Student attempts suicide: Politics heats up Photograph: (sambad.in)
ଭୁବନେଶ୍ବର: ବାଲେଶ୍ଵର ଏଫ୍ଏମ୍ ସ୍ବୟଂଶାସିତ କଲେଜର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାରେ ଏବେ ରାଜନୀତି ତେଜିଛି। ଏନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ବିଜେଡି ନାରୀ ସୁରକ୍ଷା ଦାବି କରି ଶାସକ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି। ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏମ୍ସ ହସ୍ପିଟାଲରେ ଛାତ୍ରୀଙ୍କ ବାପା-ମା’ଙ୍କୁ ଭେଟିଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବାଲେଶ୍ୱର ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ମୁଁ ଏମ୍ସରେ ଛାତ୍ରୀଙ୍କୁ ଭେଟିବା ସହିତ ସ୍ଥିତି ଅନୁଧ୍ୟାନ କରିଛି। କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ।
ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ସରକାର ଯତ୍ନବାନ ହେଉଛନ୍ତି। କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ରାଗିଙ୍ଗ, ଯୌନ ନିର୍ଯାତନା ଯେପରି ନ ଘଟିବ ସେ ନେଇ ଆଗୁଆ ପଦକ୍ଷେପ ନେବାକୁ ସରକାର ନିଷ୍ପତ୍ତି ନେଉଛନ୍ତି ବୋଲି ମୋହନ ଚରଣ ମାଝୀ କହିଛନ୍ତି। ପୀଡିତାଙ୍କ ଅବସ୍ଥା ଜଟିଳ ଅଛିl ଦିଲ୍ଲୀ ଏମ୍ସ ସହିତ ଆମେ ଯୋଗାଯୋଗରେ ଅଛୁ l ୮ ଜଣିଆ ଡାକ୍ତରୀ ଟିମ ଚିକିତ୍ସାରେ ଲାଗିଛନ୍ତି l ଦିଲ୍ଲୀ ଏମ୍ସ ଏକ ଟିମ ଭିସି ମାଧ୍ୟମରେ ଯୋଗାଯୋଗରେ ଅଛନ୍ତିl ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିଲେ ଏଆରଲିଫ୍ଟ କରାଯିବl
ଅଧିକ ପଢ଼ନ୍ତୁ: ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣା: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି। କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବାରମ୍ବାର ତାଙ୍କ ଅଭିଯୋଗ ଜଣାଇବା ସତ୍ତ୍ୱେ ନ୍ୟାୟ ପାଇବାରୁ ଛାତ୍ରୀ ବଞ୍ଚିତ ଥିଲେ । ଏହା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ନବୀନ ଛାତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି |
ଅଧିକ ପଢ଼ନ୍ତୁ: ଅନ୍ୟଙ୍କୁ ଆତ୍ମରକ୍ଷା ଶିକ୍ଷା ଦେଉଥିବା ଛାତ୍ରୀ ନେଲେ ଏଭଳି ପଦକ୍ଷେପ
Fakir Mohan College | CM Mohan Charan Majhi | Naveen Pattnaik | BJD | BJP
Follow Us