Strict action against those who take part in untimely Rath Yatra: Law Minister Photograph: (sambad.in)
ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଗିଦ୍ କରିଛନ୍ତି। ଯେଉଁମାନେ ରଥଯାତ୍ରା ଆୟୋଜନ କରିବାକୁ ଚାହାନ୍ତି, ସେମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଏହା କରିବା ଉଚିତ୍।
ଅଧିକ ପଢ଼ନ୍ତୁ: ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ
ସୂଚନାଯୋଗ୍ୟ, ନୂଆପଡାରେ ରଥଯାତ୍ରା ଅଦିନିଆ ଆୟୋଜନ ହେଉଥିବା ଖବର ପାଇବା ପରେ, ଆୟୋଜକମାନଙ୍କୁ ତାଗିଦ୍ କରାଯାଇଥିଲା। ଫଳରେ ସେମାନେ ଯାତ୍ରାକୁ ବନ୍ଦ କରିଥିଲେ।
ଯଦି କେହି ନିୟମକୁ ଉଲ୍ଲଘଂନ କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ବିଦାୟ.. ବିଦାୟ.. ବିଦାୟ.. ସରିଲା ଅନ୍ତିମ ସଂସ୍କାର, ପଞ୍ଚଭୂତରେ ଲୀନ ହେଲେ ବିଜୟ ରୂପାଣୀ
Prithiviraj Harichandan | rath yatra | lord jagannath
Follow Us