜାଣିବା ଦରକାର ଯେ ବିଜେଡି, କଂଗ୍ରେସ, ସିପିଆଇ(ଏମ୍) ବିଧାୟକ ସମସ୍ତେ ଏକାଠି ଅଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ବିଜେପି ସଂଖ୍ୟା ଦୃଷ୍ଟିରୁ ଦୁଇଟି ଆସନ ଜିତିବ। ତାଙ୍କର ତୃତୀୟ ପ୍ରାର୍ଥୀ ଜିତିବାକୁ ସଂଖ୍ୟା ନାହିଁ। କୌଣସି ଗଣନା କାମ ଦେବନି। ଯେତେ ଷଡ଼୍‌ଯନ୍ତ୍ର କଲେ ବି କଂଗ୍ରେସ-ବି‌ଜେଡିର ମିଳିତ ପ୍ରାର୍ଥୀ ଜିତିବେ। କଂଗ୍ରେସ ହୁଇପ୍ ଜାରି କରିବାକୁ ଚିନ୍ତା କରୁଛି। କୌଣସି ପରିସ୍ଥିତିରେ ବି ୨୦୦୨ର ସ୍ଥିତି ୨୦୨୬ରେ ପୁନରାବୃତ୍ତି ହେବନି।

ଗଣତନ୍ତ୍ରକୁ କୁଠାରାଘାତ କଲେ ବିଜେପି ଜିତିବ: ବିଜେଡି 
ବୈଷ୍ଣବ ପରିଡ଼ାଙ୍କ ବେଳେ ଗୁରୁଜ୍ଞାନ କେଉଁଠି ଥିଲା: ବିଜେପି
ଯେତେ ଷଡ୍‌ଯନ୍ତ୍ର କଲେ ବି ଦତ୍ତେଶ୍ବର ଜିତିବେ: କଂଗ୍ରେସ

ଅପରପକ୍ଷେ ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଆମ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ। ଯେଉଁମାନେ ଆମକୁ ଗୁରୁଜ୍ଞାନ ଦେଉଛନ୍ତି ସେମାନେ ଭାବିବା ଦରକାର ଯେ ପୂର୍ବରୁ ସଂଖ୍ୟା ନ ଥାଇ ବି ବୈଷ୍ଣବ ପରିଡ଼ାଙ୍କୁ ସେମାନେ ଜିତାଇଥିଲେ। ସେତେବେଳେ ଗୁରୁଜ୍ଞାନ କେଉଁଠି ଥିଲା? ଅରୁଣ ଆମକୁ ଜ୍ଞାନ ନ ଦେଇ ନିଜେ ନିଜ କଥା ଚିନ୍ତା କରନ୍ତୁ। ବଡ଼ କଥା ହେଲା ଚତୁର୍ଥ ଆସନ ପାଇଁ ଯିଏ ଭୋଟ ଦେବ, ସେ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେ‌ବେ। ସେଥିରେ ଅସୁବିଧା କ’ଣ? ଭକ୍ତ ଦାସଙ୍କୁ ଏବେ ନବୀନ ଭୂତ ଲାଗିଛି। ୧୬ତାରିଖ ପରେ ସେ ଭୂତ ଛାଡ଼ିଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟଙ୍କ ଆଡ଼କୁ ବିଜୁପ୍ରେମୀ ‌ଢଳିବେ। ବିଜେଡିରେ ଏବେ ଦୁଇ ଗୋଷ୍ଠୀ ଅଛନ୍ତି। ଗୋଟିଏ ବିଜୁ ପ୍ରେମୀ, ଆଉ ଗୋଟିଏ ନବୀନ ପ୍ରେମୀ। ଫଳାଫଳ ଯାଏଁ ଅପେକ୍ଷା କରନ୍ତୁ, ଆମେ ତିନିଟି ଆସନ ଜିତିବୁ।

Health: ବୃତ୍ତିରେ ୬୦ ବର୍ଷ: ରାଇରଙ୍ଗପୁର ଦରଦୀ ଚିକିତ୍ସକ ଡା. ପି.ଏସ୍. ମାଣିକେଶ୍ୱରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe